ଅପରାଧ ରାଜ୍ୟ

ଫେଲ୍ ମାରିଲା ପୋଲିସ, ବ୍ରାଉନ୍‌ସୁଗାର ବିକ୍ରି କରୁଥିବା ମହିଳାଙ୍କୁ ଧରି ପୋଲିସ ଜିମା ଦେଲେ ମହିଳା

ସୁନ୍ଦରଗଡ଼ ୧୬।୦୫: ବ୍ରାଉନସୁଗାର କାରବାର ଅଭିଯୋଗରେ ମହିଳାଙ୍କୁ ମାଡ଼ । କିଛି ମହିଳା ଏକାଠି ହୋଇ ମାଡ଼ ମାରିବା ସହ ପୋଲିସର ଜିମା ଦେଇଛନ୍ତି । ସୁନ୍ଦରଗଡ଼ ଅଞ୍ଚଳର ଏହି ଘଟଣା ଏବେ ପୁରା ଚର୍ଚ୍ଚାକୁ ଆସିଛି ।

ଖବର ଅନୁଯାୟୀ, ରବିବାର ସଂଧ୍ୟାରେ ପତ୍ରାପଡା ଅଂଚଳରେ ଜଣେ ମହିଳା ଧଳା ଜହର ବିକ୍ରୀ କରୁଥିବା ସନ୍ଦେହରେ ସ୍ଥାନୀୟ ଅଂଚଳର କିଛି ମହିଳା ଏକତ୍ରିତ ହୋଇ ମହିଳାଙ୍କୁ ଧରିବା ସହ ମାଡ ମାରିଥିଲେ। ମହିଳା ଜଣକ ଧରିଥିବା ବ୍ୟାଗରୁ କିଛି ପରିମାଣର ଧଳା ଜହର ବି ଜବତ କରିଥିଲେ । ଧରାପଡିଥିବା ମହିଳା ଜଣକ ଅନେକ ବର୍ଷ ହେବ ଏହି କାରବାର ଚଳାଇ ଆସୁଥିଲେ । ପୋଲିସ ତାଙ୍କୁ ଧରିପାରିନଥିଲା, ଯାହାକୁ ସ୍ଥାନୀୟ ଅଂଚଳର ମହିଳା ମାନେ ଧରିଥିବା ଦାବି କରିଛନ୍ତି ।

ସେହିପରି ରାଜଗାଙ୍ଗପୁର ପୋଲିସ ରବିବାର ୫ ଜଣ ବ୍ରାଉନ ସୁଗାର ବେପାରୀଙ୍କୁ ଧରିବା ସହ ସେମାନଙ୍କ ନିକଟରୁ ୧୦ ଗ୍ରାମରୁ ଅଧିକ ବ୍ରାଉନ ସୁଗାର ଜବତ କରିଥିଲା । ଏହାସହ ସେମାନଙ୍କ ନିକଟରୁ ଟଙ୍କା ମୋବାଇଲ, ବାଇକ୍ ଜବତ ହୋଇଥିଲା ।

NewsLaxmi7

About Author

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।