ନୂଆଦିଲ୍ଳୀ ୦୫।୦୫ : ବର୍ତ୍ତମାନ ବକ୍ସ ଅଫିସରେ ରାଜ୍ କରୁଛି ସାଉଥ ମୁଭି । ଚାରିଆଡ଼େ ଗୋଟିଏ କଥା । କଣ ହେଇଛି ସାଉଥ୍ ଫିଲ୍ମର । କି ଆକ୍ସନ ଓ କି ଗୀତ । ବଲିଉଡ୍ ମୁଭି ଅପେକ୍ଷା ହଲ୍ରେ ଏବେ ସାଉଥ୍ ଫିଲ୍ମର ଚାଲିଛି ଦବଦବା। ଫ୍ୟାନ୍ସକୁ ମତୁଆଲା କରୁଛି ସାଉଥ ହିରୋଙ୍କ ଲୁକ୍ ଓ ଷ୍ଟାଇଲ୍ । ଅଞ୍ଚଳ କି ରାଜ୍ୟରେ ନୁହେଁ ପୂରା ଦେଶରେ ସୁପରହିଟ୍ ହେଉଛି ସାଉଥ ଫିଲ୍ମ । ସମସ୍ତ ସିନେ ଇଣ୍ଡଷ୍ଟ୍ରିରେ ସାଉଥର ହାୱା ।ସାଉଥ୍ ଇଣ୍ଡିଆନ୍ ଫିଲ୍ମ ସାରା ଦେଶର ହଲରେ କରୁଛି ଧମାଲ୍। ତାମିଲ, ତେଲୁଗୁ, କନ୍ନଡ କିମ୍ବା ମାଲାୟାଲମ୍ ଫିଲ୍ମର ହିନ୍ଦୀ ଭର୍ସନ୍ ପାଇଛନ୍ତି ଦର୍ଶକ ।
ପୁଷ୍ପା , ଆରଆର୍ଆର୍ ଓ କେଜିଏଫ (ଚାପ୍ଟର-୨)ର ସଫଳତା ପରେ ଆଗକୁ ଆସୁଛି ଭରପୁର୍ ଆକ୍ସନ ସହ ଦମ୍ଦାର ଡାଇଲଗ ଥିବା ଫିଲ୍ମ। ଏଥିରେ ରହିଛି ବାହୁବଲୀ ଫେମ୍ ପ୍ରଭାସଙ୍କ ସାଲାର ଓ ଆଦିପୁରୁଷ୍ । ୨୦୨୩ରେ ଉଭୟ ଫିଲ୍ମ ରିଲିଜ୍ ହେବାକୁ ସ୍ଥିର କରାଯାଇଥିବା ବେଳେ କେଉଁ ମାସରେ ରିଲିଜ୍ ହେବ। ସେନେଇ କିଛି ସବିଶେଷ ତଥ୍ୟ ମିଳିନାହିଁ । ସାଲାରରେ ପ୍ରଭାସଙ୍କ ବିପକ୍ଷରେ ଶ୍ରୁତି ହାସନଙ୍କୁ ଦେଖିବାକୁ ମିଳିଥିବା ବେଳେ ନିର୍ଦ୍ଦେଶନା ଦେଉଛନ୍ତି କେଜିଏଫ୍ ଡାଇରେକ୍ଟର ପ୍ରଶାନ୍ଥ ନିଲ୍ ।
ପ୍ରଭାସଙ୍କ ଆଉ ଏକ ଫିଲ୍ମ ଆସୁଛି ଆଦିପୁରୁଷ । ଯାହାର ନିର୍ଦ୍ଦେଶନା ଭାର ସମ୍ଭାଳୁଛନ୍ତି ଓମ୍ ରାଉତ୍। ଆଦିପୁରୁଷରେ ପ୍ରଭାସଙ୍କ ବିପକ୍ଷରେ କ୍ରିତି ସାନନ୍ଙ୍କୁ ଦେଖିବାକୁ ମିଳିଥିବା ବେଳେ ସେଫ୍ ଅଲ୍ଲୀ ଖାନ୍ଙ୍କୁ ମଧ୍ୟ ଦେଖିବାକୁ ମିଳିବ । ଫିଲ୍ମର ବଜେଟ୍ ୫୦୦ କୋଟି ରହିଛି। ଅନ୍ୟପଟେ ସୁପରଷ୍ଟାର ବିକ୍ରମଙ୍କ ଫିଲ୍ମ ପିଏସ୍-୧।
ଏଥିରେ ଅଭିନେତ୍ରୀ ଐଶ୍ବର୍ଯ୍ୟା ରାୟ ବଚ୍ଚନଙ୍କୁ ମଧ୍ୟ ଦେଖିବାକୁ ମିଳିଛି। ସେହିପରି ସୁପରଷ୍ଟାର ମହେଶ ବାବୁଙ୍କ ଆଉ ଏକ ଆକ୍ସନ ଓ ଥ୍ରିଲରେ ଫ୍ଲିଲ ସକ୍ରୁ ଭାରି ପାତା ଆସୁଛି । ଯେଉଁଥିରେ ସାଉଥର ଚୁଲ୍ବୁଲି ନାୟିକା କୀର୍ତ୍ତି ସୁରେଶଙ୍କ ଦେଖିବାକୁ ମିଳିବ। ତେବେ ଫିଲ୍ମର ରିଲିଜ ପୂର୍ବରୁ ଫିଲ୍ମର କଲାବତୀ ନାମକ ଏକ ଗୀତ ଖୁବ୍ ଭାଇରାଲ ହୋଇଛି । ଦର୍ଶକମାନେ ଏହି ଗୀତକୁ ଖୁବ୍ ପସନ୍ଦ ମଧ୍ୟ କରୁଛନ୍ତି। ତେବେ ଆଗାମୀ ଦିନରେ ସାଉଥରେ ଏହି ସବୁ ବିଗ୍ ବଜେଟ୍, ହାଇ ଷ୍ଟାର କାଷ୍ଟ ଓ ଦମ୍ଦାର ଷ୍ଟୋରିଂ ଟେଲିଂରେ ହଜିଯିବନିତ ବଲିଉଡ୍ରେ ଅପକମିଂ ମୁଭି

