ଅପରାଧ ରାଜ୍ୟ

ଫେରାର ଠକକୁ ବାନ୍ଧିଲା ଇଓଡ଼ବ୍ଲ୍ୟୁ, ଓଡିଶା ହୋମ ନିର୍ଦ୍ଦେଶକ ଗିରଫ

ଭୁବନେଶ୍ୱର ୦୨।୧୦ : ଫେରାର ଠକକୁ ବାନ୍ଧିଲା ଇଓଡ଼ବ୍ଲ୍ୟୁ । ଓଡିଶା ହୋମ କମର୍ସିଆଲ ପ୍ରାଇଭେଟ ଲିମିଟେଡ଼ କମ୍ପାନୀର ନିର୍ଦ୍ଦେଶକ ଗିରଫ ହୋଇଛନ୍ତି । ଗିରଫ ନିର୍ଦ୍ଦେଶକଙ୍କ ନାମ ମନୋଜ ପଣ୍ଡା ।

ଖବର ଅନୁଯାୟୀ, ଗତ କିଛି ତଳେ ମନୋଜ ବିରୁଦ୍ଧରେ ଲୁକ ଆଉଟ ସରକୁଲାର ଜାରି କରିଥିଲା ଇଓଡ଼ବ୍ଲ୍ୟୁ । ଆପାର୍ଟମେଂଟ ଓ ଫ୍ଲାଟ ଦେବା ନାଁରେ ୨୦ କୋଟି ଠକେଇ ଅଭିଯୋଗ ହୋଇଥିଲା । ଭୁବନେଶ୍ୱର ସାଂପୁର ଗଣପତି ମୌଜାରେ ଫ୍ଲାଟ ଓ ଆପାର୍ଟମେଂଟ ଦେବାକୁ କହି ଟଙ୍କା ନେଇଥିଲା । ୨୦୧୩ ରୁ ୨୦୧୬ ମଧ୍ୟରେ ୪୨ ଜଣଙ୍କ ଠାରୁ ୨୦ କୋଟି ନେଇଥିଲା ସଂସ୍ଥା । ୨୦୧୮ ମସିହାରେ ଫ୍ଲାଟ ଦେବାକୁ କହିଥିଲେ । ଟଙ୍କା ପାଇବା ପରେ ଛୁ ମାରିଥିଲେ ମନୋଜ ପଣ୍ଡା । ଟଙ୍କା ଦେଇଥିବା ଜମାକାରି ଇଓଡ଼ବ୍ଲ୍ୟୁ ରେ ଅଭିଯୋଗ ପରେ ତଦନ୍ତ ଆରମ୍ଭ କରିଥିଲା ଇଓଡ଼ବ୍ଲ୍ୟୁ । ଆଉ ଏବେ ଫେରାର ଠକକୁ ବାନ୍ଧିଲା ଇଓଡ଼ବ୍ଲ୍ୟୁ ।

NewsLaxmi7

About Author

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।