ବନ୍ଧୁ ଆପଣଙ୍କୁ ଆମ ନ୍ୟୁଜ ପୋର୍ଟାଲକୁ ସ୍ଵାଗତ ଆପଣଙ୍କ ପାଇଁ ଆମେ ସବୁବେଳେ କିଛି କିଛି ଖାସ ଖବର ନେଇ ଆସିବୁ ତେବେ ଚାଲନ୍ତୁ ଆଲୋଚନା କରିବା ଆଜି ର ବିଷୟ ବସ୍ତୁ ଉପରେ.
ନୂଆଦିଲ୍ଲୀ: ମଙ୍ଗଳବାର ଦିନ ଫ୍ଲୋରିଡା ଅନ୍ତର୍ଗତ ଅର୍ଲାଣ୍ଡୋ ନିକଟରେ ଥିବା ଏକ ଡାକ୍ତରଖାନାରୁ ବ୍ରାଜିଲ୍ର ପୂର୍ବତନ ରାଷ୍ଟ୍ରପତି ଜାଇର୍ ବୋଲ୍ସୋନାରେ ମୁକ୍ତ ହୋଇଥିବା କଥା ତାଙ୍କ ପରିବାରର ନିକଟତମସୂତ୍ରରୁ ଉଦ୍ଧାର କରି ସମ୍ବାଦ ସରବରାହ ସଂସ୍ଥାନ ‘ରଏଟର୍ସ’ ରିପୋର୍ଟ କରିଛି।
ରାଷ୍ଟ୍ରପତି ଭାବେ କାର୍ଯ୍ୟକାଳ ଶେଷ ହେବାର ୪୮ ଘଣ୍ଟା ପୂର୍ବରୁ ବୋଲ୍ସୋନାରୋ ଫ୍ଲୋରିଡା ଅଭିମୁଖେ ବିମାନଯାତ୍ରା କରିଥିଲେ। ବ୍ରାଜିଲ୍ର ରାଜଧାନୀ ବ୍ରାଜିଲିଆରେ ଥିବା ପ୍ରମୁଖ ସରକାରୀ ଅଟ୍ଟାଳିକାଗୁଡ଼ିକରେ ତାଙ୍କର ସମର୍ଥକମାନେ ପ୍ରବେଶ କରି ଭଙ୍ଗାରୁଜା କରିବାର ଦିନ କରେ ବୋଲ୍ସୋନାରୋଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା।
ଅନ୍ତଃନଳୀରେ ଅସୁବିଧା ଅନୁଭବ କରିବାରୁ ୬୭ ବର୍ଷିୟ ବୋଲ୍ସୋନାରୋଙ୍କୁ ଡାକ୍ତରୀ ତତ୍ତ୍ବାବଧାନରେ ଛଡ଼ାଯାଇଥିଲା। ୨୦୧୮ରେ ରାଷ୍ଟ୍ରପତି ପ୍ରାର୍ଥୀ ଭାବେ ନିର୍ବାଚନ ପ୍ରଚାର କରୁଥିବା ସମୟରେ ତାଙ୍କୁ ଛୁରାମାଡ଼ କରାଯାଇଥିଲା।
‘ଓ ଗ୍ଲୋବୋ’ ଖବରକାଗଜ ରିପୋର୍ଟ ଅନୁସାରେ, ଫ୍ଲୋରିଡା ଅନ୍ତର୍ଗତ ଅର୍ଲାଣ୍ଡୋ ବାହାରେ ଥିବା ‘ଆଡ୍ଭେଣ୍ଟ୍ ହେଲ୍ଥ୍ ସେଲିବ୍ରେସନ୍’ ନାମରେ ‘ଆକ୍ୟୁଟ୍ କେୟାର୍’ ହସ୍ପିଟାଲ୍ରେ ତାଙ୍କୁ ଭର୍ତ୍ତି କରାଯାଇଥିଲା।
ଅନ୍ତଃନଳୀରେ ଅସୁବିଧା ଅନୁଭବ କରିବାରୁ ବୋଲ୍ସୋନାରୋଙ୍କୁ ଡାକ୍ତରୀ ତତ୍ତ୍ବାବଧାନରେ ଛଡ଼ାଯାଇଥିଲା। ୨୦୧୮ରେ ରାଷ୍ଟ୍ରପତି ପ୍ରାର୍ଥୀ ଭାବେ ନିର୍ବାଚନ ପ୍ରଚାର କରୁଥିବା ସମୟରେ ତାଙ୍କୁ ଛୁରାମାଡ଼ କରାଯାଇଥିଲା।
ଏହି ଆକ୍ରମଣରେ ସେ ମରୁ ମରୁ ବଞ୍ଚିଯାଇଥିଲେ। ଏଥିପାଇଁ ତାଙ୍କ ଶରୀରରେ ୬ଥର ଅସ୍ତ୍ରୋପଚାର କରିବାକୁ ପଡ଼ିଥିଲା। କିନ୍ତୁ, ତାଙ୍କୁ ଆକ୍ରମଣ କରିଥିବା ବ୍ୟକ୍ତିଜଣକ ମାନସିକ ବିକାରଗସ୍ତ ହୋଇଥିବାରୁ ଅଦାଲତରେ ଏହି ମାମଲା ବିଚାର କରାଯିବା ବେଳେ ତାଙ୍କୁ (ଆକ୍ରମଣ) ହାଜର କରାଯାଇପାରି ନ ଥିଲା।
ପେଟ ଯନ୍ତ୍ରଣା ବ୍ୟତୀତ ବୋଲ୍ସୋନାରୋ ଆଉ କେତେଗୁଡ଼ିଏ ରୋଗରେ ପୀଡ଼ିତ ଥିବା ଜଣାପଡ଼ିଛି।
ଆପଣଙ୍କୁ ଆମେ ଏମିତି ସ୍ଵାସ୍ଥ୍ୟ ,ବାସ୍ତୁ,ସ୍ପେଶାଲଖବର,ଭାଈରଲ ଖବର, ଓଲିଉଡ,ବଲିଉଡ,ଦୈନନ୍ଦିନ ରାଶିଫଳ, ସାପ୍ତାହିକ,ମାସିକ,ରାଶିଫଳ ସମ୍ଵନ୍ଧୀୟ ଖବର ଆପଣଙ୍କ ପାଇଁ ନେଇ ଆସିବୁ l ଆମ ସହ ଯୋଡ଼ି ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।ଆମ ତଥ୍ୟ ଭଲ ଲାଗିଲେ ସେୟାର କରନ୍ତୁ ସାଙ୍ଗ ମାନଙ୍କ ସହ ଏବଂ ମତାମତ ଦେବାକୁ ଅନୁରୋଧ,ଜଗନ୍ନାଥଙ୍କ ପାଖରେ ଏତିକି ପାର୍ଥନା ଆପଣଙ୍କୁ ଭଲରେ ରଖନ୍ତୁ ଜୟ ଜଗନ୍ନାଥ ଖବରକୁ ପୁରା ପଢିଥିବାରୁ ଧନ୍ୟବାଦ ଭଲ ଲାଗିଲେ ନିଶ୍ଚୟ ତଳେ ଲାଇକ କରିବେ l