ରାଜ୍ୟ ସ୍ୱାସ୍ଥ୍ୟ

ଫୁଲ କୋବି ଖାଇ ସ୍ୱାମୀ-ସ୍ତ୍ରୀ ଗୁରୁତର: ହସ୍ପିଟାଲରେ ଭର୍ତ୍ତି

ମୋହନା ୧୮/୦୩ : ଗଜପତି ଜିଲ୍ଲା ମୋହନା ଥାନା ହଲାପଙ୍କା ଗାଁରେ ଘଟିଛି ଅଭାବନୀୟ ଘଟଣା । ଫୁଲ କୋବି ଖାଇ ଉଭୟ ସ୍ୱାମୀ ସ୍ତ୍ରୀ ଗୁରୁତର ଅସୁସ୍ଥ ହୋଇଛନ୍ତି । ସେମାନେ ହେଲେ ସ୍ୱାମୀ ଜାବିତ୍ର ଗମାଙ୍ଗ ଓ ସ୍ତ୍ରୀ ନମିତା ଗମାଙ୍ଗ । ଗୁରୁତର ଅବସ୍ଥାରେ ଉଭୟଙ୍କୁ ମୋହନା ମେଡିକାଲ ରେ ଭର୍ତ୍ତି କରାଯାଇଛି । ଜାବିତ୍ର ନିଜ ବାଡ଼ିରେ ଫୁଲ କୋବି ଚାଷ କରିଛନ୍ତି ।

ଗତ କିଛି ଦିନ ତଳେ ଫୁଲ କୋବିରେ କୀଟନାଶକ ସିଞ୍ଚନ କରିଥିଲେ । ଗତକାଲି କୋବି ବାହାର କରି ଘରେ ରୋଷେଇ କରି ଖାଇଥିଲେ । ଏହାପରେ ସେମାନେ ଗୁରୁତର ଅସୁସ୍ଥ ହୋଇପଡିଥିଲେ । ବର୍ତ୍ତମାନ ମୋହନା ମେଡିକାଲ ରେ ସେମାନଙ୍କ ଚିକିତ୍ସା ଚାଲିଛି ।

NewsLaxmi7

About Author

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ଖେଳ ଦେଶ ବିଦେଶ ସ୍ୱାସ୍ଥ୍ୟ

କପିଲ ଦେବ ହୃଦଘାତରେ ଆକ୍ରାନ୍ତ, ଦିଲ୍ଲୀ ହସପିଟାଲରେ ଆଞ୍ଜିୟୋପ୍ଲାଷ୍ଟ ପରେ ଚିକିତ୍ସାଧୀନ

ନୂଆଦିଲ୍ଲୀ ୨୩/୧୦: ଭାରତର କିମ୍ବଦନ୍ତୀ କ୍ରିକେଟର କପିଲ ଦେବ ହୃଦଘାତରେ ଆକ୍ରାନ୍ତ ହେବାରୁ ଦିଲ୍ଲୀ ହସପିଟାଲରେ ତାଙ୍କୁ ଭର୍ତି କରାଯାଇଛି। ତାଙ୍କର ଆଞ୍ଜିୟୋପ୍ଲାଷ୍ଟି କରାଯାଇଛି। ତେବେ ଏବେ