ସ୍ୱାସ୍ଥ୍ୟ

ଫୁସ୍‌ଫୁସ୍‌କୁ ଆକ୍ରମଣ କରୁଛି କରୋନା, ଏହି ସହଜ ଉପାୟ ଆପଣେଇ ନିଜକୁ ରଖନ୍ତୁ ସୁରକ୍ଷିତ

ଭୁବନେଶ୍ଵର ୨୮।୦୪: କରୋନା ମହାମାରୀର ଦ୍ଵିତୀୟ ଲହରରେ ପୂରା ଦେଶ ସାଙ୍ଘାତିକ ଭାବେ ପ୍ରଭାବିତ। ଏଥର କରୋନା ଭାଇରସ୍‌ ସିଧା ଆପଣଙ୍କ ଫୁସ୍‌ଫୁସ୍‌କୁ ଆକ୍ରମଣ କରୁଛି। କରୋନା ଲକ୍ଷଣ ପୂର୍ବରୁ ଲୋକଙ୍କ ୨୫ ପ୍ରତିଶତ ଫୁସ୍‌ଫୁସ୍‌ ପ୍ରଭାବିତ ହୋଇ ଯାଉଥିବା ଅନେକ ମାମଲା ଦେଖିବାକୁ ମିଳିଛି। କିନ୍ତୁ କିଛି ଘରୋଇ ଉପାୟ ଏବଂ ସଠିକ୍ ସମୟରେ ଡାକ୍ତରଙ୍କ ପରାମର୍ଶରେ ଆପଣ ନିଜ ଫୁସ୍‌ଫୁସ୍‌କୁ ସୁରକ୍ଷିତ ରଖି ପାରିବେ। ଆସନ୍ତୁ ଜାଣିବା କେଉଁ ପ୍ରକ୍ରିୟାରେ ଆମେ ନିଜ ନିଜର ଫୁସ୍‌ଫୁସ୍‌କୁ ମଜବୁତ ରଖି ପାରିବା।

ଆପଣାନ୍ତୁ ଏହି ଘରୋଇ ଉପାୟ

– ଗରମ ପାଣିର ବାମ୍ଫ ଦିନରେ ତିନି ଚାରି ଥର ନିଅନ୍ତୁ। ପାଣିରେ ଯଦି କର୍ପୁର ଦେଇ ପାରିବେ ତେବେ ବହୁତ ଭଲ।

– ନଖ ଉଷୁମ ପାଣିରେ ଲେମ୍ବୁ ପକାଇ ପାଣି ପିଅନ୍ତୁ। ଯଦି ଲେମ୍ବୁ ନାହିଁ ତେବେ ଗରମ ପାଣି ସେବନରେ ମଧ୍ୟ ଫୁସ୍‌ଫୁସ୍‌ ସଂକ୍ରମଣରୁ ରକ୍ଷା ପାଇ ପାରିବ।

– ଥଣ୍ଡା ପାଣିର ସେବନ କଦାପି କରନ୍ତୁ ନାହିଁ। ଫଳମୂଳରେ କମଳା, ସେଓ ଖାଇବା ସହ ନଡିଆ ପାଣି ପିଅନ୍ତୁ।

ଏହି ଉପାୟରେ ଫୁସ୍‌ଫୁସ୍‌କୁ ରଖନ୍ତୁ ମଜବୁତ

– ସକାଳୁ ଉଠି ବାୟାମ କରନ୍ତୁ କରନ୍ତୁ।

– ସିଡି ଚଢନ୍ତୁ, ଓହ୍ଲାନ୍ତୁ।

– ଦୀର୍ଘ ନିଃଶ୍ଵାସ ନେଇ ପେଟ ଫୁଲାନ୍ତୁ ଏବଂ ଛାଡନ୍ତୁ।

ଲକ୍ଷଣ ଦେଖିଲେ ଏହା କରନ୍ତୁ

– ସର୍ବ ପ୍ରଥମେ ଚିନ୍ତା କରନ୍ତୁ ନାହିଁ। ଡାକ୍ତରଙ୍କ ପରାମର୍ଶ ନିଅନ୍ତୁ।

– ନିଜ ଫୁସ୍‌ଫୁସ୍‌ର ସିଟି ସ୍କାନ କରାନ୍ତୁ।

– ପ୍ରତି ଅଧା ଘଣ୍ଟାରେ ଅକ୍ସି ମିଟରରେ ନିଜ ଅକ୍ସିଜେନ୍ ସ୍ତର ଚେକ୍ କରନ୍ତୁ।

– ପରିବାରର ଅନ୍ୟ ଲୋକଙ୍କଠୁ ଦୂରେଇ ରୁହନ୍ତୁ। ନିଜକୁ ଅନ୍ୟ କାହାରି ସଂପର୍କରେ ଆଣିବାକୁ ଦିଅନ୍ତୁ ନାହିଁ।

– ଖାଲି ପେଟରେ କଦାପି ରୁହନ୍ତୁ ନାହିଁ। ଖାଲି ପେଟରେ ରହିଲେ ଭାଇରସ୍‌ ଆପଣଙ୍କ ଶରୀରକୁ ଅଧିକ ପ୍ରଭାବିତ କରି ପାରେ।

NewsLaxmi7

About Author

You may also like

ଖେଳ ଦେଶ ବିଦେଶ ସ୍ୱାସ୍ଥ୍ୟ

କପିଲ ଦେବ ହୃଦଘାତରେ ଆକ୍ରାନ୍ତ, ଦିଲ୍ଲୀ ହସପିଟାଲରେ ଆଞ୍ଜିୟୋପ୍ଲାଷ୍ଟ ପରେ ଚିକିତ୍ସାଧୀନ

ନୂଆଦିଲ୍ଲୀ ୨୩/୧୦: ଭାରତର କିମ୍ବଦନ୍ତୀ କ୍ରିକେଟର କପିଲ ଦେବ ହୃଦଘାତରେ ଆକ୍ରାନ୍ତ ହେବାରୁ ଦିଲ୍ଲୀ ହସପିଟାଲରେ ତାଙ୍କୁ ଭର୍ତି କରାଯାଇଛି। ତାଙ୍କର ଆଞ୍ଜିୟୋପ୍ଲାଷ୍ଟି କରାଯାଇଛି। ତେବେ ଏବେ
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।