ଦେଶ ବିଦେଶ ସ୍ପେଶାଲ ରିପୋର୍ଟ ସ୍ୱାସ୍ଥ୍ୟ

ବଜାରରେ ଅପମିଶ୍ରିତ ମହୁ, ବିକ୍ରି କରୁଛନ୍ତି ଡାବର, ପତଞ୍ଜଳୀ, ବୈଦ୍ୟନାଥ, ଜଣ୍ଡୁ…, CSEଙ୍କ ରିପୋର୍ଟରେ NMR ଟେଷ୍ଟର ସାଂଘାତିକ ତଥ୍ୟ

ନୂଆଦିଲ୍ଲୀ ୦୩/୧୨: କରୋନା କାଳରେ ଲୋକେ ନିଜ ଶରୀରର ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି ପାଇଁ ନିର୍ଦ୍ଧିଷ୍ଟ ଖାଦ୍ୟ ପଦାର୍ଥ ସେବନ କରୁଛନ୍ତି। ଏହାକୁ ନଜରରେ ରଖି ‘ମହୁ’ର ବ୍ୟବହାର ମଧ୍ୟ ବୃଦ୍ଧି ପାଇଛି। କିନ୍ତୁ ନିଜ ଶରୀର ପାଇଁ ଉପକାରୀ ବୋଲି ସେବନ କରୁଥିବା ଲୋକେ ଅଜାଣତରେ ବିଷ ପାନ କରୁଥିବା ଜଣାପଡ଼ିଛି। ବହୁ ନାମୀ ଦାମୀ କମ୍ପାନୀ ଅପମିଶ୍ରିତ ମହୁ ବିକ୍ରି କରୁଛନ୍ତି। ନକଲି ମହୁରେ ଚାଇନିଜ୍‌ ସିରପ ସାଙ୍ଗକୁ ଚିନି ମିଶୁଥିବା ନେଇ ପରୀକ୍ଷା ପରେ ଜଣାପଡ଼ିଛି।

ଡାବର, ପତଞ୍ଜଳି, ବୈଦ୍ୟନାଥ, ଜଣ୍ଡୁ, ହିତକାରୀ, ଏପିସି ହିମାଳୟ ଭଳି ବଡ଼ ବଡ଼ କମ୍ପାନୀ ଅପମିଶ୍ରିତ ମହୁ ବିକ୍ରି କରୁଛନ୍ତି। ଏନେଇ ସେଣ୍ଟର ଫର ସାଇନ୍ସ ଆଣ୍ଡ ଏନଭର୍ଣ୍ଣମେଣ୍ଟ (ସିଏସ୍‌ଇ) ଖୁଲାସା କରିଛି। ଅନକେ ବ୍ରାଣ୍ଡ ନିଜ ମହୁରେ ଚିନି ମିଶାଉଛନ୍ତି। ସିଏସ୍‌ଇ ୧୩ ବଡ଼ ଓ ଛୋଟ ଛୋଟ କମ୍ପାନୀ ଦ୍ବାରା ପ୍ରସ୍ତୁତ ମହୁର ପରୀକ୍ଷା କରିଥିଲା। ଏହି ସବୁ କମ୍ପାନୀର ମହୁ ୭୭ ପ୍ରତିଶତ ଅପମିଶ୍ରିତ ହୋଇଛି। ଏହା ସହ ପରୀକ୍ଷା କରାଯାଇଥିବା ୨୨ ସାମ୍ପଲ୍‌ ମଧ୍ୟରେ କେବଳ ୫ଟି ହିଁ ସଫଳ ହୋଇଛି ବୋଲି ସିଏସଇ ପକ୍ଷରୁ ସୂଚନା ମିଳିଛି।

ଡାବର, ପତଞ୍ଜଳି, ବୈଦ୍ୟନାଥ, ଜଣ୍ଡୁ, ହିତକାରୀ, ଏପିସି ହିମାଳୟ ଭଳି ବଡ଼ ବ୍ରାଣ୍ଡ ଦ୍ବାରା ପ୍ରସ୍ତୁତ ମହୁ ଏନଡିଡିବି, ଗୁଜୁରାଟରେ ପ୍ରଥମେ ପରୀକ୍ଷା କରାଯାଇଥିଲା। ଏପିସି ହିମାଳୟ ବ୍ୟତୀତ ସମସ୍ତ ବ୍ରାଣ୍ଡ ପରୀକ୍ଷାରେ ସଫଳ ହୋଇଥିଲେ। କିନ୍ତୁ ପରବର୍ତ୍ତୀ ସମୟରେ ଏହି ସବୁ କମ୍ପାନୀର ମହୁର ଯେତେବେଳେ ଜର୍ମାନୀ ସ୍ଥିତ ନ୍ୟୁକ୍ଳିୟାର ମାଗ୍ନେଟିକ୍‌ ରିଜୋନାନ୍ସ (ଏନଏମଆର) ଲାବୋରେଟୋରି ଟେଷ୍ଟ କରଗଲା ସେତେବେଳେ ଏହିସବୁ ବ୍ରାଣ୍ଡ ଫେଲ୍‌ ମାରିଥିବା ଜଣାପଡ଼ିଛି। ୧୩ଟି କମ୍ପାନୀ ମଧ୍ୟରୁ କେବଳ ୩ଟି ଏନଏମଆର ପରୀକ୍ଷାରେ ପାସ୍‌ କରିଥିଲେ।

ଅନ୍ୟପଟେ ମହୁର ଅପମିଶ୍ରଣରେ ଚୀନର ଯୋଗଦାନକୁ ବି ଏଡ଼ାଇ ଦିଆଯାଇନପାରେ। ଗତବର୍ଷ ଏଫଏସ୍‌ଏସ୍‌ଏଆଇ ପକ୍ଷରୁ କୁହାଯାଇଥିଲା ଯେ ଦେଶରେ ପ୍ରସ୍ତୁତ ହେଉଥିବା ମହୁରେ ଗୋଲ୍ଡେନ ସିରପ୍‌, ଇନଭର୍ଟ ସୁଗାର ସିରପ୍‌ ଓ ରାଇସ୍‌ ସିରପ୍‌ ମିଶାଯାଉଛି। ତେବେ ଏହି ସବୁ ସିରପକୁ ଚୀନ କମ୍ପାନୀ ଫ୍ରୋକ୍ଟୋଜ୍‌ ରୂପରେ ଭାରତକୁ ପଠାଉଛି।

୨୦୦୩ ଓ ୨୦୦୬ରେ ମୃଦୁ ପାନୀୟରେ ଯେଉଁସବୁ ଜିନିଷ ମିଶ୍ରଣ କରାଯାଉଥିଲା ତାହା ମହୁରେ କରାଯାଉଛି ବୋଲି ସିଏସ୍‌ଇ ମହାନିର୍ଦେଶକ ସୁନୀତା ନାରାୟଣ କହିଛନ୍ତି। ୧୩ ବଡ଼ କମ୍ପାନୀର ମହୁର ଏନଏମଆର ଟେଷ୍ଟ କରାଯାଇଥିବା ବେଳେ ତା ମଧ୍ୟରୁ ୧୦ ବ୍ରାଣ୍ଡର ମହୁ କ୍ବାଲିଟି ପରୀକ୍ଷଣରେ ଫେଲ ମାରିଛି ବୋଲି ସେ କହିଛନ୍ତି।

ସୂଚନାଯୋଗ୍ୟ, ଭାରତରେ ପ୍ରସ୍ତୁତ ହେଉଥିବା ମହୁ ପାଇଁ ୧ ଅଗଷ୍ଟ ୨୦୨୦ରୁ ନୂଆ ନିୟମ ଜାରି ହୋଇଛି। ଅର୍ଥାତ ଭାରତରେ ପ୍ରସ୍ତୁତ ମହୁର ଏନଏମଆର ଟେଷ୍ଟ କରିବା ବାଧ୍ୟତାମୂଳକ। ଅନ୍ୟପଟେ ଟିଏମଆର ଟେଷ୍ଟ ଉପରେ ୨୦୧୯ରେ ରୋକ ଲଗାଇ ଦେଇଛନ୍ତି ସରକାର।

NewsLaxmi7

About Author

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ଖେଳ ଦେଶ ବିଦେଶ ସ୍ୱାସ୍ଥ୍ୟ

କପିଲ ଦେବ ହୃଦଘାତରେ ଆକ୍ରାନ୍ତ, ଦିଲ୍ଲୀ ହସପିଟାଲରେ ଆଞ୍ଜିୟୋପ୍ଲାଷ୍ଟ ପରେ ଚିକିତ୍ସାଧୀନ

ନୂଆଦିଲ୍ଲୀ ୨୩/୧୦: ଭାରତର କିମ୍ବଦନ୍ତୀ କ୍ରିକେଟର କପିଲ ଦେବ ହୃଦଘାତରେ ଆକ୍ରାନ୍ତ ହେବାରୁ ଦିଲ୍ଲୀ ହସପିଟାଲରେ ତାଙ୍କୁ ଭର୍ତି କରାଯାଇଛି। ତାଙ୍କର ଆଞ୍ଜିୟୋପ୍ଲାଷ୍ଟି କରାଯାଇଛି। ତେବେ ଏବେ