ଲାଇଫ୍ ଷ୍ଟାଇଲ

ବଚରେ ଅଛି ଏହି ସବୁ ଔଷଧିୀୟ ଗୁଣ; ଖାଆନ୍ତୁ ଓ ଅନେକ ସମସ୍ୟାକୁ ଚୁଟ୍କିରେ ଭଗାନ୍ତୁ

ପୂର୍ବକାଳରେ ଔଷଧ ନ ଥିଲା, ଡାକ୍ତର ନ ଥିଲେ ତଥାପି ବି ଶାରୀରିକ ସମସ୍ୟାର ସମାଧାନ ହେଉଥିଲା। ପୂର୍ବରୁ ରହିଥିବା ଅନେକ ଔଷଧୀୟ ପଦାର୍ଥ ମଧ୍ୟରୁ ‘ବଚ’ ଅନ୍ୟତମ। ଏହାକୁ ବହୁ ପୁରୁଣା କାଳରୁ ଔଷଧ ଭାବେ ବ୍ୟବହାର କରାଯାଏ। ଥଣ୍ଡା, ଶ୍ୱାସ, ସ୍ମରଣ ଶକ୍ତି, କଣ୍ଠ, ତ୍ୱଚା, କେଶ ଆଦି ଅନେକ ସମସ୍ୟାର ସମାଧାନ ଏଥିରେ ରହିଛି।
ଏହା ଥଣ୍ଡା ଓ ମୁଣ୍ଡବିନ୍ଧା ପାଇଁ ଏହା ଅବ୍ୟର୍ଥ ଔଷଧ ପରି କାମ କରେ। ଏହାର ଗୁଣ୍ଡକୁ ନାକରେ ପକାଇଲେ ଛିଙ୍କ ସମସ୍ୟା ଥିଲେ ସହଜରେ ଦୂର ହୁଏ।
କଫ କିମ୍ବା ଜ୍ୱର ହୋଇଥିଲେ ବଚ ଖାଇବା ଦ୍ୱାରା ଉପଶମ ମିଳେ। ଏହା ଏକ ଉତ୍ତମ ଥଣ୍ଡା ନାଶକାରୀ ଦ୍ରବ୍ୟ ବୋଲି ଆପଣ କହିପାରନ୍ତି।
ବଚ ଖାଇବା ଦ୍ୱାରା ସ୍ମରଣ ଶକ୍ତି ବି ବୃଦ୍ଧି ହୋଇଥାଏ। ମହୁ ସହ ବଚ ଗୁଣ୍ଡ ମିଶାଇ ପିଇଲେ ସ୍କରଣ ଶକ୍ତି ବଢ଼ିଥାଏ।
ଶ୍ୱାସ ରୋଗୀମାନେ ରୀତିମତ ବଚ ଖାଇ ପାରିବେ। ବଚ ଖାଇଲେ ଧଇଁ ଉଠିବା କମ୍ ହେବା ସହ ଭିତରକୁ ଥଣ୍ଡା ଦୂର ହୋଇଥାଏ।
କଣ୍ଠ ପତଳା କରିବାକୁ ଚାହୁଁଥିଲେ ଆପଣ ବଚ ଖାଇପାରନ୍ତି। ରୀତିମତ ବଚ ଖାଇଲେ କଣ୍ଠ ପତଳା ହେବା ସହ ସ୍ପଷ୍ଟ ବି ହୋଇଥାଏ।
ନିଦ୍ରାହୀନତା ରୋଗ ବି ବଚ ଖାଇବା ଦ୍ୱାରା ଦୂର ହୋଇଥାଏ। ଆଜିକାଲି ଯୁବପିଢ଼ିଙ୍କ କ୍ଷେତ୍ରରେ ଏ ସମସ୍ୟା ରହିଛି। ତେବେ ବଚ ଖାଇ ଏହାକୁ ଦୂର କରି ହେବ।
ଗାଧୁଆ ପାଣିରେ ବଚ ଗୁଣ୍ଡ ମିଶାଇ ଗାଧୋଇଲେ ତ୍ୱଚା ଚିକ୍କଣ ହୋଇଥାଏ। ଏହା କେଶ ଝଡ଼ା ସମସ୍ୟା ବି ଦୂର କରିଥାଏ। ତେଲରେ ବଚ ମିଶାଇ ଲଗାଇଲେ କେଶ ଝଡ଼ା ସମସ୍ୟା ଦୂର ହୋଇଥାଏ।

NewsLaxmi7

About Author

You may also like

ଲାଇଫ୍ ଷ୍ଟାଇଲ

ଭାତ ଖାଇ ଓଜନ ହ୍ରାସ କରନ୍ତୁ

ଆଜିକାଲି ଓଜନ ବଢିବା ଏକ ମୁଖ୍ୟ ସମସ୍ୟା ଭାବେ ଦେଖାଯାଉଛି । କେବଳ ବୟସ୍କ ବ୍ୟକ୍ତି ନୁହଁନ୍ତି ଅନେକ୍ କମ୍ ବୟସର ପିଲାଙ୍କ କ୍ଷେତ୍ରରେ ମଧ୍ୟ ଏହି
ରାଜନୀତି ଲାଇଫ୍ ଷ୍ଟାଇଲ

ଭାରତରେ ୧୩.୮ କୋଟି ଲୋକଙ୍କର ସମୀପ ଦୃଷ୍ଟି ସମସ୍ୟା

ନୂଆଦିଲ୍ଲୀ: ଭାରତରେ ସାଧାରଣତଃ ଲୋକଙ୍କର ହାରାହାରି ଆୟୁ ବଢ଼ିବା ସହ ମଧୁମେହ ପୀଡ଼ିତଙ୍କ ସଂଖ୍ୟାରେ ଅସମ୍ଭବ ବୃଦ୍ଧି ଯୋଗୁଁ ତଦନୁସାରେ ଦୃଷ୍ଟିଶକ୍ତି ସମସ୍ୟା ମଧ୍ୟ ବଢ଼ିଚାଲିଛି। ଦୀର୍ଘ