ଅପରାଧ ରାଜ୍ୟ ସ୍ପେଶାଲ ରିପୋର୍ଟ

ବଜାରରେ ପଶିଲା ଦନ୍ତାହାତୀ, ଲୋକେ ଭୟଭୀତ

ମୋରଡ଼ା ୦୮।୦୬: ମୟୂରଭଞ୍ଜ ଜିଲ୍ଲା ରାସଗୋବିନ୍ଦପୁର ବଜାରରେ ପଶିଲା ଦନ୍ତାହାତୀ । ଧାନ ଖାଇବା ସହ ଲ୍ୟାମ୍ପ୍ସ ସଟରକୁ ଭାଙ୍ଗିଲା। ହାତୀର ଗତିବିଧି ଉପରେ ବନବିଭାଗ କର୍ମଚାରୀ ମାନେ ଦୃଷ୍ଟି ରଖିଥିବା ଜଣାପଡିଛି ।

ଖବର ଅନୁଯାୟୀ, ବୁଧବାର ଭୋର ସମୟରେ ରାସଗୋବିନ୍ଦପୁର ବଜାରର ମୁଖ୍ୟ ରାସ୍ତା ଦେଇ ଗାଁକୁ ଦନ୍ତାହାତୀ ପ୍ରବେଶ କରିଥିଲା । ଗାଁ ଭିତରେ ପଶି ଜଣଙ୍କ ଘରେ ଥିବା ଧାନ ଖାଇବା ପରେ ରାସ୍ତାକୁ ଧାନ ବସ୍ତା ଆଣି ଫୋପାଡିଥିଲା । ଏଥିସହ ସରକାରୀ ଲ୍ୟାମ୍ପ୍ସ ଘରର ସଟର ମଧ୍ୟ ଭାଙ୍ଗିଛି ଦନ୍ତା । ପରେ ଲୋକଙ୍କ ଭିଡ ଦେଖି ଦନ୍ତାହାତୀଟି ସାରମୁଳା ଜଙ୍ଗଲକୁ ପଳାଇଥିବା ଜଣାପଡିଛି । ସ୍ଥାନୀୟ ଲୋକେ ଦନ୍ତାହାତୀ ଦେଖି ଭୟଭୀତ ହୋଇପଡିଥିଲେ। ହାତୀର ଗତିବିଧି ଉପରେ ବନବିଭାଗ କର୍ମଚାରୀ ମାନେ ଦୃଷ୍ଟି ରଖିଥିବା ଜଣାପଡିଛି ।

NewsLaxmi7

About Author

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।