ରାଜ୍ୟ

ଫୁଲ ତୋଳିବା ନିଶା ହେଲା କାଳ: ପାଇଖାନା ଟାଙ୍କିକୁ ଖସି ପଡ଼ି ଚାଲିଗଲା ବୃଦ୍ଧାଙ୍କ ଜୀବନ

କଟକ: ଫୁଲ ତୋଳୁଥିବା ସମୟରେ ପାଇଖାନା ଟାଙ୍କିକୁ ଖସି ପଡ଼ି ବୃଦ୍ଧାଙ୍କ ମୃତ୍ୟୁ ଘଟିଛି। କଟକ ଯୋବ୍ରା ଅଞ୍ଚଳରେ ଏହି ଘଟଣାଟି ଘଟିଛି। ମୃତ ମହିଳାଙ୍କ ନାଁ ଜୟନ୍ତୀ ରାଉତ ଓ ତାଙ୍କ ବୟସ ୫୮ ବର୍ଷ ବୋଲି ଜଣାପଡ଼ିଛି।

ଆଜି ସକାଳ ପ୍ରାୟ ୫ଟା ସମୟରେ ଜୟନ୍ତୀ ନିଜ ଘର ପଛ ପଟେ ଥିବା ଏକ ଫୁଲ ଗଛ ନିକଟକୁ ଫୁଲ ତୋଳିବା ପାଇଁ ଆସିଥିଲେ। ଏହି ସମୟରେ ସେ ଏକ ଅବ୍ୟବହୃତ ପାଇଖାନା ଟାଙ୍କିର ସ୍ଲାବ ଉପରେ ଛିଡ଼ା ହୋଇଯିବା ଯୋଗୁଁ ସ୍ଲାବଟି ଭାଙ୍ଗି ଯାଇଥିଲା ଏବଂ ଜୟନ୍ତୀ ଟାଙ୍କି ଭିତରକୁ ଗଳି ପଡ଼ିଥିଲେ। ଏହାପରେ ଟାଙ୍କି ନିକଟରେ ଗଦା ଯାଇ ଥିବା ଗୋଡ଼ିଗୁଡ଼ିକ ତାଙ୍କ ଉପରେ ଲଦି ହୋଇ ଯାଇଥିଲା।

ଖବର ପାଇ ଅଗ୍ନିଶମ ବିଭାଗର କର୍ମଚାରୀମାନେ ଘଟଣାସ୍ଥଳରେ ପହଞ୍ଚି ଜୟନ୍ତୀଙ୍କୁ ଉଦ୍ଧାର କରି ଏସସିବିକୁ ପଠାଇଥିଲେ। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଫୁଲ ତୋଳିବା ନିଶା ହେଲା କାଳ। ସ୍ୱାମୀ ମନୋରଂଜନ ରାଉତଙ୍କ କହିବା ଅନୁସାରେ, ଜୟଶ୍ରୀ ଆଜି ଭୋର ସମୟରେ ଫୁଲ ତୋଳିବା ପାଇଁ ଯାଇଥିଲେ। ପ୍ରତିଦିନ ପରି ଆଜି ମଧ୍ୟ ଭୋରୁ ଫୁଲ ତୋଳିବା ପାଇଁ ଯାଇଥିଲେ। ହେଲେ ଫୁଲ ତୋଳିବା ସମୟରେ ହଠାତ୍ ଲାଟିନ ଟାଙ୍କି ଉପରେ ପଡ଼ିଥିବା ସ୍ଲାବ୍ ଖସିଯିବାରୁ ଲାଟିନ ଟାଙ୍କି ଭିତରକୁ ଖସି ପଡ଼ିଥିଲେ ଜୟଶ୍ରୀ ରାଉତ। ହୃଦଜନିତ ରୋଗ ରହିଥିବାରୁ ଘଟଣାସ୍ଥଳରେ ସମ୍ପୂର୍ଣ୍ଣ ଅଚେତ ହୋଇଯାଇଥିଲେ। ଖବର ପାଇ ଚାଉଳିଆଗଞ୍ଜ ଅଗ୍ନିଶମ ବିଭାଗ ଘଟଣା ସ୍ଥଳରେ ପହଞ୍ଚି ୪୫ ମିନିଟରୁ ଉର୍ଦ୍ଧ୍ଵ ସମୟ ଧରି ଉଦ୍ଧାର କାର୍ଯ୍ୟ କରିବା ପରେ ତାଙ୍କୁ ଏସସିବିକୁ ସ୍ଥାନନ୍ତର କରାଯାଇଥିଲା। କିନ୍ତୁ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଯାହାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି।

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।