ଅପରାଧ ଦେଶ ବିଦେଶ

ବଜାରରେ ଦୁଇଗୁଣା ବଢ଼ିଛି ୫୦୦ ଟଙ୍କାର ନକଲୀ ନୋଟ୍ କାରବାର, ଜାଣନ୍ତୁ ଅନ୍ୟ ନୋଟ୍‌ଙ୍କ ହାଲ କ’ଣ

ମୁମ୍ବାଇ ୨୯।୫: ଦେଶରେ ନକଲୀ ନୋଟ ପରିମାଣରେ ଦ୍ରୁତ ଅଭିବୃଦ୍ଧି ହୋଇଛି। ଭାରତୀୟ ରିଜର୍ଭ ବ୍ୟାଙ୍କ (ଆରବିଆଇ)ଙ୍କ ତଥ୍ୟ ଅନୁଯାୟୀ ୨୦୨୧-୨୨ରେ ନକଲୀ ନୋଟ ପରିମାଣ ଢେର ବଢ଼ି ଯାଇଛି। ଏଥିରେ ୫୦୦ ଟଙ୍କାର ନକଲୀ ନୋଟ ପରିମାଣରେ ୧୦୧.୯ ପ୍ରତିଶତ ବଢ଼ି ଯାଇଥିବା ଉଲ୍ଲେଖ କରିଛନ୍ତି। ସେହିପରି ୨୦୨୧-୨୨ରେ ୨୦୦୦ ଟଙ୍କାର ନକଲୀ ନୋଟ ପରିମାଣ ବଜାରରେ ପ୍ରାୟ ୫୪.୧୬ ପ୍ରତିଶତରୁ ଅଧିକ ଥିବା ସୂଚିତ କରିଛନ୍ତି।

୩୧ ମାର୍ଚ୍ଚ ୨୦୨୨ ସୁଦ୍ଧା ବଜାରରେ ସର୍କୁଲେସନରେ ଥିବା ୫୦୦ ଓ ୨ ହଜାର ଟଙ୍କାର ବ୍ୟାଙ୍କ ନୋଟର ଭାଗିଦାରୀ ମୋଟ ମୂଲ୍ୟର ୮୭.୧ ପ୍ରତିଶତ ଥିଲା। ୩୧ ମାର୍ଚ୍ଚ ୨୦୨୧ ପର୍ଯ୍ୟନ୍ତ ଏହି ହାର ୮୫.୭ ପ୍ରତିଶତ ଥିଲା। ୩୧ ମାର୍ଚ୍ଚ ୨୦୨୨ ପର୍ଯ୍ୟନ୍ତ ୫୦୦ ଟଙ୍କା ନୋଟର ଭାଗିଦାରୀ ସବୁଠୁ ଅଧିକ ଥିଲା। ଯାହା ୩୪.୯ ପ୍ରତିଶତ ଥିଲା। ଏହା ପଛକୁ ଥିଲା ୧୦ ଟଙ୍କିଆ ବ୍ୟାଙ୍କ ନୋଟ। ଯାହା ମୋଟ ସଂଖ୍ୟାର ୨୧.୩ ପ୍ରତିଶତ ଥିଲା।

ବଜାରରେ କମିଛି ୧୦୦ ଓ ୫୦ ଟଙ୍କାର ନକଲୀ ନୋଟ୍
ଗତବର୍ଷର ତୁଳନା କଲେ ୧୦, ୨୦, ୨୦୦, ୫୦୦ ଓ ୨ହଜାର ଟଙ୍କିଆ ନୋଟର ନକଲୀ ନୋଟ ପ୍ରଚଳନର ପରିମାଣ କ୍ରମାନୁସାରେ ୧୬.୪, ୧୬.୫, ୧୧.୭, ୧୦୧.୯ ଓ ୫୪.୬ ପ୍ରତିଶତ ବଢିଛି। ଏହା ବିପରୀତ ୫୦ ଟଙ୍କାର ନକଲୀ ନୋଟ ପରିମାଣ ବଜାରରେ ୨୮.୭ ପ୍ରତିଶତ ଓ ୧୦୦ ଟଙ୍କିଆ ନୋଟର ୧୬.୭ ପ୍ରତିଶତ ହ୍ରାସ ହୋଇଛି।

ବଜାରରେ ହ୍ରାସ ହୋଇଛି ୨ ହଜାର ଟଙ୍କିଆ ଗୋଲାପି ନୋଟ
ବଜାରରେ ଗତ କିଛି ବର୍ଷ ହେଲା ୨ ହଜାର ଟଙ୍କିଆ ନୋଟର ସଂଖ୍ୟା ହ୍ରାସ ହୋଇ ଚାଲିଛି। ଚଳିତ ମାର୍ଚ୍ଚ ପର୍ଯ୍ୟନ୍ତ ବଜାରରେ ପ୍ରଚଳନରେ ଥିବା ମୋଟ ନୋଟରେ ଏହି ନୋଟର ବାଗିଦାରୀ ୧.୬ ପ୍ରତିଶତ ଅର୍ଥାତ ୨୧୪ କୋଟି ଟଙ୍କା ହ୍ରାସ ହୋଇଥିବା ଆରବିଆଇଙ୍କ ବାର୍ଷିକ ରିପୋର୍ଟରେ କୁହାଯାଇଛି। ତେବେ ଚଳିତବର୍ଷ ମାର୍ଚ୍ଚ ସୁଦ୍ଧା ବଜାରରେ ପ୍ରଚଳନରେ ଥିବା ସବୁ ବର୍ଗର ମୋଟ ନୋଟ ସଂଖ୍ୟା ୧୩,୦୫୩ କୋଟି ଟଙ୍କା ଥିଲା। ଯାହା ପୂର୍ବ ବର୍ଷ ଅର୍ଥାତ ୨୦୨୧ ମସିହାରେ ୧୨, ୪୩୭ କୋଟି ଟଙ୍କା ଥିଲା।

NewsLaxmi7

About Author

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ଖେଳ ଦେଶ ବିଦେଶ ସ୍ୱାସ୍ଥ୍ୟ

କପିଲ ଦେବ ହୃଦଘାତରେ ଆକ୍ରାନ୍ତ, ଦିଲ୍ଲୀ ହସପିଟାଲରେ ଆଞ୍ଜିୟୋପ୍ଲାଷ୍ଟ ପରେ ଚିକିତ୍ସାଧୀନ

ନୂଆଦିଲ୍ଲୀ ୨୩/୧୦: ଭାରତର କିମ୍ବଦନ୍ତୀ କ୍ରିକେଟର କପିଲ ଦେବ ହୃଦଘାତରେ ଆକ୍ରାନ୍ତ ହେବାରୁ ଦିଲ୍ଲୀ ହସପିଟାଲରେ ତାଙ୍କୁ ଭର୍ତି କରାଯାଇଛି। ତାଙ୍କର ଆଞ୍ଜିୟୋପ୍ଲାଷ୍ଟି କରାଯାଇଛି। ତେବେ ଏବେ