ଦେଶ ବିଦେଶ ଲାଇଫ୍ ଷ୍ଟାଇଲ ସ୍ପେଶାଲ ରିପୋର୍ଟ

ବଙ୍ଗୋପସାଗରରେ ଦାନା ବାନ୍ଧୁଛି ପୁଣି ଏକ ଲଘୁଚାପ ! ନଭେମ୍ବର ୩୦ରୁ ଓଡ଼ିଶାରେ ବର୍ଷାନେଇ ସତର୍କ କଲେ IMD

ନୂଆଦିଲ୍ଲୀ ୨୬।୧୧: ଘୂର୍ଣ୍ଣିବାତ୍ୟା ‘ନିଭାର’ ଗୁରୁବାର ପ୍ରତ୍ୟୁଷରେ ଭୂ-ଭାଗକୁ ପ୍ରବେଶ ପରେ କ୍ରମଶଃ ଦୁର୍ବଳ ହୋଇଯାଇଛି। ତେବେ କେନ୍ଦ୍ରୀୟ ବଙ୍ଗୋପସାଗରର ଯେଉଁ ସ୍ଥାନରେ ନିଭାର ସୃଷ୍ଟି ହୋଇଥିଲା ଠିକ୍‌ ସେହି ସ୍ଥାନରେ ପୁଣି ଏକ ଲଘୁଚାପ କେନ୍ଦ୍ରିଭୂତ ହେଉଥିବା ଭାରତୀୟ ପାଣିପାଗ ବିଭାଗ ସୂଚିତ କରିଛନ୍ତି। ଲଘୁଚାପ ଘନିଭୂତ ହେଲେ ଓଡିଶା ଉପରେ ଏହାର ପ୍ରଭାବ ପଡିବା ସହ ନଭେମ୍ବର ୩୦ ଓ ଡିସେମ୍ବର ୧ ତାରିଖ ଦୁଇ ଦିନ ବର୍ଷାହୋଇପାରେ ବୋଲି ପୂର୍ବାନୁମାନ କରାଯାଉଛି।

ନିଭାର କେନ୍ଦ୍ରୀୟ ବଙ୍ଗୋପସାଗରର ଦକ୍ଷିଣରେ ସୃଷ୍ଟି ହୋଇଥିଲା। ସେହି ସ୍ଥାନରେ ପୁଣି ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଥିବା ବେଳେ ନଭେମ୍ବର ୨୯ ତାରିଖ ବେଳକୁ ଏହାର ସ୍ଥିତି ସ୍ପଷ୍ଟ ହୋଇଯିବ ବୋଲି ଆଇଏମଡି କହିଛନ୍ତି। ଏଥିଲାଗି ଓଡିଶାରେ ନଭେମ୍ବର ୩୦ ଓ ଡିସେମ୍ବର ୧ ତାରିଖରେ ପ୍ରବଳରୁ ଅତି ପ୍ରବଳ ବର୍ଷା ଆଶଙ୍କା କରାଯାଉଛି।

ଭାରତ ମହାସାଗର ଉତ୍ତରରେ ଚଳିତବର୍ଷ ସୃଷ୍ଟି ହୋଇଥିବା ଘୂର୍ଣ୍ଣିବାତ୍ୟା ମଧ୍ୟରେ ନିଭାର ଥିଲା ଚତୁର୍ଥ। ଏହା ପୂର୍ବରୁ ଏଠାରେ ସୃଷ୍ଟି ହୋଇଥିବା ସାମୁଦ୍ରିକ ବାତ୍ୟା ‘ଗତି’ ସୋମାଲିଆରେ ଲ୍ୟାଣ୍ଡ ଫଲ କରିଥିବା ବେଳେ ‘ନିଶାଗ୍ର’ ମହାରାଷ୍ଟ୍ରରେ ଭୂ-ଭାଗକୁ ପ୍ରବେଶ କରିଥିଲା। ସେହିପରି ଏଠାରେ ସୃଷ୍ଟି ହୋଇଥିବା ଅମ୍ଫାନ ପଶ୍ଚିମବଙ୍ଗ ଉପକୂଳରେ ଭୂ-ଭାଗକୁ ପ୍ରବେଶ କରି ବ୍ୟାପକ କ୍ଷୟକ୍ଷତି କରିଥିଲା। ତେବେ ପୁଣି ସେହି ସ୍ଥାନରେ ସୃଷ୍ଟି ହେବାକୁ ଯାଉଥିବା ଲଘୁଚାପ କେଉଁ ରୂପ ନେବ ତାହା ନଭେମ୍ବର ୨୯ ବେଳକୁ ସ୍ପଷ୍ଟ ହୋଇଯାଇଥିବ ବୋଲି ପାଣିପାଗ ବିଭାଗ କହିଛନ୍ତି।

ଚଳିତବର୍ଷ ସୃଷ୍ଟି ହେବାକୁ ଥିବା ସାମୁଦ୍ରିକ ବାତ୍ୟା ନାମକରଣରୁ ଆଉ ୪ଟି ନାମ ରହିଛି। ଏଥିରୁ ସଦସ୍ୟ ଦେଶ ମାଲଦ୍ୱୀପ ଦ୍ୱାରା ବୁରେଭି, ମ୍ୟାଁମାରର ‘ତୌକତୈ’, ଓମାନର ‘ୟାସ୍’ଓ ପାକିସ୍ତାନର ‘ଗୁଲାବ’ ନାମ ବଳକା ଅଛି। ଯଦି ନୂଆକରି ସୃଷ୍ଟି ହେବାକୁ ଯାଉଥିବା ଲଘୁଚାପ ସାମୁଦ୍ରିକ ବାତ୍ୟାର ରୂପ ନିଏ ହୁଏତ ତାକୁ ମାଲଦ୍ୱୀପ ଦ୍ୱାରା ନାମିତ ‘ବୁରେଭି’ ନାମରେ ନାମକରଣ କରାଯାଇପାରେ।

NewsLaxmi7

About Author

You may also like

ଲାଇଫ୍ ଷ୍ଟାଇଲ

ଭାତ ଖାଇ ଓଜନ ହ୍ରାସ କରନ୍ତୁ

ଆଜିକାଲି ଓଜନ ବଢିବା ଏକ ମୁଖ୍ୟ ସମସ୍ୟା ଭାବେ ଦେଖାଯାଉଛି । କେବଳ ବୟସ୍କ ବ୍ୟକ୍ତି ନୁହଁନ୍ତି ଅନେକ୍ କମ୍ ବୟସର ପିଲାଙ୍କ କ୍ଷେତ୍ରରେ ମଧ୍ୟ ଏହି
ରାଜନୀତି ଲାଇଫ୍ ଷ୍ଟାଇଲ

ଭାରତରେ ୧୩.୮ କୋଟି ଲୋକଙ୍କର ସମୀପ ଦୃଷ୍ଟି ସମସ୍ୟା

ନୂଆଦିଲ୍ଲୀ: ଭାରତରେ ସାଧାରଣତଃ ଲୋକଙ୍କର ହାରାହାରି ଆୟୁ ବଢ଼ିବା ସହ ମଧୁମେହ ପୀଡ଼ିତଙ୍କ ସଂଖ୍ୟାରେ ଅସମ୍ଭବ ବୃଦ୍ଧି ଯୋଗୁଁ ତଦନୁସାରେ ଦୃଷ୍ଟିଶକ୍ତି ସମସ୍ୟା ମଧ୍ୟ ବଢ଼ିଚାଲିଛି। ଦୀର୍ଘ