ଦେଶ ବିଦେଶ ମନୋରଞ୍ଜନ

ବକ୍ସ ଅଫିସ୍‌ରେ ଧମାଲ୍‌ କରୁଛି ଫିଲ୍ମ ‘ବଚ୍ଚନ ପାଣ୍ଡେ’, ପ୍ରଥମ ଦିନରେ କଲେକ୍ସନ୍‌ କଲା ୧୩ କୋଟି

ନୂଆଦିଲ୍ଲୀ ୧୯।୦୩ : ଅକ୍ଷୟ କୁମାର ଏବଂ କ୍ରିତି ସାନନଙ୍କ ଫିଲ୍ମ ‘ବଚ୍ଚନ ପାଣ୍ଡେ’ ଶୁକ୍ରବାର ଦିନ ବକ୍ସ ଅଫିସରେ ମୁକ୍ତିଲାଭ କରିଛି। ଫିଲ୍ମ ବିଷୟରେ ଅନେକ ଚର୍ଚ୍ଚା ହେଉଛି । ଏଥିପାଇଁ ନିର୍ମାତାମାନେ ହୋଲି ଅବସରରେ ଏହାକୁ ରିଲିଜ୍‌ କରାଯାଇଛି। ଏହି ଚଳଚ୍ଚିତ୍ରଟି ପ୍ରଥମ ଦିନରେ ୧୩ କୋଟି କଲେକସନ୍‌ କରିଛି । ଏହି ଚଳଚ୍ଚିତ୍ରଟି ବିବେକ ଅଗ୍ନିହୋତ୍ରୀଙ୍କ ଫିଲ୍ମ ‘କାଶ୍ମୀର ଫାଇଲସ୍‌’କୁ ଟକ୍କର ଦେଉଛି ।

ଫରହାଦ୍ ଶାମଜୀଙ୍କ ନିର୍ଦ୍ଦେଶିତ ଚଳଚ୍ଚିତ୍ର ବଚ୍ଚନ ପାଣ୍ଡେରେ ଅକ୍ଷୟ କୁମାର ଏବଂ କ୍ରିତି ସାନନଙ୍କ ବ୍ୟତୀତ ଅରଶଦ୍ ୱାର୍ସି, ଜ୍ୟାକଲିନ୍ ଫର୍ଣ୍ଣାଣ୍ଡିଜ୍ ଗୁରୁତ୍ୱପୂର୍ଣ୍ଣ ଭୂମିକା ନଜର ଆସିଛନ୍ତି। ଏହି ଚଳଚ୍ଚିତ୍ରର କାହାଣୀ ଏକ ଗ୍ୟାଙ୍ଗଷ୍ଟର ଉପରେ ଆଧାରିତ।

ଟ୍ରେଡ୍‌ ଆନାଲିଷ୍ଟ ତରନ ଆଦର୍ଶ ତାଙ୍କ ଅଫିସିଆଲ୍ ଟ୍ୱିଟର ହ୍ୟାଣ୍ଡେଲରେ ଏହି ଫିଲ୍ମର କଲେକସନ୍‌ ବିଷୟରେ ଜଣାଇଚନ୍ତି । ଏନେଇ ତାରନ୍ ଆଦର୍ଶ ଲେଖିଛନ୍ତି, ‘ବଚ୍ଚନ ପାଣ୍ଡେ ପ୍ରଥମ ଦିନରେ ବକ୍ସ ଅଫିସ୍‌ ହିଟ୍‌ କରି ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି। ତାରନ୍ ଆଦର୍ଶ ଲେଖିଛନ୍ତି, ‘ଏହି ଚଳଚ୍ଚିତ୍ର ଶୁକ୍ରବାର ଦିନ ୧୩ କୋଟି ୨୫ ଲକ୍ଷ ଟଙ୍କା ବ୍ୟବସାୟ କରିଛି ଏବଂ ଦ୍ୱିତୀୟ ଓ ତୃତୀୟ ଦିନରେ ଏହା ଆହୁରି ବୃଦ୍ଧି ପାଇବ ବୋଲି ଆଶା କରାଯାଉଛି।

NewsLaxmi7

About Author

You may also like

ମନୋରଞ୍ଜନ

ଦିଲୱାଲେ ଦୁହ୍ଲନିଆଁକୁ ପୂରିଲା ୨୫ ବର୍ଷ

ନୂଆଦିଲ୍ଲୀ : ଶାହରୁଖ୍ ଖାନ୍ ଓ କାଜଲଙ୍କ ଅଭିନୀତ ଫିଲ୍ମ ଦିଲ୍‌ୱାଲେ ଦୁହ୍ଲନିଆ ଲେ ଜାଏଙ୍ଗେକୁ ଆଜି ପୂରିଛି ୨୫ ବର୍ଷ । ୧୯୯୫ରେ ମୁକ୍ତିଲାଭ କରିଥିବା
ମନୋରଞ୍ଜନ

ରୋମାଟିଂକ୍ ଅନ୍ଦାଜ୍‌ରେ ବିରୁଷ୍କା

ନୂଆଦିଲ୍ଲୀ : ଭାରତୀୟ କ୍ରିକେଟ୍ ଟିମ୍‌ର କ୍ୟାପଟେନ୍ ବିରାଟ କୋହଲି ଆଜିକାଲି ଆଇପିଏଲ୍ ପାଇଁ ଦୁବାଇରେ ରହୁଛନ୍ତି । ସେଠାରେ ତାଙ୍କ ପତ୍ନୀ ତଥା, ବଲିଉଡ ଅଭିନେତ୍ରୀ