ମୁମ୍ଵାଇ ୨୫।୦୮: ଏହି ବର୍ଷ ବଲିଉଡ ପାଇଁ ବହୁତ ଖରାପ ପ୍ରମାଣିତ ହେଉଛି। ବକ୍ସ ଅଫିସରେ ଫିଲ୍ମ ଗୁଡିକ ବ୍ୟାକ୍ ଟୁ ବ୍ୟାକ୍ ଫ୍ଲପ୍ ହେବାରେ ଲାଗିଛି। ନିକଟରେ ଦୋବାରା ସହିତ ବି ଠିକ୍ ସମାନ ଘଟଣା ଘଟିଛି। ରିଲିଜ୍ ହେବାର ୬ ଦିନରେ ମଧ୍ୟ ତାପସୀ ପନ୍ନୁଙ୍କ ଅଭିନୀତ ଚଳଚ୍ଚିତ୍ର ୧ କୋଟି ପର୍ଯ୍ୟନ୍ତ ରୋଜଗାର କରିପାରି ନାହିଁ।
ବଲିଉଡ ବକ୍ସ ଅଫିସରେ ମଧ୍ୟ ଏକ ସମୟ ଥିଲା। ଯେତେବେଳେ ଚଳଚ୍ଚିତ୍ର ଗୁଡ଼ିକ ପ୍ରଥମ ଦିନରେ ହ୍ୟାଟ୍ରିକ୍ ଏବଂ ବ୍ଲକ୍ବଷ୍ଟର ହେଉଥିଲା। କିନ୍ତୁ ବର୍ତ୍ତମାନ ଏହା ଏପରି ହୋଇଛି ଯେ ରିଲିଜ୍ ହେବାର ସପ୍ତାହେ ପରେ ମଧ୍ୟ ଫିଲ୍ମ ଗୁଡିକ କିଛି କୋଟି ରୋଜଗାର କରି ପାରିଛି। ତାପସୀ ପନ୍ନୁଙ୍କ ଦୋବାରା ପ୍ରଥମ ଦିନରେ ମାତ୍ର ୭୨ ଲକ୍ଷ ଟଙ୍କା ସଂଗ୍ରହ କରିଥିଲା । ବର୍ତ୍ତମାନ ବକ୍ସ ଅଫିସରେ ୫ କୋଟି ଟଙ୍କା ଅତିକ୍ରମ କରିବାକୁ ସଂଘର୍ଷ କରୁଛି। କାରଣ ଏହାର ଷଷ୍ଠ ଦିନରେ ରୋଜଗାର ମାତ୍ର ୪୫ ଲକ୍ଷ ଟଙ୍କା ରେକର୍ଡ କରାଯାଇଥିଲା। ବାଣିଜ୍ୟ ବିଶ୍ଳେଷକଙ୍କ କହିବାନୁସାରେ, ଫିଲ୍ମ ବର୍ତ୍ତମାନ ପର୍ଯ୍ୟନ୍ତ ବକ୍ସ ଅଫିସରେ ମାତ୍ର ୪.୪୦ କୋଟି ଟଙ୍କା ରୋଜଗାର କରିଛି।
ଦୋବାରା ହେଉଛି ୨୦୧୮ର ସ୍ପେନୀୟ ଚଳଚ୍ଚିତ୍ର ମିରାଜ୍ ର ଅଫିସିଆଲ୍ ରିମେକ୍। ଅନୁରାଗ କାଶ୍ୟପଙ୍କ ନିର୍ଦ୍ଦେଶିତ ଏହି ରହସ୍ୟମୟ ଡ୍ରାମା ଚଳଚ୍ଚିତ୍ରରେ ତାପସୀ ପନ୍ନୁ ଏବଂ ପାଭେଲ ଗୁଲାଟି ମୁଖ୍ୟ ଭୂମିକାରେ ଅଛନ୍ତି। ଲଣ୍ଡନ ଇଣ୍ଡିଆନ୍ ଫିଲ୍ମ ଫେଷ୍ଟିଭାଲରେ ଏହି ଫିଲ୍ମ ଓପନିଂ କରାଯାଇଥିଲା। ଏହି ଚଳଚ୍ଚିତ୍ରଟି ସମାଲୋଚକମାନଙ୍କଠାରୁ ଭଲ ପ୍ରତିକ୍ରିୟା ପାଇଥିଲା।