ଦେଶ ବିଦେଶ ରାଜ୍ୟ ସ୍ୱାସ୍ଥ୍ୟ

ଫ୍ରି ଫାୟର ଗେମ୍ ରୁ ମହାଭାରତ :୨ପରିବାର ମଧ୍ୟରେ ମାଡ଼ପିଟ,୬ ଆହତ

କଟକ ୧୩/୧୨: ଦିନକୁ ଦିନ ଅନଲାଇନ ଗେମ୍ ଚିନ୍ତାର କାରଣ ପାଲଟିଛି ।ଅନଲାଇନ ଗେମ୍ ପଞ୍ଝାରେ ଯୁବପିଢି ପଡ଼ିଯାଇଥିବା ବେଳେ ଏହା ଏବେ ଅନର୍ଥର କାରଣ ସାଜିଛି । ଭାରତରେ ପବଜ୍ଜି ଗେମ୍ ବ୍ୟାନ ପରେ ଏବେ ଯୁବ ପୀଢି ଫ୍ରି ଫାୟାର ମାୟାରେ । ତେବେ ଏହି ଅନ୍ ଲାଇନ୍ ଗେମ୍ ପାଇଁ ମହାଭାରତ ଯୁଦ୍ଧ ହୋଇ ଦୁଇ ସାହି ମଧ୍ୟରେ ୬ ଜଣ ଆହତ ହେବା ଏବେ ଚର୍ଚ୍ଚାର କେନ୍ଦ୍ରବନ୍ଦୁ ପାଲଟିଛି। ଏଭଳି ଘଟଣା ଦେଖିବାକୁ ମିଳିଛି କଟକ ଜିଲ୍ଲା ଟାଙ୍ଗୀ ଥାନା ଅନ୍ତର୍ଗତ ନପଙ୍ଗ ପଞ୍ଚାୟତରେ ।


ଘଟଣା ମୁତାବକ ଖୋର୍ଦ୍ଧା ସାହିର ଦୀପକ ସାମଲଙ୍କୁ କୋରକୋର ସାହିର ଟୁନ ମଲ୍ଲିକ ଫ୍ରି ଫାୟାର ଗେମ୍ କୁ ନେଇ ତାଙ୍କ ସହ ଦୁର୍ବ୍ୟବହାର କରିଥିଲେ । ଏନେଇ ଦୁଇ ଜଣଙ୍କ ଭିତରେ ବଚସା ହୋଇଥିଲା । ଏହି ଘଟଣାକୁ କେନ୍ଦ୍ର କରି ଉଭୟ ପରିବାର ମଧ୍ୟରେ ମାରପିଟ୍ ହୋଇଥିଲା । ଏଥିରେ ୬ ଜଣ ଆହତ ହୋଇଥିବାବେଳେ ଖବର ପାଇ ଟାଙ୍ଗୀ ପୋଲିସ ପହଞ୍ଚି ଉଭୟ ପକ୍ଷଙ୍କୁ ଥାନାକୁ ଆଣି ପଚରାଉଚରା କରିବା ସହ ଆପୋଷ ବୁଝାମଣା କରି ଛାଡ଼ିଦେଇଥିବା ଜଣାପଡିଛି ।

NewsLaxmi7

About Author

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ଖେଳ ଦେଶ ବିଦେଶ ସ୍ୱାସ୍ଥ୍ୟ

କପିଲ ଦେବ ହୃଦଘାତରେ ଆକ୍ରାନ୍ତ, ଦିଲ୍ଲୀ ହସପିଟାଲରେ ଆଞ୍ଜିୟୋପ୍ଲାଷ୍ଟ ପରେ ଚିକିତ୍ସାଧୀନ

ନୂଆଦିଲ୍ଲୀ ୨୩/୧୦: ଭାରତର କିମ୍ବଦନ୍ତୀ କ୍ରିକେଟର କପିଲ ଦେବ ହୃଦଘାତରେ ଆକ୍ରାନ୍ତ ହେବାରୁ ଦିଲ୍ଲୀ ହସପିଟାଲରେ ତାଙ୍କୁ ଭର୍ତି କରାଯାଇଛି। ତାଙ୍କର ଆଞ୍ଜିୟୋପ୍ଲାଷ୍ଟି କରାଯାଇଛି। ତେବେ ଏବେ