ଖେଳ

ଫୋବର୍ସ ଧନୀ ଖେଳାଳୀ ତାଲିକାରେ ଏକମାତ୍ର କ୍ରିକେଟର : ୨୨୯ କୋଟି ସହ ୫୯ ସ୍ଥାନରେ ବିରାଟ କୋହଲି

ନୂଆଦିଲ୍ଲୀ ୦୪/୬ : କ୍ରମାଗତ ଭାବେ ପଞ୍ଚମ ଥର ପାଇଁ ଫୋର୍ବସର ଶ୍ରେଷ୍ଠ ୧୦୦ ତାଲିକାରେ ଭାରତୀୟ କ୍ରିକେଟ ଦଳର ଅଧିନାୟକ ବିରାଟ କୋହଲି । ସର୍ବାଧିକ ପାରିଶ୍ରମିକ ପ୍ରାପ୍ତ ଖେଳାଳିଙ୍କ ମଧ୍ୟରେ କୋହଲି ଏକମାତ୍ର କ୍ରିକେଟର ଅଟନ୍ତି । ଗତବର୍ଷ ପ୍ରାୟ ୧୯୭ କୋଟି (୨୬ ମିଲିୟନ ଡ଼ଲାର) ସହ ୬୬ ତମ ସ୍ଥାନରେ ଥିବା କୋହଲି ଏବର୍ଷ ୫୯ ନମ୍ବର ତାଲିକାରେ ରହିଛନ୍ତି । ତାଙ୍କର ରୋଜଗାର ପ୍ରାୟ ୩୨ କୋଟି ଟଙ୍କା ବୃଦ୍ଧି ପାଇଛି ।

ରୟାଲ ଚ୍ୟାଲେଞ୍ଜର୍ସର ବାଙ୍ଗାଲୋରର ଅଧିନାୟକ କୋହଲି ବର୍ଷକ ମଧ୍ୟରେ ପ୍ରାୟ ୨୨୯ କୋଟି ଟଙ୍କା (୩୧.୫ମିଲିୟନ ଡ଼ଲାର) ରୋଜଗାର କରିଛନ୍ତି । ଏଥିମଧ୍ୟରୁ ପ୍ରାୟ ୨୫ କୋଟି (୩.୫ମିଲିୟନ୍ ଡଲାର୍) ଦରମା ଏବଂ ପ୍ରାୟ ୨୦୪ କୋଟି (୨୮ମିଲିୟନ୍ ଡଲାର୍) ବିଜ୍ଞାପନରୁ ଇନକମ୍ କରିଛନ୍ତି । କୋହଲି ୧୮୯ କୋଟି ରୋଜଗାର ସହ ୨୦୧୯ରେ ୧୦୦ତମ ସ୍ଥାନରେ ରହିଥିଲେ ।

ମିକ୍ସଡ ମାର୍ଶଲ ଆର୍ଟ (MMA) କିମ୍ବଦନ୍ତୀ କନୋର ମ୍ୟାକଗ୍ରେଗୋର ହେଉଛି ବିଶ୍ ୧୫ତମ ସର୍ବାଧିକ ପାରିଶ୍ରମିକ ପ୍ରାପ୍ତ ଖେଳାଳି ଯିଏକି ପ୍ରାୟ ୧୫୧୭କୋଟି (୨୦୮ନିୟୁତ) ରୋଜଗାର କରିଛନ୍ତି । କିମ୍ବଦନ୍ତୀ ଫୁଟବଲର୍ ଲିଓନେଲ ମେସି ୯୧୯ କୋଟି (୧୨୬ ମିଲିୟନ୍) ସହ ଦ୍ୱିତୀୟ ଏବଂ ତୃତୀୟ ସ୍ଥାନରେ ରହିଛନ୍ତି କ୍ରିଷ୍ଟିଆନୋ ରୋନାଲଡୋ ।

ତାଙ୍କର ଆୟ ୮୭୫ କୋଟି (୧୨୦ ମିଲିୟନ୍) ଡଲାର ଅଟେ । ଶ୍ରେଷ୍ଠ ଶହେ ଜଣଙ୍କ ମଧ୍ୟରେ ନାଓମି ଓସାକା ଏବଂ ସେରେନା ୱିଲିୟମ୍ସ କେବଳ ଦୁଇଜଣ ମହିଳା ଖେଳାଳି ଅଟନ୍ତି । ଦୁହେଁ ଟେନିସର । ଓସାକା ୪୦୨ କୋଟି ଟଙ୍କା (୫୫.୨ ନିୟୁତ) ସହିତ ସର୍ବାଧିକ ପାରିଶ୍ରମିକ ପ୍ରାପ୍ତ ମହିଳା ଖେଳାଳି ।

NewsLaxmi7

About Author

You may also like

ଖେଳ ଦେଶ ବିଦେଶ ସ୍ୱାସ୍ଥ୍ୟ

କପିଲ ଦେବ ହୃଦଘାତରେ ଆକ୍ରାନ୍ତ, ଦିଲ୍ଲୀ ହସପିଟାଲରେ ଆଞ୍ଜିୟୋପ୍ଲାଷ୍ଟ ପରେ ଚିକିତ୍ସାଧୀନ

ନୂଆଦିଲ୍ଲୀ ୨୩/୧୦: ଭାରତର କିମ୍ବଦନ୍ତୀ କ୍ରିକେଟର କପିଲ ଦେବ ହୃଦଘାତରେ ଆକ୍ରାନ୍ତ ହେବାରୁ ଦିଲ୍ଲୀ ହସପିଟାଲରେ ତାଙ୍କୁ ଭର୍ତି କରାଯାଇଛି। ତାଙ୍କର ଆଞ୍ଜିୟୋପ୍ଲାଷ୍ଟି କରାଯାଇଛି। ତେବେ ଏବେ
ଖେଳ

ଚେନ୍ନାଇର ଏହି ପାଞ୍ଚ ଖେଳାଳିଙ୍କ ପାଇଁ ଶେଷ ସିଜିନ ହୋଇପାରେ ଚଳିତ ଆଇପିଏଲ

ନୂଆଦିଲ୍ଲୀ ୨୩।୧୦: ଇଣ୍ଡିଆନ ପ୍ରିମିୟର ଲିଗ୍(ଆଇପିଏଲ ୨୦୨୦)କୁ ଏକ ମାସ ବିତିଗଲାଣି। କିଛି ଖେଳାଳି ଭଲ ପ୍ରଦର୍ଶନ କରିଥିବା ବେଳେ ଆଉ କିଛି ଖେଳାଳି ନିଜର ସାମର୍ଥ୍ୟ