ଖେଳ

ଫ୍ରେଞ୍ଚ ଓପନ୍ ଯୋଗ୍ୟତା ପର୍ଯ୍ୟାୟରୁ ରାମକୁମାର, ଅଙ୍କିତା ବିଦା ଓହରିଲେ ଶାପୋଲୋଭା

ପ୍ୟାରିସ୍, ୨୬ା୫: ଭାରତୀୟ ଟେନିସ ତାରକା ରାମକୁମାର ରାମନାଥନ ଏବଂ ଅଙ୍କିତା ରାଇନା ଫ୍ରେଞ୍ଚ ଓପନ୍ ଗ୍ରାଣ୍ଡସ୍ଲାମ୍ ଟେନିସ୍ ପ୍ରତିଯୋଗିତା‌ ଯୋଗ୍ୟତା ପର୍ଯ୍ୟାୟରୁ ବିଦାୟ ନେଇଛନ୍ତି। ଉଭୟ ନିଜର ପ୍ରଥମ ରାଉଣ୍ଡ ମ୍ୟାଚ୍‌ ଜିତିଥିଲା ବେଳେ ‌ବୁଧବାର ଦ୍ବିତୀୟ ରାଉଣ୍ଡ ହାରି ଯାଇଛନ୍ତି। ପ୍ରଥମ ରାଉଣ୍ଡ ମ୍ୟାଚ୍‌ରେ ଆମେରିକାର ମାଇକେଲ ମୋଙ୍କୁ ୨-୬, ୭-୬ (୪), ୬-୩ ସେଟ୍‌ରେ ହରାଇଥିବା ରାମକୁମାର ଦ୍ବିତୀୟ ରାଉଣ୍ଡରେ ଉଜବେକିସ୍ତାନର ଡେନିସ୍ ଇସ୍ତୋମିନଙ୍କଠୁ ହାରି ଯାଇଥିଲେ। ଇସ୍ତୋମିନ ୬-୧, ୬-୨ ସିଧାସଳଖ ସେଟ୍‌ରେ ରାମକୁମାରଙ୍କୁ ପରାସ୍ତ କରିଥିଲେ। ସେହିପରି ୧୮୨ ମାନ୍ୟତାପ୍ରାପ୍ତ ୨୮ ବର୍ଷୀୟା ଅଙ୍କିତା ୩-୬, ୬-୧, ୬-୪ ସେଟ୍‌‌ରେ ୧୬୮ ମାନ୍ୟତାପ୍ରାପ୍ତ ଅଷ୍ଟ୍ରେଲିଆର ଅରିନା ରୋଡିଓନୋଭାଙ୍କୁ ପରାସ୍ତ କରି ଆଗକୁ ବଢ଼ିଥିଲେ। ହେଲେ ଦ୍ବିତୀୟ ରାଉଣ୍ଡରେ ସେ ୨-୬, ୦-୬ ସିଧାସଳଖ ସେଟ୍‌ରେ ସପ୍ତଦଶ ମାନ୍ୟତାପ୍ରାପ୍ତ ବେଲ୍‌ଜିୟମର ଗ୍ରିଟ୍‌ ମିନେନ୍‌ଙ୍କଠୁ ହାରି ଯାଇଥିଲେ। ୩୨ ମାନ୍ୟତାପ୍ରାପ୍ତ ପ୍ରଜ୍ଞେଶ ଗୁଣେଶ୍ବରନ ନିଜର ପ୍ରଥମ ମ୍ୟାଚ୍‌କୁ ୨-୬, ୨-୬ ସେଟ୍‌ରେ ଜର୍ମାନିର ଓସ୍‌କାର ଓଟେଙ୍କଠୁ ହାରି ପ୍ରଥମ ରାଉଣ୍ଡରୁ ବିଦାୟ ନେଇଥିଲେ। କେବଳ ଭାରତର ଶୀର୍ଷ ମାନ୍ୟତା ଏକକ ତାରକା ସୁମିତ ନାଗଲ ଏହି ପ୍ରତିଯୋଗିତାରେ ତିଷ୍ଠି ରହିଛନ୍ତି। ସେ ପ୍ରଥମ ରାଉଣ୍ଡରେ ରୋବେର୍ଟୋ ମାର୍କୋରାଙ୍କୁ ୬-୨, ୬-୨ ସେଟ୍‌ରେ ହରାଇ ଦ୍ବିତୀୟ ରାଉଣ୍ଡ‌ରେ ପହଞ୍ଚିଥି‌ଲେ।

ଓହରିଲେ ଶାପୋଲୋଭା
କାନାଡାର ଡେନିସ ଶାପୋଲୋଭା ଆହତ ଯୋଗୁଁ ଆଗାମୀ ଫ୍ରେଞ୍ଚ୍‌ ଓପନ୍‌ରୁ ଓହରି ଯାଇଛନ୍ତି। ଜେନେଭା ଓପନ୍‌ ଫାଇନାଲ୍‌ରେ ୧୪ ମାନ୍ୟତାପ୍ରାପ୍ତ ଖେଳାଳି ୬-୭, ୪-୬ରେ ନରୱେର କାସପର ରୁଡଙ୍କଠୁ ହାରି ଯାଇଥିଲେ। ଏହା ପରେ ସେ ଏହି ପ୍ରତିଯୋଗିତାରୁ ଓହରି ଯିବାକୁ ନିଷ୍ପତ୍ତି ନେଇଥିଲେ। ‘‘ମୁଁ ଦୁଃଖର ସହ କହିବାକୁ ଯାଉଛି ଯେ ମୋ ‌ଡାକ୍ତରୀ ଦଳର ପରାମର୍ଶ ପରେ ଫ୍ରେଞ୍ଚ ଓପନ୍‌ରୁ ଓହରିବା ଭଳି କଷ୍ଟକର ନିଷ୍ପତ୍ତି ନେବାକୁ ସ୍ଥିର କଲି। ‌ମୋ କାନ୍ଧରେ ଯନ୍ତ୍ରଣା ରହିଛି। ପରୀକ୍ଷାରୁ ଠିକ୍‌ ରହିଛି। ହେଲେ କିଛି ଦିନ ବିଶ୍ରାମ ନେବାକୁ ଡାକ୍ତର ପରାମର୍ଶ ଦେଇଛନ୍ତି। ୨୦୨୨ରେ ରୋଲାଁ ଗାରୋସ୍‌ରେ ଦେଖା ହେବ’’ ବୋଲି ସେ ଟ୍ବିଟର୍‌ରେ ପ୍ରକାଶ କରିଛନ୍ତି। ଗତ ବର୍ଷ ଶାପୋଭାଲୋଭ ଏହି ପ୍ରତିଯୋଗିତାର ଦ୍ବିତୀୟ ପର୍ଯ୍ୟାୟରେ ପହଞ୍ଚିଥିଲେ। ମେ ୩୦ ତାରିଖରୁ ‌‌‌‌‌ଫ୍ରେଞ୍ଚ୍‌ ଓପନ୍‌ ଆରମ୍ଭ ହେବାକୁ ଯାଉଛି। ପୂର୍ବତନ ବିଜେତା ଷ୍ଟାନ୍‌ ୱାରିଙ୍କା ଏବଂ ସିମୋନା ହାଲେପଙ୍କ ପରେ ଆହତ ଯୋଗୁଁ ଓହରିବାରେ ଶା‌ପୋଲୋଭା ତୃତୀୟ ଖେଳାଳି ହୋଇଛନ୍ତି।

NewsLaxmi7

About Author

You may also like

ଖେଳ ଦେଶ ବିଦେଶ ସ୍ୱାସ୍ଥ୍ୟ

କପିଲ ଦେବ ହୃଦଘାତରେ ଆକ୍ରାନ୍ତ, ଦିଲ୍ଲୀ ହସପିଟାଲରେ ଆଞ୍ଜିୟୋପ୍ଲାଷ୍ଟ ପରେ ଚିକିତ୍ସାଧୀନ

ନୂଆଦିଲ୍ଲୀ ୨୩/୧୦: ଭାରତର କିମ୍ବଦନ୍ତୀ କ୍ରିକେଟର କପିଲ ଦେବ ହୃଦଘାତରେ ଆକ୍ରାନ୍ତ ହେବାରୁ ଦିଲ୍ଲୀ ହସପିଟାଲରେ ତାଙ୍କୁ ଭର୍ତି କରାଯାଇଛି। ତାଙ୍କର ଆଞ୍ଜିୟୋପ୍ଲାଷ୍ଟି କରାଯାଇଛି। ତେବେ ଏବେ
ଖେଳ

ଚେନ୍ନାଇର ଏହି ପାଞ୍ଚ ଖେଳାଳିଙ୍କ ପାଇଁ ଶେଷ ସିଜିନ ହୋଇପାରେ ଚଳିତ ଆଇପିଏଲ

ନୂଆଦିଲ୍ଲୀ ୨୩।୧୦: ଇଣ୍ଡିଆନ ପ୍ରିମିୟର ଲିଗ୍(ଆଇପିଏଲ ୨୦୨୦)କୁ ଏକ ମାସ ବିତିଗଲାଣି। କିଛି ଖେଳାଳି ଭଲ ପ୍ରଦର୍ଶନ କରିଥିବା ବେଳେ ଆଉ କିଛି ଖେଳାଳି ନିଜର ସାମର୍ଥ୍ୟ