ଅପରାଧ ରାଜ୍ୟ

ଫୁଲକୁଣ୍ଡ ଭର୍ତ୍ତି ଟ୍ରକରୁ ୪୫ ଲକ୍ଷ ଟଙ୍କାର ଗଞ୍ଜେଇ ଜବତ: ଟ୍ରକ୍ ଚାଳକ ଅଟକ

କୋରାପୁଟ: କୋରାପୁଟରେ ଫୁଲକୁଣ୍ଡ ଭର୍ତ୍ତି ଟ୍ରକରୁ ୪୫ ଲକ୍ଷ ଟଙ୍କାର ଗଞ୍ଜେଇ ଜବତ କରାଯାଇଛି। ଏହି ମାମଲାରେ ଟ୍ରକର ଚାଳକକୁ ଅଟକ ରଖାଯାଇଥିବାର ସୂଚନା ମିଳିଛି।

ପ୍ରାପ୍ତ ସୂଚନା ଅନୁଯାୟୀ, କୋରାପୁଟ ଡିଆଇଜି କାର୍ଯ୍ୟାଳୟ ନିକଟରେ ଏକ ଫୁଲକୁଣ୍ଡ ଭର୍ତ୍ତି ଟ୍ରକରୁ ୯ କୁଇଣ୍ଟାଲ ଗଞ୍ଜେଇ ଜବତ ହୋଇଛି। କୋରାପୁଟ ଟାଉନରେ ଚଢ଼ାଉ କରି ଅବକାରୀ ବିଭାଗ ଉକ୍ତ ଟ୍ରକକୁ ଧରିଛି। ଉକ୍ତ ଗଞ୍ଜେଇ ଫୁଲକୁଣ୍ଡ ଭିତରେ ଲୁଚାଇ ବିଶାଖାପାଟଣାରୁ ଆଗ୍ରା ଚାଲାଣ ବେଳେ ଧରାପଡ଼ିଥିଲା। ଜବତ ହୋଇଥିବା ଗଞ୍ଜେଇର ଆନୁମାନିକ ମୂଲ୍ୟ ୪୫ ଲକ୍ଷ ଟଙ୍କା। ଏନେଇ ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ଅବକାରୀ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।

NewsLaxmi7

About Author

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।