ଦେଶ ବିଦେଶ ମନୋରଞ୍ଜନ

‌‌‘ଫ୍ରେଣ୍ଡସିପ୍‌’ରେ ହରଭଜନ

‌‌‘ଫ୍ରେଣ୍ଡସିପ୍‌’ରେ ହରଭଜନକ୍ରିକେଟ୍‌‌ରେ ଅଜସ୍ର ସଫଳତା ହାସଲ କରିଥିବା ପୂର୍ବତନ ଭାରତୀୟ କ୍ରିକେଟର୍‌ ହରଭଜନ ସିଂହ ଏବେ ଚଳଚ୍ଚିତ୍ର ଜଗତରେ ନିଜ ଭାଗ୍ୟ ପରୀକ୍ଷା କରିବାକୁ ଯାଉଛନ୍ତି। ତାମିଲ୍‌ ଚଳଚ୍ଚିତ୍ର ‘ଫ୍ରେଣ୍ଡସିପ୍‌’ ଜରିଆରେ ସେ ଚଳଚ୍ଚିତ୍ର ଜଗତରେ ପ୍ରବେଶ କରିବାକୁ ଯାଉଛନ୍ତି। ସବୁ ଠିକ୍‌ଠାକ୍‌ ରହିଲେ, ଦର୍ଶକ ତାଙ୍କୁ ଖୁବ୍‌ଶୀଘ୍ର ରୂପେଲି ପରଦାରେ ଦେଖିବାକୁ ପାଇବେ। ଏନେଇ ହରଭଜନ ବେଶ୍‌ ଉତ୍ସୁକ ଥିବା ଜଣାଯାଇଛି। ଚଳଚ୍ଚିତ୍ରର ସୁଟିଂ ଆରମ୍ଭ ହୋଇଥିବା ବେଳେ ଏହାର କିଛି ଦୃଶ୍ୟ ହରଭଜନ ଟ୍ବିଟ୍‌ କରିଛନ୍ତି। ଏଥିରେ ହରଭଜନ ସହ କଳାକାରଙ୍କ ସହ ଲୁଙ୍ଗି ଓ ସାର୍ଟ ପିନ୍ଧିଥିବା ଅବସ୍ଥାରେ ନଜର ଆସୁଛନ୍ତି। କ୍ୟାପସନ୍‌ରେ ଲେଖିଛନ୍ତି, ‘ଫ୍ରେଣ୍ଡସିପ୍‌’ର ସିଡ୍ୟୁଲ ଫାଇନାଲ ହୋଇଯାଇଛି ଓ ଏହାର ସୁଟିଂ ଜାରି ରହିଛି। ଖୁବ୍‌ଶୀଘ୍ର ନୂଆ ଅନ୍ଦାଜ୍‌ରେ ଥିଏଟର୍‌ ମଇଦାନରେ ମୁଁ ଆପଣମାନଙ୍କୁ ଭେଟିବି। ହରଭଜନଙ୍କ ଏହି ନୂଆ ବେଶକୁ ପ୍ରଶଂସକମାନେ ଖୁବ୍‌ ପସନ୍ଦ କରିଛନ୍ତି

NewsLaxmi7

About Author

You may also like

ମନୋରଞ୍ଜନ

ଦିଲୱାଲେ ଦୁହ୍ଲନିଆଁକୁ ପୂରିଲା ୨୫ ବର୍ଷ

ନୂଆଦିଲ୍ଲୀ : ଶାହରୁଖ୍ ଖାନ୍ ଓ କାଜଲଙ୍କ ଅଭିନୀତ ଫିଲ୍ମ ଦିଲ୍‌ୱାଲେ ଦୁହ୍ଲନିଆ ଲେ ଜାଏଙ୍ଗେକୁ ଆଜି ପୂରିଛି ୨୫ ବର୍ଷ । ୧୯୯୫ରେ ମୁକ୍ତିଲାଭ କରିଥିବା
ମନୋରଞ୍ଜନ

ରୋମାଟିଂକ୍ ଅନ୍ଦାଜ୍‌ରେ ବିରୁଷ୍କା

ନୂଆଦିଲ୍ଲୀ : ଭାରତୀୟ କ୍ରିକେଟ୍ ଟିମ୍‌ର କ୍ୟାପଟେନ୍ ବିରାଟ କୋହଲି ଆଜିକାଲି ଆଇପିଏଲ୍ ପାଇଁ ଦୁବାଇରେ ରହୁଛନ୍ତି । ସେଠାରେ ତାଙ୍କ ପତ୍ନୀ ତଥା, ବଲିଉଡ ଅଭିନେତ୍ରୀ