ରାଜନୀତି ରାଜ୍ୟ

ଫୋକସ୍‌‌ରେ ହିଞ୍ଜିଳିକାଟୁ ନିର୍ବାଚନମଣ୍ଡଳୀ: ମୁଖ୍ୟମନ୍ତ୍ରୀଙ୍କ ବିରୋଧରେ ନୂଆମୁହଁ ଦେବ ବିଜେପି!

ଶେରଗଡ଼ : ରାଜ୍ୟ ରାଜନୀତିରେ ଗଞ୍ଜାମ ଜିଲ୍ଲାର ହିଞ୍ଜିଳିକାଟୁ ନିର୍ବାଚନମଣ୍ଡଳୀର ଏକ ସ୍ବତନ୍ତ୍ର ସ୍ଥାନ ରହିଛି। କାରଣ, ୨୦୦୦ ମସିହାରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏଠାରୁ ବିଧାୟକ ପ୍ରାର୍ଥୀ ହୋଇ ମୁଖ୍ୟମନ୍ତ୍ରୀ ଆସନ ଅଳଙ୍କୃତ କରି ଆସୁଛନ୍ତି। ଫଳ‌ରେ ମୋଟାମୋଟି ଭାବେ କହିବାକୁ ଗଲେ, ଏହି ନିର୍ବାଚନମଣ୍ଡଳୀ ବିଜେଡିର ଅପରାଜେୟ ଗଡ଼ ଭାବେ ପରିଚିତ। ତେବେ ୨୦୧୯ ସାଧାରଣ ନିର୍ବାଚନ ସାଙ୍ଗକୁ ଗତବର୍ଷର ପୌର ଏବଂ ପଞ୍ଚାୟତ ନିର୍ବାଚନରେ ବିଜେପିର ଭୋଟ୍‌ହାର ବୃଦ୍ଧିକୁ ପାଥେୟ କରି ଆଗାମୀ ନିର୍ବାଚନ ପାଇଁ ମୁଖ୍ୟମନ୍ତ୍ରୀଙ୍କ ବିରୋଧରେ ଲଢ଼ିବାକୁ ଦଳ ନୂଆ ମୁହଁ ଖୋଜିବା ଅଭିଯାନ ଆରମ୍ଭ କରିଛି।

୨୦୦୯ରେ ମେଣ୍ଟ ଭାଙ୍ଗିବା ପରେ ବିଜେପିରୁ ଦେବାନନ୍ଦ ମହାପାତ୍ର ପ୍ରାର୍ଥୀ ହେଲେ। ୨୦୧୪ରେ ମଧ୍ୟ ଶ୍ରୀ ମହାପାତ୍ରଙ୍କୁ ବିଜେପି ପ୍ରାର୍ଥୀ କରିଥିଲା। ୨୦୧୯ରେ ବିଜେପି ରାଜ୍ୟ ଉପସଭାପତି ତଥା ହାଇକୋର୍ଟ ଆଇନଜୀବୀ ପୀତାମ୍ବର ଆଚାର୍ଯ୍ୟ ହିଞ୍ଜିଳିକାଟୁ ନିର୍ବାଚନମଣ୍ଡଳୀରୁ ନୂଆ ପ୍ରାର୍ଥୀ ହୋଇଥ‌ିଲେ। ଆଉ ୨୦୧୪ ନିର୍ବାଚନରେ ଦଳୀୟ ପ୍ରାର୍ଥୀ ପାଇଥିବା ଭୋଟ୍‌ର ପାଖାପାଖି ୩ ଗୁଣ ଅଧିକ ଭୋଟ୍ ପାଇଥି‌ଲେ। ଫଳରେ ଦଳ ଦ୍ବିତୀୟ ସ୍ଥାନରେ ରହିଥିଲା। ବିଜେଡିରୁ ନବୀନ ପଟ୍ଟନାୟକ ୯୪୦୬୫ ଭୋଟ୍ ପାଇଥିବା ବେଳେ ବିଜେପିରୁ ପୀତାମ୍ବର ୩୩୯୦୫ ଓ କଂଗ୍ରେସ ପ୍ରାର୍ଥୀ ଶମ୍ଭୁ ପାଣିଗ୍ରାହୀ ୭୨୬୫ ଖଣ୍ଡ ଭୋଟ୍ ପାଇଥିଲେ। ଏହାପୂର୍ବରୁ ୨୦୧୪ ନିର୍ବାଚନରେ ବିଜେଡିରୁ ନବୀନ ପଟ୍ଟନାୟକ ୮୯୨୬୭, କଂଗ୍ରେସରୁ ଶିବରାମ ପାତ୍ର ୧୨୬୮୧ ଓ ବିଜେପିରୁ ଦେବାନନ୍ଦ ମହାପାତ୍ର ୧୨୨୮୩ ଖଣ୍ଡ ଭୋଟ୍ ପାଇଥିଲେ। ଫଳରେ ଦେଖିବାକୁ ଗଲେ ବିଜେଡି ପରି ବିଜେପି ମଧ୍ୟ ୨୦୧୯ରେ ନିଜ ନିଜର ଭୋଟ୍‌ହାରକୁ ବୃଦ୍ଧି କରିବାରେ ସଫଳ ହୋଇଥିଲା।

କିନ୍ତୁ ୨୦୧୯ ନିର୍ବାଚନ ପରେ ପୀତାମ୍ବର ହିଞ୍ଜିଳିକାଟୁ ନିର୍ବାଚନମଣ୍ଡଳୀରେ ସକ୍ରିୟ ନାହାନ୍ତି। ତାଙ୍କ ସ୍ଥାନରେ ଶିଶିର ମିଶ୍ର ବର୍ତ୍ତମାନ ଦଳର ସଂଗଠନ ଦାୟିତ୍ବ ତୁଲାଉଛନ୍ତି। ଶିଶିରଙ୍କ ନେତୃତ୍ବରେ ଦଳ ଗତ ପୌର ନିର୍ବାଚନରେ ବିଜେଡିକୁ କଡ଼ା ଟକ୍କର୍ ଦେବାରେ ସଫଳ ହୋଇଥିଲା। ଏହି ପରିପ୍ରେକ୍ଷୀରେ ଆଗାମୀ ସାଧାରଣ ନିର୍ବାଚନରେ ପୀତାମ୍ବରଙ୍କ ପରିବର୍ତ୍ତେ ନୂଆ ମୁହଁକୁ ସ‌ୁଯୋଗ ଦେବା ଲାଗି ଆଲୋଚନା ପର୍ଯ୍ୟାଲୋଚନା ଆରମ୍ଭ ହୋଇଛି। ଏପରିକି ଜଣେ ନିର୍ବାଚିତ ଜନପ୍ରତିନିଧିଙ୍କୁ ମଧ୍ୟ ମୁଖ୍ୟମନ୍ତ୍ରୀଙ୍କ ବିରୋଧରେ ପ୍ରାର୍ଥୀ କରିବା ସମ୍ଭାବନାକୁ ଏଡ଼ାଇ ଦିଆଯାଇ ନପାରେ ବୋଲି ଦଳୀୟ ଶିବିରରୁ ସୂଚନା ମିଳିଛି।
ଏପଟେ ପଞ୍ଚାୟତ ନିର୍ବାଚନ ପରେ ବିଜେଡିରେ ହୋଇଥିବା ଗୋଷ୍ଠୀକନ୍ଦଳକୁ ତୁଟାଇବା ଏବେ ଦଳୀୟ ସଂଗଠନର କାର୍ଯ୍ୟସୂଚୀରେ ଅଛି। ମୁଖ୍ୟମନ୍ତ୍ରୀଙ୍କ ବିରୋଧରେ ପୂର୍ବରୁ ଦୁଇଥର ବିଜେପିରୁ ପ୍ରାର୍ଥୀ ହୋଇଥିବା ଦେବାନନ୍ଦ ମହାପାତ୍ର ପଞ୍ଚାୟତ ନିର୍ବାଚନ ପୂର୍ବରୁ ବିଜେଡିରେ ସାମିଲ ହୋଇଥିବା ବେଳେ ତାଙ୍କ ସମର୍ଥକ ମାନେ ମଧ୍ୟ ଶାସକ ଦଳ ଶିବିରରେ ଅଛନ୍ତି। ଯାହାକି ବିଜେଡିରେ ଦଳୀୟ ସଂଗଠନକୁ ସୁଦୃଢ଼ କରିବା ଏବଂ ଭୋଟ୍ ହାର ବଢ଼ାଇବାର ଏକ ପ୍ରମୁଖ ମାଧ୍ୟମ ପାଲଟିବ ବୋଲି ଆଲୋଚନା ହେଉଛି।

ସେପଟେ କଂଗ୍ରେସ ଦ୍ୱିତୀୟ ସ୍ଥାନରୁ ତୃତୀୟ ସ୍ଥାନକୁ ଖସିଥିବା ବେଳେ ଗତ ନିର୍ବାଚନରେ ପିସିସି ସମ୍ପାଦକ ଶମ୍ଭୁ ପାଣିଗ୍ରାହୀ ଏଠାରୁ ପ୍ରାର୍ଥୀ ହୋଇଥିଲେ। ସେ ନିର୍ବାଚନମଣ୍ଡଳୀରେ ବୁଲି ଜନସଂପର୍କ କାର୍ଯ୍ୟକ୍ରମ ବରାବର କରି ଆସୁଛନ୍ତି। କିନ୍ତୁ ୨୦୨୪ରେ କଂଗ୍ରେସର ପ୍ରାର୍ଥିତ୍ବକୁ ନେଇ ମଧ୍ୟ କୌଣସି ସ୍ପଷ୍ଟ ଚିତ୍ର ସାମ୍ନାକୁ ଆସିପାରିନି।

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

ରାଜନୀତି ଲାଇଫ୍ ଷ୍ଟାଇଲ

ଭାରତରେ ୧୩.୮ କୋଟି ଲୋକଙ୍କର ସମୀପ ଦୃଷ୍ଟି ସମସ୍ୟା

ନୂଆଦିଲ୍ଲୀ: ଭାରତରେ ସାଧାରଣତଃ ଲୋକଙ୍କର ହାରାହାରି ଆୟୁ ବଢ଼ିବା ସହ ମଧୁମେହ ପୀଡ଼ିତଙ୍କ ସଂଖ୍ୟାରେ ଅସମ୍ଭବ ବୃଦ୍ଧି ଯୋଗୁଁ ତଦନୁସାରେ ଦୃଷ୍ଟିଶକ୍ତି ସମସ୍ୟା ମଧ୍ୟ ବଢ଼ିଚାଲିଛି। ଦୀର୍ଘ
କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର