ରାଜ୍ୟ ସ୍ପେଶାଲ ରିପୋର୍ଟ

ଫେରିଲାନି ଆନନ୍ଦବଜାର ଶୃଙ୍ଖଳା: ସବ୍‌କମିଟି ଗଠନ କରି ନିରବ ଶ୍ରୀମନ୍ଦିର ପ୍ରଶାସନ

ପୁରୀ: କାର୍ତ୍ତିକ ମାସ ଆରମ୍ଭ ହୋଇଯାଇଥିବାରୁ ମହାପ୍ରସାଦ ପାଇଁ ଆନନ୍ଦବଜାରରେ ଭକ୍ତ ଭିଡ଼ ବଢ଼ିଛି। ସେପଟେ ଶ୍ରୀମନ୍ଦିର ଆନନ୍ଦବଜାରରେ ମହାପ୍ରସାଦ ଦର ମଧ୍ୟ ଅହେତୁକ ଭାବେ ବଢ଼ିଯାଇଛି। ଭକ୍ତମାନେ ଦୈନିକ ଦଣ୍ଡିଆଙ୍କ ଶୋଷଣର ଶିକାର ହେଉଛନ୍ତି। ଏମାନେ ଖୋଲା‌ଖୋଲି ଉତ୍ତର ଓ ଦକ୍ଷିଣ ଦ୍ବାରରେ ଛିଡ଼ା ହୋଇ ଭକ୍ତଙ୍କଠାରୁ ମହାପ୍ରସାଦ ପାଇଁ ବହୁଗୁଣା ଦର ଲୁଟି ନେଉଥିଲେ ବି କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉନାହିଁ। ଏ ନେଇ ସୁଆର ମହାସୁଆର ନିଯୋଗ ଉଦ୍‌ବେଗ ପ୍ରକାଶ କରିଛି। ଆନନ୍ଦବଜାରରେ ଶୃଙ୍ଖଳା ପାଇଁ ଶ୍ରୀମନ୍ଦିର ପ୍ରଶାସନ ଚାରି ମାସ ତଳୁ ଗୋଟିଏ ସବ୍‌କମିଟି ଗଠନ କରିଥିଲା। ହେଲେ କମିଟି ଗଠନ ପରେ କର୍ତ୍ତୃପକ୍ଷ ଆଉ କୌଣସି ପଦକ୍ଷେପ ନେଇନାହାନ୍ତି। ପୂର୍ବରୁ ଭକ୍ତମାନେ ଉତ୍ତରଦ୍ବାରରେ ପ୍ରବେଶ କରି ଆନନ୍ଦବଜାରରୁ ମହାପ୍ରସାଦ କିଣି ଫେରି ଆସୁଥିଲେ। ୨୦୨୦ ମସିହାଠାରୁ ଉତ୍ତରଦ୍ବାର ପ୍ରବେଶରେ କଟକଣା ଲଗାଗଲା। ଏହା ପରଠାରୁ ମହାପ୍ରସାଦ ଆଣିବାରେ ଭକ୍ତ ଯନ୍ତ୍ରଣା ଭୋଗୁଛନ୍ତି। ଏହା ପରଠାରୁ ଦଣ୍ଡିଆଙ୍କ ଉତ୍ପାତ ବି ବଢ଼ିଛି। କଥା କେବଳ ଏତିକିରେ ଅଟକି ନାହିଁ। ଆନନ୍ଦବଜାରରେ ଭକ୍ତ ଖାଇବା ବେଳେ ମହାପ୍ରସାଦ ବିକ୍ରି କରୁଥିବା ଓ ସହଯୋଗ କରୁଥିବା ବ୍ୟକ୍ତିଙ୍କ ଦୁର୍ବ୍ୟବହାରର କରୁଥିବା ଅଭିଯୋଗ ସାମ୍ନାକୁ ଆସିଛି। ଏପରିକି କିଛି ଭକ୍ତ ମାଡ଼ ଖାଇ ଲହୁଲୁହାଣ ହୋଇଛନ୍ତି।

ସବ୍‌କମିଟି ଗଠନ କରି ନିରବ ଶ୍ରୀମନ୍ଦିର ପ୍ରଶାସନ
ଏବେଠୁ ମହାପ୍ରସାଦ ଦର ବହୁଗୁଣା
ବୁଲୁଛନ୍ତି ଦଣ୍ଡିଆ, ଅସାମାଜିକ
ଅସନ୍ତୋଷ ବ୍ୟକ୍ତ କଲା ସୁଆର ମହାସୁଆର ନିଯୋଗ

ସ୍ଥିତିରେ ସୁଧାର ଆଣିବା ଲାଗି ସୁଆର ମହାସୁଆର ନିଯୋଗକୁ ଡାକି ଆନନ୍ଦବଜାର ସମ୍ପର୍କିତ ପ୍ରାୟ ୨୦ଟି ପ୍ରସଙ୍ଗରେ ନିଷ୍ପତ୍ତି ନେଇଥିଲା ଶ୍ରୀମନ୍ଦିର ପ୍ରଶାସନ। ଏହି ନିଷ୍ପତ୍ତି କାର୍ଯ୍ୟକାରୀ କରିବା ପୂର୍ବରୁ ଆବଶ୍ୟକ ବିଚାରବିମର୍ଶ ଓ ସୁପାରିସ ପାଇଁ ଏକ ସବ୍‌କମିଟି ଗଠନ କରାଯାଇଥିଲା। ଏହି କମିଟିରେ ଶ୍ରୀମନ୍ଦିର ତିନିଜଣ ପ୍ରଶାସକ, ଉପଜିଲ୍ଲାପାଳ, ଶ୍ରୀମନ୍ଦିର କମାଣ୍ଡାଣ୍ଟ୍‌, ତିନି ପରିଚାଳନା କମିଟି ସଦସ୍ୟ, ସୁଆର ମହାସୁଆର ନିଯୋଗ ସଭାପତି, ସଂପାଦକ ଓ ବରିଷ୍ଠ ସଦସ୍ୟ ଦାମୋଦର ମହାସୁଆର ପ୍ରମୁଖ ରହିଥିଲେ। ଏହି କମିଟି ୭ରୁ ୧୦ ଦିନ ଭିତରେ ଆବଶ୍ୟକ ସୁପାରିସ ଶ୍ରୀମନ୍ଦିର ପ୍ରଶାସନକୁ ଲିଖିତ ଆକାରରେ ପ୍ରଦାନ କରିବା ପରେ ଏହି ଆଧାରରେ କାର୍ଯ୍ୟାନୁଷ୍ଠାନ ନେବାକୁ ନିଷ୍ପତ୍ତି ହୋଇଥିଲା। କେବଳ ସ୍ବତ୍ବଲିପି ଆଧାରରେ ଯେଉଁମାନଙ୍କ ଅଧିକାର ରହିଛି, ସେହି ସୁପକାରମାନେ ମହାପ୍ରସାଦ ବିକ୍ରି କରିବେ ବୋଲି ନିଷ୍ପତ୍ତି ହୋଇଥିଲା। କିଏ, କେଉଁଠି, କେତେ ପରିମାଣର ମହାପ୍ରସାଦ ବିକ୍ରି କରିବ, ତାର ସବିଶେଷ ତାଲିକା ପ୍ରସ୍ତୁତ କରିବାକୁ ନିଷ୍ପତ୍ତି ହୋଇଥିଲା। ଏହି ତାଲିକା ଆଧାରରେ ଅଣସୁପକାର ଓ ଅନ୍ୟ ବ୍ୟକ୍ତିଙ୍କୁ ଆନନ୍ଦବଜାରରୁ ତଡ଼ାଯିବାକୁ ଯୋଜନା କରାଯାଇଥିଲା। ଷ୍ଟଲ୍‌ ସବୁର ନମ୍ବରିଂ ଓ ସାଇନେଜ୍‌ ଲାଗିବା, ଭକ୍ତଙ୍କୁ ତତ୍କାଳ ପୁଲିସ ସହାୟତା ପାଇଁ ଆନନ୍ଦବଜାରରେ ପୁଲିସ ସହାୟତା କେନ୍ଦ୍ର ଖୋଲିବା ନେଇ ନିଷ୍ପତ୍ତି ହୋଇଥିଲା। ଆନନ୍ଦବଜାର ଶୃଙ୍ଖଳା ପାଇଁ ସ୍ବତନ୍ତ୍ର ନିର୍ଦ୍ଦେଶାବଳୀ ପ୍ରସ୍ତୁତ କରିବାକୁ ନିଷ୍ପତ୍ତି ହୋଇଥିଲା। କିନ୍ତୁ ଏହି ନିଷ୍ପତ୍ତି ଆଜି ପର୍ଯ୍ୟନ୍ତ କାର୍ଯ୍ୟକାରୀ ହୋଇପାରିନି।

ଏସମ୍ପର୍କରେ ସୁଆର ମହାସୁଆର ନିଯୋଗ ସଂପାଦକ ନାରାୟଣ ମହାସୁଆର କହିଛନ୍ତି, ଆନନ୍ଦବଜାରରେ ଶୃଙ୍ଖଳା ଆଣିବା ପାଇଁ ଆମେ ସର୍ବଦା ପ୍ରସ୍ତୁତ ଅଛୁ। କିନ୍ତୁ ଶ୍ରୀମନ୍ଦିର ପ୍ରଶାସନ ସେଭଳି ସହଯୋଗର ହାତ ବଢ଼ାଉନି। ଏବେ ବି ଆନନ୍ଦବଜାରରେ ବିଶୃଙ୍ଖଳା ଦେଖାଦେଉଛି। ଭକ୍ତମାନେ ଶୋଷଣର ଶିକାର ହେଉଛନ୍ତି। ଅସାମାଜିକ ବ୍ୟକ୍ତିମାନେ ବୁଲି ଦଲାଲଗିରି କରୁଛନ୍ତି। ଶୃଙ୍ଖଳା ଆଣିବା ପାଇଁ ଯେଉଁ କମିଟି ଗଠନର ପ୍ରସ୍ତାବ ଦେଇଥିଲୁ, ତାହା ବି ଝୁଲି ରହିଛି। କାର୍ତ୍ତିକ ମାସ ପୂର୍ବରୁ ଆନନ୍ଦବଜାରରେ ଶୃଙ୍ଖଳା ଅଣାଯିବ ବୋଲି ଶ୍ରୀମନ୍ଦିର ପ୍ରଶାସନ ନୀତିଗତ ନିଷ୍ପତ୍ତି ନେଇଥିଲା। କାର୍ତ୍ତିକମାସ ଚାଲିଲାଣି, ହେଲେ ଶ୍ରୀମନ୍ଦିର ପ୍ରଶାସନର ନିଷ୍ପତ୍ତି କାର୍ଯ୍ୟକାରୀ ହୋଇପାରୁନି ବୋଲି ଶ୍ରୀ ମହାସୁଆର କହିଛନ୍ତି।

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।