ଦେଶ ବିଦେଶ ମନୋରଞ୍ଜନ ସ୍ପେଶାଲ ରିପୋର୍ଟ

ଫେରୁଛି ସାର୍କ ଟ୍ୟାଙ୍କ୍ ଇଣ୍ଡିଆ ସୋ’, ସିଜିନ୍-୨ ରେ ଦେଖିବାକୁ ମିଳିବେ ନୂଆ ଇନଭେଷ୍ଟର

ନୂଆଦିଲ୍ଳୀ: ଦୀର୍ଘ ଦିନର ଅପେକ୍ଷା ପରେ ‘ସାର୍କ ଟ୍ୟାଙ୍କ୍ ଇଣ୍ଡିଆ’ ଫ୍ୟାନ୍ସଙ୍କୁ ଭେଟିଦେବାକୁ ଯାଉଛନ୍ତି ଦ୍ବିତୀୟ ସିଜିନ୍। ସିଜିନ୍ ୧ ର ବିରାଟ ସଫଳତା ପରେ ଏବେ ପୁଣିଥରେ ଫେରୁଛନ୍ତି ସାର୍କ। ସୋ’ ର ମେକର୍ସ ଆସନ୍ତା ସିଜିନ୍ ପାଇଁ ପ୍ରସ୍ତୁତି କରୁଛନ୍ତି। ତେବେ ଦ୍ବିତୀୟ ସିଜିନରେ ଫ୍ୟାନ୍‌ଙ୍କୁ କିଛି ପୁରୁଣା ଚେହେରା ସହ ନୂଆ ସାର୍କଙ୍କୁ ଦେଖିବାକୁ ମିଳିବ ।

ରିପୋର୍ଟ ଅନୁଯାୟୀ, ଦ୍ବିତୀୟ ସିଜିନ୍‌ରେ କାରଦେଖୋ ଗ୍ରୁପ୍ ଏବଂ ଇନସ୍ୟୁରାନ୍ସଦେଖୋ.କମ୍ ର ସିଇଓ ଅମିତ ଜୈନ ସାର୍କ ପ୍ୟାନେଲରେ ଯୋଗ ଦେଇଛନ୍ତି । ପ୍ରଥମ ସିଜିନରୁ ଅନୁପମ ମିତ୍ତଲ, ଅମନ ଗୁପ୍ତା, ନମିତା ଥାପର, ଭିନୀତା ସିଂହ ଏବଂ ପିୟୁଷ ବଂଶଲଙ୍କ ଦେଖିବାକୁ ମିଳିବ। ତେବେ ରନବିଜୟ ସିଂହଙ୍କ ବଦଳରେ ଷ୍ଟାଣ୍ଡ୍ ଅଫ୍ କେମଡିଆନ ରାହୁଲ ଦୁଆ ସୋ ହୋଷ୍ଟ କରିବେ। ତେବେ ସୋ’ କୁ ନେଇ ଅଧିକ ତଥ୍ୟ ଏବେବି ଦିଆଯାଇନାହିଁ।

ପୁଣିଥରେ ଏହି ସୋ ନୂଆ ବ୍ୟବସାୟୀ ଆଶାୟୀଙ୍କୁ ସେମାନଙ୍କର ଉଦ୍ୟୋଗୀ ସ୍ବପ୍ନ ପୂରଣ କରିବାରେ ସାହାଯ୍ୟ କରିବ। ସେମାନେ ସେମାନଙ୍କର ଧାରଣାକୁ ଅଭିଜ୍ଞ ନିବେଶକ ଏବଂ ବିଶେଷଜ୍ଞଙ୍କ ସାମ୍ନାରେ ଉପସ୍ଥାପନ କରିବେ। ଏହାପରେ ଏହି ସାର୍କମାନେ ଅର୍ଥ ବଦଳରେ ସେମାନଙ୍କ କମ୍ପାନୀରେ କିଛି ସେୟାର କଣିବେ।

ସୋ’ ର ପ୍ରଥମ ସିଜିନ୍ ବେଶ୍ ଲୋକପ୍ରିୟ ହୋଇପାରିଛି। ଏହା ଜନମାନସରେ ଉଦ୍ୟୋଗର ପରିଭାଷାକୁ ପରିବର୍ତ୍ତନ କରିଛି। ଏହାର ଦ୍ବିତୀୟ ସିଜିନ୍‌ରୁ ମଧ୍ୟ ସମାନ ଆଶା ରହିଛି। ତେବେ ସାର୍କ ଟ୍ୟାଙ୍କ୍ ଇଣ୍ଡିଆ ସିଜିନ୍ ୨ ସୋନୀ ଏଣ୍ଟରଟେନମେଣ୍ଟ ଟେଲିଭିଜନ୍ ଏବଂ ସୋନୀ ଲିଭରେ ଡିସେମ୍ବରରେ ପ୍ରସାରିତ ହୋଇପାରେ।

NewsLaxmi7

About Author

You may also like

ମନୋରଞ୍ଜନ

ଦିଲୱାଲେ ଦୁହ୍ଲନିଆଁକୁ ପୂରିଲା ୨୫ ବର୍ଷ

ନୂଆଦିଲ୍ଲୀ : ଶାହରୁଖ୍ ଖାନ୍ ଓ କାଜଲଙ୍କ ଅଭିନୀତ ଫିଲ୍ମ ଦିଲ୍‌ୱାଲେ ଦୁହ୍ଲନିଆ ଲେ ଜାଏଙ୍ଗେକୁ ଆଜି ପୂରିଛି ୨୫ ବର୍ଷ । ୧୯୯୫ରେ ମୁକ୍ତିଲାଭ କରିଥିବା
ମନୋରଞ୍ଜନ

ରୋମାଟିଂକ୍ ଅନ୍ଦାଜ୍‌ରେ ବିରୁଷ୍କା

ନୂଆଦିଲ୍ଲୀ : ଭାରତୀୟ କ୍ରିକେଟ୍ ଟିମ୍‌ର କ୍ୟାପଟେନ୍ ବିରାଟ କୋହଲି ଆଜିକାଲି ଆଇପିଏଲ୍ ପାଇଁ ଦୁବାଇରେ ରହୁଛନ୍ତି । ସେଠାରେ ତାଙ୍କ ପତ୍ନୀ ତଥା, ବଲିଉଡ ଅଭିନେତ୍ରୀ