ଅପରାଧ ରାଜ୍ୟ

ବକେୟା ଭତ୍ତା ପ୍ରଦାନକୁ ନେଇ ଉତ୍ତେଜନା, ପିଇଓ ଏବଂ ଜିଆର୍‌ଏସ୍‌ଙ୍କୁ ପଞ୍ଚାୟତ ଘରେ ତାଲା ପକାଇଲେ ହିତାଧିକାରୀ

ବଡ଼ବିଲ୍‌,୧୫/୦୮: ୪ ମାସର ବକେୟା ଭତ୍ତା ନଦେବା କାରଣରୁ ଯୋଡ଼ା ବ୍ଲକ୍ ଚମକପୁର ପଞ୍ଚାୟତରେ ଉତ୍ତେଜନା ଦେଖିବାକୁ ମିଳିଛି । ବାର୍ଦ୍ଧକ୍ୟ ଭତ୍ତା ବାଣ୍ଟିବାକୁ ଯାଇଥିବା ପିଇଓ ବିଦ୍ୟାଧର ପାତ୍ର ଓ ଜିଆରଏସ୍ ରମେଶ ନାଏକଙ୍କୁ ତାଲା ପକାଇଛନ୍ତି ଉତ୍ତେଜିତ ଲୋକେ । ସୋମବାର ବାର୍ଦ୍ଧକ୍ୟ ଭତ୍ତା ବଣ୍ଟନ କରାଯିବା ପାଇଁ ପଞ୍ଚାୟତର ହିତାଧିକାରୀ ମାନଙ୍କୁ ପଞ୍ଚାୟତ ଅଫିସକୁ ଡକାଯାଇଥିଲା । ତେବେ ହିତାଧିକାରୀଙ୍କ ୩/୪ ମାସର ଭତ୍ତା ବକୟା ରହିଥିବାବେଳେ, ସେମାନଙ୍କୁ ମାତ୍ର ଗୋଟିଏ ମାସର ଭତ୍ତା ଦିଆଯାଉଥିଲା । ଯାହାକୁ ନେଇ ଅସନ୍ତୋଷ ଦେଖାଯିବା ସହ ଉତ୍ତେଜନା ସୃଷ୍ଟି ହୋଇଥିଲା ।

ଉତ୍ତେଜିତ ଲୋକେ ଭତ୍ତା ବାଣ୍ଟିବାକୁ ଯାଇଥିବା ପିଇଓ ଓ ଜିଆରଏସଙ୍କୁ ପଞ୍ଚାୟତ ଅଫିସରେ ତାଲା ପକାଇଥିଲେ । ପ୍ରାୟ ଦୁଇ ଘଣ୍ଟା ଧରି ଉଭୟ ବନ୍ଦ ରହିବା ପରେ ଚମ୍ପୁଆ ପୋଲିସ୍ ଘଟଣା ସ୍ଥଳରେ ପହଞ୍ଚି ଲୋକଙ୍କୁ ବୁଝାସୁଝା କରିଥିଲେ ହେଁ ହିତାଧିକାରୀମାନେ କୌଣସି ପ୍ରକାରେ ବୁଝିନଥିଲେ। ଶେଷରେ ପୋଲିସ୍, ବ୍ଲକ୍ ଉନ୍ନୟନ ଅଧିକାରୀଙ୍କ ସହ ଆଲୋଚନା କରିବା ପରେ ବକୟା ଭତ୍ତା ଟଙ୍କା ପଞ୍ଚାୟତକୁ ପଠାଯାଇଥିଲା । ଟଙ୍କା ଆସିବା ପରେ ଉଭୟ ପିଇଓ ଓ ଜିଆରଏସ ମୁକୁଳି ଥିଲେ ଏବଂ ବକାୟା ବାର୍ଦ୍ଧକ୍ୟ ଭତ୍ତା ବଣ୍ଟନ କରାଯାଇଥିଲା । ଶେଷରେ ସେମାନଙ୍କର ବକୟା ଭତ୍ତା ପାଇଥିଲେ ହିତାଧିକାରୀ ।

NewsLaxmi7

About Author

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।