ଦେଶ ବିଦେଶ ସ୍ପେଶାଲ ରିପୋର୍ଟ

ଫୋନ୍‌ପେ ପାଇଁ ୱାଲ୍‌ମାର୍ଟକୁ ୮୨୦୦ କୋଟିର ଟିକସ ନୋଟିସ୍‌

ନୂଆଦିଲ୍ଲୀ : ଇ-କମର୍ସ ସଂସ୍ଥା ଫ୍ଲିପ୍‌କାର୍ଟକୁ ପରିଚାଳନା କରୁଥିବା ଆମେରିକାର ରିଟେଲ୍‌ ସଂସ୍ଥା ୱାଲ୍‌ମାର୍ଟକୁ ୧୦୦ କୋଟି ଡଲାର (୮୨୦୦ କୋଟି ଟଙ୍କାରୁ ଅଧିକ) ଟିକସ ନୋଟିସ୍‌ ପଠାଯାଇଛି। ଫୋନ୍‌ପେର ମୁଖ୍ୟ କାର୍ଯ୍ୟାଳୟ ସ୍ଥାନାନ୍ତରଣରେ ହୋଇଥିବା କାରବାର ବାବଦରେ ଏହି ନୋଟିସ୍‌ ପଠାଯାଇଥିବା କୁହାଯାଉଛି। ଡିଜିଟାଲ୍‌ ପେମେଣ୍ଟ୍‌ କଂପାନି ଫୋନ୍‌ପେ ପୂର୍ବରୁ ଫ୍ଲିପ୍‌କାର୍ଟର ସମ୍ପୂର୍ଣ୍ଣ ସହାୟକ ସଂସ୍ଥା ଭାବେ ପରିଚାଳିତ ହେଉଥିଲା। ନିକଟରେ ଏହା ଫ୍ଲିପ୍‌କାର୍ଟଠାରୁ ଅଲଗା ହୋଇ ଏକ ସ୍ବତନ୍ତ୍ର ସଂସ୍ଥା ଭାବେ ଆଗକୁ ବଢ଼ିବାକୁ ନିଷ୍ପତ୍ତି ନେଇଥିଲା। ଏଥି ସହିତ କଂପାନିର ମୁଖ୍ୟ କାର୍ଯ୍ୟାଳୟକୁ ସିଙ୍ଗାପୁରରୁ ବେଙ୍ଗାଲୁରୁକୁ ସ୍ଥାନାନ୍ତର କରାଯାଇଥିଲା। ଯେହେତୁ ଉଭୟ ଫ୍ଲିଫ୍‌କାର୍ଟ ଓ ଫୋନ୍‌ପେର ସିଂହଭାଗ ଅଂଶଧନ ୱାଲ୍‌ମାର୍ଟ ପାଖରେ ରହିଛି, ସେଥିପାଇଁ କଂପାନି ପାଖକୁ ମୋଟା ଅଙ୍କର ଟିକସ ନୋଟିସ୍‌ ପଠାଯାଇଛି।

ଜେନେରାଲ୍ ଆଟ୍‌ଲାଣ୍ଟିକ୍, କତାର ଇନଭେଷ୍ଟ୍‌ମେଣ୍ଟ୍‌ ଅଥରିଟି ଭଳି ବହୁ ପ୍ରାଇଭେଟ୍ ଇକ୍ବିଟି ସଂସ୍ଥାଠାରୁ ଫୋନ୍‌ପେ ୧୨୦୦ କୋଟି ଡଲାର ପାଣ୍ଠି ହାସଲ କରିଛି। ଟାଇଗର ଗ୍ଲୋବାଲ୍ ମ୍ୟାନେଜେମଣ୍ଟ୍‌ ମଧ୍ୟ ନୂଆ ଦାମ୍‌ରେ ଫୋନ୍‌ପେର ଆଉ କିଛି ସେୟାର କିଣିଛି। ଏହି ସବୁ କାରବାରକୁ ନେଇ ୧୦୦ କୋଟି ଡଲାରର ଟିକସ ନୋଟିସ୍‌ ପଠାଯାଇଥିବା କୁହାଯାଉଛି।

ଫୋନ୍‌ପେ ତାହାର ମୁଖ୍ୟ କାର୍ଯ୍ୟାଳୟକୁ ସିଙ୍ଗାପୁରରୁ ବେଙ୍ଗାଲୁରୁ ଆଣିବା ଏକ ଆଶ୍ଚର୍ଯ୍ୟଜନକ ଘଟଣା ଥିଲା। କାରଣ ସାଧାରଣତଃ ସହଜ ଟିକସ ନୀତି, ବିଦେଶୀ ପୁଞ୍ଜି ବଜାରରେ ସହଜରେ ତାଲିକାଭୁକ୍ତ ହେବା ସୁବିଧା ଏବଂ ବିଦେଶୀ ପାଣ୍ଠି ହାସଲ କରିବା ଆଦି ସୁବିଧା ଥିବାରୁ ବହୁ ଭାରତୀୟ ଷ୍ଟାର୍ଟଅପ୍ ସଂସ୍ଥା ସିଙ୍ଗାପୁରରେ ନିଜ ମୁଖ୍ୟ କାର୍ଯ୍ୟାଳୟ ଖୋଲୁଛନ୍ତି। ୨୦୦୦ ମସିହା ପରଠାରୁ ପ୍ରାୟ ୮୦୦୦ ଭାରତୀୟ କଂପାନି ସିଙ୍ଗାପୁରରେ ନିଜ କାର୍ଯ୍ୟାଳୟ ଖୋଲିଛନ୍ତି। ଏଭଳି ଏକ ସମୟରେ ସିଙ୍ଗାପୁର ଛାଡ଼ି ଫୋନ୍‌ପେ ବେଙ୍ଗାଲୁରୁକୁ ବାଛିବା ନିଶ୍ଚିତ ରୂପେ ଆଶ୍ଚର୍ଯ୍ୟର ବିଷୟ ଥିଲା। ବଜାର ବିଶେଷଜ୍ଞମାନେ ଆକଳନ କରିଛନ୍ତି ଯେ ଖୁବ୍‌ଶୀଘ୍ର ଭାରତୀୟ ଷ୍ଟକ ବଜାରରେ ଫୋନ୍‌ପେ ପ୍ରବେଶ କରିବ। ସେଥିପାଇଁ ଏହା ବେଙ୍ଗାଲୁରୁ ଆସିଛି। ଭାରତର କଠୋର ନିୟମ ଅନୁସାରେ କୌଣସି ସଂସ୍ଥାକୁ ବିଦେଶ ଷ୍ଟକ ବଜାରରେ ତାଲିକାଭୁକ୍ତ କରିବା ଲାଗି ଭାରତୀୟ ରିଜର୍ଭ ବ୍ୟାଙ୍କ ସହଜରେ ଅନୁମତି ଦେବ ନାହିଁ। ତାହା ବିଚାରକୁ ନେଇ କଂପାନି ନିଜ ମୁଖ୍ୟ କାର୍ଯ୍ୟାଳୟ ସ୍ଥାନାନ୍ତର କରିଛି। ବର୍ତ୍ତମାନ ଦେଶରେ ପ୍ରଚଳିତ ଥିବା ନିୟମ ଅନୁସାରେ କୌଣସି ଭାରତୀୟ କଂପାନି ସିଧାସଳଖ ବିଦେଶୀ ଷ୍ଟକ ବଜାରରେ ପ୍ରବେଶ କରିପାରିବେ ନା‌ହିଁ।

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ଖେଳ ଦେଶ ବିଦେଶ ସ୍ୱାସ୍ଥ୍ୟ

କପିଲ ଦେବ ହୃଦଘାତରେ ଆକ୍ରାନ୍ତ, ଦିଲ୍ଲୀ ହସପିଟାଲରେ ଆଞ୍ଜିୟୋପ୍ଲାଷ୍ଟ ପରେ ଚିକିତ୍ସାଧୀନ

ନୂଆଦିଲ୍ଲୀ ୨୩/୧୦: ଭାରତର କିମ୍ବଦନ୍ତୀ କ୍ରିକେଟର କପିଲ ଦେବ ହୃଦଘାତରେ ଆକ୍ରାନ୍ତ ହେବାରୁ ଦିଲ୍ଲୀ ହସପିଟାଲରେ ତାଙ୍କୁ ଭର୍ତି କରାଯାଇଛି। ତାଙ୍କର ଆଞ୍ଜିୟୋପ୍ଲାଷ୍ଟି କରାଯାଇଛି। ତେବେ ଏବେ