ରାଜ୍ୟ ସ୍ୱାସ୍ଥ୍ୟ

ଫ୍ରାନ୍ସରେ ରେକର୍ଡ ସଂକ୍ରମଣ: ଦିନକରେ ଲକ୍ଷାଧିକ ନୂଆ ମାମଲା ଚିନ୍ତା ବଢ଼ାଇଲା

ପ୍ୟାରିସ୍‌: ଫ୍ରାନ୍ସରେ ବିଗତ ୨୪ ଘଣ୍ଟାରେ ରେକର୍ଡ ସଂକ୍ରମଣ ଭୟ ବଢ଼ାଇ ଦେଇଛି। ଆଜି ପୂର୍ବାହ୍ନ ୧୦ଟା ସୁଦ୍ଧା ମିଳିଥିବା ସୂଚନା ମୁତାବକ ଫ୍ରାନ୍ସରେ ୧୦୪,୬୧୧ ନୂଆ ସଂକ୍ରମଣ ଚିହ୍ନଟ ହୋଇଛି। ଦେଶରେ ଏବେ ୧୬,୧୬୨ ଜଣ କରୋନା ରୋଗୀ ହସ୍ପିଟାଲରେ ଭର୍ତ୍ତି ହୋଇଥିବା ବେଳେ ୩୨୮୨ ଜଣ ଆଇସିୟୁରେ ଅଛନ୍ତି । ଓମିକ୍ରନ୍‌ ପ୍ରଜାତି ପାଇଁ ଅଚାନକ ଏଭଳି ସଂକ୍ରମଣ ବୃଦ୍ଧି ପାଇଛି ବୋଲି କୁହାଯାଇଛି। ତେବେ ଫ୍ରାନ୍ସରେ କୋଭିଡ୍‌ ମୃତ୍ୟୁ ଯଥେଷ୍ଟ କମ୍‌ ରହିଛି। ବିଗତ ୨୪ ଘଣ୍ଟାରେ ୮୪ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ମୋଟ୍‌ କୋଭିଡ୍‌ ମୃତ୍ୟୁ ୧୨୨,୫୪୬ରେ ପହଞ୍ଚିଛି। ଫ୍ରାନ୍ସ ସ୍ବାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ କୁହାଯାଇଛି, ୫୨,୭୧୨,୪୬୨ ଜଣ ଅତିକମ୍‌ରେ ଗୋଟିଏ ଡୋଜ୍‌ ଟିକା ନେଇଛନ୍ତି। ଫ୍ରାନ୍ସରେ ୨୦ରୁ ୨୯ ବର୍ଷ ବୟସ ବର୍ଗରେ ଅଧିକାଂଶ ସଂକ୍ରମିତ ହେଉଥିବାରୁ ଯୁବ ଗୋଷ୍ଠୀଙ୍କ ଟିକାକରଣ ପାଇଁ ତତ୍ପରତା ପ୍ରକାଶ ପାଇଛି।

NewsLaxmi7

About Author

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ଖେଳ ଦେଶ ବିଦେଶ ସ୍ୱାସ୍ଥ୍ୟ

କପିଲ ଦେବ ହୃଦଘାତରେ ଆକ୍ରାନ୍ତ, ଦିଲ୍ଲୀ ହସପିଟାଲରେ ଆଞ୍ଜିୟୋପ୍ଲାଷ୍ଟ ପରେ ଚିକିତ୍ସାଧୀନ

ନୂଆଦିଲ୍ଲୀ ୨୩/୧୦: ଭାରତର କିମ୍ବଦନ୍ତୀ କ୍ରିକେଟର କପିଲ ଦେବ ହୃଦଘାତରେ ଆକ୍ରାନ୍ତ ହେବାରୁ ଦିଲ୍ଲୀ ହସପିଟାଲରେ ତାଙ୍କୁ ଭର୍ତି କରାଯାଇଛି। ତାଙ୍କର ଆଞ୍ଜିୟୋପ୍ଲାଷ୍ଟି କରାଯାଇଛି। ତେବେ ଏବେ