ନିଆଳି, ୧୨/୦୫: ଫୁଲନଖରା-ନିଆଳି ରାସ୍ତାରୁ ପିକଅପ ଭ୍ୟାନ ସହ ୭ କୁଇଣ୍ଟାଲ ଗୋମାଂସ ଜବତ କରିଛି ଓଲଟ ପୁର ପୋଲିସ । ଏହି ବେଆଇନ ଗୋମାଂସ ସହ ଚାଲାଣରେ ସଂପୃକ୍ତ ଡ୍ରାଇଭର ଓ ବେପାରୀଙ୍କୁ ଓଲଟ ପୁର ପୋଲିସ ଗିରଫ କରି କୋର୍ଟ ଚାଲାଣ ମଧ୍ୟ କରିଛି | ପୋଲିସ ଏକ ମାମଲା ରୁଜୁ କରି ଗାଡ଼ି ଡ୍ରାଇଭର ସେଖ୍ ଅସରାଫ ଓ ବ୍ୟବସାୟୀ ସାହାରୁଖ ଖାଁକୁ ଗିରଫ କରିଛି । ଦିର୍ଘ ଦିନ ହେବ ଏହି ରାସ୍ତା ଦେଇ ନିଆଳି, ଅଥଙ୍ଗା, ଚାରିଛକ କାକଟ ପୁର ଆଦି ଅଞ୍ଚଳରୁ ବେଆଇନ ଗୋରୁ ଓ ଗୋମାଂସ ଚାଲାଣ ଅଭିଯୋଗ ହୋଇଆସୁଥିଲା ।