ଦେଶ ବିଦେଶ ରାଜ୍ୟ ଶିକ୍ଷା ଓ ନିଯୁକ୍ତି

ଫେବୃଆରୀ ୧୦ରୁ ଆରମ୍ଭ ହେବ ପିଜି ଏବଂ ଯୁକ୍ତ ୩ କ୍ଲାସ୍, ୮ରୁ ହଷ୍ଟେଲରେ ରହିବାକୁ ଅନୁମତି

ଭୁବନେଶ୍ୱର ୦୨।୦୨: ପିଜି ଏବଂ ୟୁଜି ପାଠପଢା ଓ ପରୀକ୍ଷା ପାଇଁ ତାରିଖ ଘୋଷଣା କରାଯାଇଛି । ଆସନ୍ତା ୧୦ତାରିଖରୁ ପିଜି ଓ ୟୁଜିରେ ପାଠପଢା ଆରମ୍ଭ ହେବ । ଏନେଇ ଉଚ୍ଚଶିକ୍ଷା ମନ୍ତ୍ରୀ ଅରୁଣ ସାହୁ ଘୋଷଣା କରିଛନ୍ତି ।

ମନ୍ତ୍ରୀଙ୍କ ଘୋଷଣା ମୁତାବିକ, ଆସନ୍ତା ଫେବ୍ରୁଆରୀ ୧୦ ରୁ ଯୁକ୍ତ ୩ ଦ୍ବିତୀୟ ବର୍ଷ ଓ ପିଜି ପ୍ରଥମ ବର୍ଷ ପାଇଁ କଲେଜରେ ଆରମ୍ଭ ହେବ ପାଠପଢା। ଏଥିପାଇଁ ଫେବ୍ରୁଆରୀ ୮ ରୁ କଲେଜ, ବିଶ୍ବବିଦ୍ୟାଳୟ ଓ ହଷ୍ଟେଲ ଖୋଲିବା । ସମସ୍ତ ଶ୍ରେଣୀଗୃହ ଓ ହଷ୍ଟେଲ ରେ କୋଭିଡ ୧୯ ନିୟମାବଳୀ ଅନୁଯାୟୀ ପାଠପଢା ଆରମ୍ଭ ହେବ। ମାସ୍କ ବାଧ୍ୟତାମୂଳକ ସହ ଶ୍ରେଣୀଗୃହ, ଲାଇବ୍ରେରୀ ଓ ଲାବ୍ରୋଟୋରୀ ସହ ୬ଫୁଟ ର ସାମାଜିକ ଦୂରତା ରଖାଯିବ। ହାତକୁ ଧୋଇବା ଓ ସାନିଟାଇଜ ବାଧ୍ୟତାମୂଳକ କରାଯାଇଛି ।

ସେହିପରି ୟୁଜି କୋର୍ସର ତୃତୀୟ ସେମିଷ୍ଟର ଏବଂ ୪ବର୍ଷ ୟୁଜି କୋର୍ସର ପଞ୍ଚମ ସେମିଷ୍ଟର ପରୀକ୍ଷା ୧୯ ଏପ୍ରିଲ ୩୦ ଏପ୍ରିଲ ମଧ୍ୟରେ ହେବ। ଏହାପରେ ମେ ୩୧ରେ ପରୀକ୍ଷା ଫଳ ପ୍ରକାଶ ପାଇବ । ପିଜି ପ୍ରଥମ ସେମିଷ୍ଟର ପରୀକ୍ଷା ୭ଜୁନ ରୁ ୧୯ ଜୁନ ପର୍ଯ୍ୟନ୍ତ ହେବ। ୨୦ ଜୁଲାଇ ସୁଦ୍ଧା ପରୀକ୍ଷା ଫଳ ପ୍ରକାଶ ପାଇବ । ଏନେଇ ଉଚ୍ଚଶିକ୍ଷା ମନ୍ତ୍ରୀ ଅରୁଣ ସାହୁ ସୂଚନା ଦେଇଛନ୍ତି ।

NewsLaxmi7

About Author

You may also like

ଶିକ୍ଷା ଓ ନିଯୁକ୍ତି

ଘରୋଇ ସ୍କୁଲ ଫି ବୃଦ୍ଧି ମାମଲା, ରାଜ୍ୟ ସରକାରଙ୍କୁ ଜବାବ ତଲବ କଲେ ହାଇକୋର୍ଟ

ଘରୋଇ ସ୍କୁଲ ଫି ବୃଦ୍ଧି ମାମଲା ପ୍ରସଙ୍ଗରେ ହାଇକୋର୍ଟରେ ଶୁଣାଣି ହୋଇଛି । ଗଣଶିକ୍ଷା ବିଭାଗର ସ୍ପଷ୍ଟ ମତ ଲୋଡିଛନ୍ତି ହାଇକୋର୍ଟ । କେତେ ପ୍ରତିଶତ ଫି’କମାଯାଇପାରିବ
ଶିକ୍ଷା ଓ ନିଯୁକ୍ତି

ଷ୍ଟାର୍ସ ପ୍ରୋଜେକ୍ଟକୁ କେନ୍ଦ୍ରର ମଞ୍ଜୁରି, ଖର୍ଚ୍ଚ ହେବ 5718 କୋଟି ଟଙ୍କା

ଆରମ୍ଭ ହେବ ଷ୍ଟାର୍ସ ପ୍ରୋଜେକ୍ଟ। ଶିକ୍ଷା ମନ୍ତ୍ରାଳୟର ସ୍କୁଲ ଶିକ୍ଷା ଏବଂ ସାକ୍ଷରତା ବିଭାଗ ଅଧିନରେ କେନ୍ଦ୍ର ପ୍ରାୟୋଜିତ ନୂତନ ଯୋଜନାରେ ଏହାକୁ ଆରମ୍ଭ କରାଯିବ। 6ଟି