ରାଜ୍ୟ ସ୍ପେଶାଲ ରିପୋର୍ଟ

ଫୋକସ୍‌ ୨୦୨୪: ପୋଲସରା ନିର୍ବାଚନମଣ୍ଡଳୀରେ ହ୍ୟାଟ୍ରିକ୍‌ ବିଜୟ ଲକ୍ଷ୍ୟରେ ଶ୍ରୀକାନ୍ତ

ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲାରେ ବିଜେଡି ପାଇଁ ଅନ୍ୟତମ ସୁବିଧାଜନକ ନିର୍ବାଚନମଣ୍ଡଳୀ ହେଉଛି ପୋଲସରା। ଶ୍ରୀକାନ୍ତ ୨୦୧୪ ଓ ୨୦୧୯ରେ ଲଗାତାର ଦୁଇଥର ବିଧାୟକ ଭାବେ ନିର୍ବାଚିତ ହେବା ସହ ଥରଟେ ମନ୍ତ୍ରୀ ଭାବେ ଦାୟିତ୍ବ ତୁଲାଇଛନ୍ତି। ଦଳ ମଧ୍ୟ ତାଙ୍କ ଉପରେ ଯଥେଷ୍ଟ ଭରସା କରି ଆସିଛି। ଏଣୁ ଆଗାମୀ ୨୦୨୪ ସାଧାରଣ ନିର୍ବାଚନରେ ଶ୍ରୀକାନ୍ତ ପୁଣିଥରେ ବିଜେଡି ଟିକଟ୍‌ରେ ଲଢ଼ି ହ୍ୟାଟ୍ରିକ୍‌ ବିଜୟ ଲକ୍ଷ୍ୟରେ ଅଛନ୍ତି। ତାଙ୍କର ବିଜୟଧାରା ଉପରେ ରୋକ୍‌ ଲଗାଇବାରେ ବିରୋଧୀ ସକ୍ଷମ ହେଉଛି କି ନାହିଁ ତାହା ଦେଖିବାକୁ ରହିଲା। ପୋଲସରା ନିର୍ବାଚନମଣ୍ଡଳୀରେ ଏବେ ବିଜେପି ହିଁ ବି‌ଜେଡିର ମୁଖ୍ୟ ବିରୋଧୀ ଭାବେ ଉଭା ହୋଇଛି।

ଗଞ୍ଜାମ ଜିଲ୍ଲାର ପୋଲସରା ଓ ବୁଗୁଡ଼ା ବ୍ଲକ୍‌କୁ ନେଇ ଗଠିତ ପୋଲସରା ନିର୍ବାଚନମଣ୍ଡଳୀ। ୨୦୦୯ରେ ବିଜେଡି ଟିକଟରୁ ନିରଂଜନ ପ୍ରଧାନ ବିଧାୟକ ହୋଇଥିଲେ। ଏହାପରେ ୨୦୧୪ରେ ନିରଂଜନଙ୍କୁ ଟିକେଟ୍‌ ନଦେଇ ବ୍ଲକ୍‌ ଉପାଧ୍ୟକ୍ଷ ଥିବା ଶ୍ରୀକାନ୍ତଙ୍କୁ ବିଜେଡି ଟିକେଟ୍‌ ଦେଇଥିଲା। ବର୍ତ୍ତମାନ ବିଜେଡିରୁ ପ୍ରାର୍ଥୀ ହେବାକୁ ଶ୍ରୀକାନ୍ତ ହିଁ ପ୍ରମୁଖ ଚେହେରା ରହିଛନ୍ତି। ତାଙ୍କର କାର୍ଯ୍ୟ ଦକ୍ଷତା ଯୋଗୁଁ ଶ୍ରୀକାନ୍ତଙ୍କୁ ଶ୍ରମମନ୍ତ୍ରୀ ପଦ ମିଳିଥିଲା। ହେଲେ ପ୍ରାୟ ବର୍ଷେ ପରେ ମନ୍ତ୍ରୀପଦରୁ ଇସ୍ତଫା ଦେବାକୁ କୁହାଯାଇଥିଲା। ପରେ ସେ ଜିଲ୍ଲା ସାଂଗଠନିକ ସ୍ଥିତିକୁ ସୁଦୃଢ଼ କରିବା ନିମନ୍ତେ କାର୍ଯ୍ୟ କରିବେ ବୋଲି କହିଥିଲେ। ତାଙ୍କ ବିରୋଧରେ ବିଜେଡିର ଜଣେ ମହିଳା ନେତ୍ରୀ ଆଣିଥିବା ଦୁର୍ବ୍ୟବହାର ଅଭିଯୋଗ ଯୋଗୁଁ ଶ୍ରୀକାନ୍ତଙ୍କ ଛବି କିଛିଟା ମଳିନ ପଡ଼ି ଯାଇଥିବା ନେଇ ବିଭିନ୍ନ ମହଲରେ ଚର୍ଚ୍ଚା ହୋଇଥିଲା। ଶ୍ରୀକାନ୍ତଙ୍କ ପରେ ଢୁଙ୍କାପଡ଼ା ପୂର୍ବତନ ସରପଞ୍ଚ ଆରତି ଦେବୀଙ୍କ ନାମ ବିଜେଡି ଟିକଟ୍‌ ଲବିରେ ରହିଥିବା ନେଇ ଚର୍ଚ୍ଚା ହେଉଛି। ଆରତି ମହିଳା ସଶକ୍ତୀକରଣ ଦିଗରେ କାମ କରିବା ସହିତ ଅଞ୍ଚଳର ମହିଳା ସଂଗଠନ ସହିତ ଜଡ଼ିତ ରହି ଦଳୀୟ କାର୍ଯ୍ୟକ୍ରମ ଜାରି ରଖିଛନ୍ତି। ଏଣୁ ସମର୍ଥକମାନେ ଆରତିଙ୍କୁ ବିଧାୟକ ପ୍ରାର୍ଥୀ ଭାବେ ଦେଖିବାକୁ ଆଶା ରଖିବା ସ୍ବାଭାବିକ। ହେଲେ ପୋଲସରା ନିର୍ବାଚନମଣ୍ଡଳୀରେ ଶ୍ରୀକାନ୍ତଙ୍କ ଯେଭଳି ଦଖଲ ରହିଛି, ବିଜେଡି ପ୍ରାର୍ଥୀ ବଦଳ କରି ରିସ୍କ୍‌ ନେବ ନାହିଁ ବୋଲି ରାଜନୈତିକ ସମୀକ୍ଷକମାନେ କହୁଛନ୍ତି।

ବିଜେଡିର ପ୍ରମୁଖ ବିରୋଧୀ ଭାବେ ଏବେ ବିଜେପି ରହିଛି। ଗତ ୨୦୧୯ ସାଧାରଣ ନିର୍ବାଚନରେ ଶ୍ରୀକାନ୍ତ ୮୦ହଜାର ୪୬୩ ଭୋଟ୍‌ ପାଇଥିବା ବେଳେ ତାଙ୍କର ନିକଟତମ ପ୍ରତିଦ୍ବନ୍ଦ୍ବୀ ବିଜେପି ପ୍ରାର୍ଥୀ ଗୋକୁଳାନନ୍ଦ ମଲ୍ଲିକ ୬୭ହଜାର ୭୨୪ ଭୋଟ୍‌ ପାଇଥିଲେ। ତେବେ କଂଗ୍ରେସ ପ୍ରାର୍ଥୀ ହରିଚରଣ ସ୍ବାଇଁ ୩ ହଜାର ୪୯୩ ଭୋଟ୍‌ ପାଇଥିଲେ। ଏଣୁ ଆଗାମୀ ୨୦୨୪ ପାଇଁ ଅଧିକ ଆଶାବାଦୀ ଥିବା ବିଜେପି ତାର ରଣନୀତି ପ୍ରସ୍ତୁତ କରିବାରେ ଲାଗିଛି। କଂଗ୍ରେସର ସ୍ଥିତି ସେତେଟା ଭଲ ନଥିବା ଜଣାଡ଼ୁଛି। ଏଣୁ କଂଗ୍ରେସ ଦଳୀୟ ସ୍ଥିତି ସୁଧାରିବାରେ ଉଦ୍ୟମ ଜାରି ରଖିଛି।

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।