ଦେଶ ବିଦେଶ ମନୋରଞ୍ଜନ

ବକ୍ସ ଅଫିସ୍‌ରେ ଧମାଲ୍‌ କରୁଛି ‘ଡକ୍ଟର ଷ୍ଟ୍ରେଞ୍ଜ ଇନ୍‌ ଦ ମଲ୍ଟିବର୍ସ ଅଫ୍‌ ମ୍ୟାଡେନ୍ସ’, ପ୍ରଥମ ଦିନରେ ରେକର୍ଡ କଲା ଏତିକି କୋଟି ଟଙ୍କା

ବର୍ତ୍ତମାନ ହଲ୍‌ରେ ମାର୍ଭେଲ ଷ୍ଟୁଡିଓର ଫିଲ୍ମ ‘ଡକ୍ଟର ଷ୍ଟ୍ରେଞ୍ଜ ଇନ୍‌ ଦ ମଲ୍ଟିବର୍ସ ଅଫ୍‌ ମ୍ୟାଡେନ୍ସ’ ରିଲିଜ୍‌ ହୋଇଛି । ଫିଲ୍ମଟି ପ୍ରଥମ ଦିନରେ ହିଁ ବକ୍ସ ଅଫିସ୍ ଧମାଲ୍‌ କରିଛି । ଏହା ସହ କଲେକସନ୍‌ ମଧ୍ୟ ଖୁବ୍‌ କଲାଣି ଯାହା ଆଶ୍ଚର୍ଯ୍ୟ କରିବ । ଫିଲ୍ମଟି ରିଲିଜ୍ ଡେଟ୍‌ରେ ହିଁ ଏକ ନୂଆ ରେକର୍ଡ ସୃଷ୍ଟି କରିଛି । ପ୍ରଥମ ଦିନର କଲେକସନ୍‌ ଦୃଷ୍ଟିରୁ ବେନେଡିକ୍ଟ କମ୍ବରବ୍ୟାଚ୍ ଷ୍ଟାର ଫିଲ୍ମ ଡକ୍ଟର ଷ୍ଟ୍ରେଞ୍ଜ -୨ ପ୍ରଥମ ଦିନରେ ହିଁ ଭାରତରେ ଚତୁର୍ଥ ସର୍ବାଧିକ କଲେକସନ୍‌ କରିଥିବା ଚଳଚ୍ଚିତ୍ର ହୋଇପାରିଛି ।

ପ୍ରଥମ ଦିନର କଲେକସନ୍‌ ବିଷୟରେ କହିବାକୁ ଗଲେ, Doctor Strange in the Multiverse of Madness ପ୍ରଥମ ଦିନରେ ୨୭ କୋଟି ୫୦ ଲକ୍ଷ ଟଙ୍କା ଆୟ କରିଛି । ଆମେରିକାର କଲେକସନ୍‌ ବିଷୟରେ କହିବାକୁ ଗଲେ ପ୍ରଥମ ଦିନରେ ଆମେରିକାରେ ୩୬ ମିଲିୟନ୍ ଡଲାର୍ ରୋଜଗାର କରିଛି । ଏକ ରିପୋର୍ଟ ଅନୁଯାୟୀ, ଫିଲ୍ମଟି ପ୍ରଥମ ସପ୍ତାହ ୧୭୫ ଆମେରିକି ଡଲାର ପର୍ଯ୍ୟନ୍ତ ରୋଜଗାର କରିପାରିବ । କହିବାକୁ ଗଲେ ପ୍ରଥମ ଦିନରେ ଫିଲ୍ମ ପାଇଁ ୮୫ ଆମେରିକୀୟ ଡଲାରର ଆଡଭାନ୍ସ ବୁକିଂ କରାଯାଇଥିଲା ।

ସବୁଠାରୁ ବଡ କଥା ହେଉଛି ଏହା ପୂର୍ବରୁ ଏହି ତାଲିକାରେ ଯେତେ ଫିଲ୍ମ ରହିଛି ସବୁ ମାର୍ବଲ ଷ୍ଟୁଡିଓର ଅଟେ । ତେବେ ଟ୍ରେଡ୍‌ ଆନାଲିଷ୍ଟ ତରନ ଆଦର୍ଶ ଫିଲ୍ମର ରୋଜଗାର ଆକଳନ କରି କହିଛନ୍ତି ଯେ ଡକ୍ଟର ଷ୍ଟ୍ରେଞ୍ଜ-୨ ପୂର୍ବରୁ ‘ଆଭେଞ୍ଜର୍ସ ଇନଫିନିଟି ୱାର୍’, ‘ସ୍ପାଇଡର୍-ମ୍ୟାନ୍’ ଏବଂ ‘ଆଭେଞ୍ଜର୍ସ ଏଣ୍ଡ ଗେମ୍’ ଭଳି ଅନେକ ଫିଲ୍ମ ଏହି ତାଲିକାରେ ସାମିଲ୍‌ ହୋଇଛି ।

NewsLaxmi7

About Author

You may also like

ମନୋରଞ୍ଜନ

ଦିଲୱାଲେ ଦୁହ୍ଲନିଆଁକୁ ପୂରିଲା ୨୫ ବର୍ଷ

ନୂଆଦିଲ୍ଲୀ : ଶାହରୁଖ୍ ଖାନ୍ ଓ କାଜଲଙ୍କ ଅଭିନୀତ ଫିଲ୍ମ ଦିଲ୍‌ୱାଲେ ଦୁହ୍ଲନିଆ ଲେ ଜାଏଙ୍ଗେକୁ ଆଜି ପୂରିଛି ୨୫ ବର୍ଷ । ୧୯୯୫ରେ ମୁକ୍ତିଲାଭ କରିଥିବା
ମନୋରଞ୍ଜନ

ରୋମାଟିଂକ୍ ଅନ୍ଦାଜ୍‌ରେ ବିରୁଷ୍କା

ନୂଆଦିଲ୍ଲୀ : ଭାରତୀୟ କ୍ରିକେଟ୍ ଟିମ୍‌ର କ୍ୟାପଟେନ୍ ବିରାଟ କୋହଲି ଆଜିକାଲି ଆଇପିଏଲ୍ ପାଇଁ ଦୁବାଇରେ ରହୁଛନ୍ତି । ସେଠାରେ ତାଙ୍କ ପତ୍ନୀ ତଥା, ବଲିଉଡ ଅଭିନେତ୍ରୀ