ମନୋରଞ୍ଜନ

ଫିଲ୍ମ ‘ସୀତା’ରୁ ହଟିଲେ କରିନା କପ୍ପୁର ଖାନ, ଏଣ୍ଟ୍ରି ମାରିଲେ ଏହି ଅଭିନେତ୍ରୀ

ନୂଆଦିଲ୍ଲୀ ୨୭/୬ : ଫିଲ୍ମ ‘ସୀତା’ ବିଷୟରେ ସାମ୍ନାକୁ ଆସିଛି ବଡ ଅପଡେଟ୍ । ନିକଟରେ କୁହାଯାଇଥିଲା ଯେ କରୀନା କପୁର ଖାନ ଏହି ଚଳଚ୍ଚିତ୍ରରେ ଅଭିନୟ ପାଇଁ ୧୨କୋଟି ଟଙ୍କା ମାଗିଥିଲେ । ତେବେ ବର୍ତ୍ତମାନ କୁହାଯାଇଛି ଯେ, କରୀନା କପୁରଙ୍କୁ ଏହି ଫିଲ୍ମ ବିଷୟରେ କେବେବି କୁହାଯାଇନଥିଲା । ଅର୍ଥାତ୍ ଫିଲ୍ମରେ କରିନା କେବେବି ସୀତା ଭୂମିକାରେ ଅଭିନୟ କରିବେ ବୋଲି ନିଷ୍ପତ୍ତି ନିଆଯାଇନି ।

ଫେମସ ସ୍କ୍ରିପ୍ଟ ରାଇଟର କେ.ଭି ବିଜୟେନ୍ଦ୍ର ପ୍ରସାଦ ଏହି ଫିଲ୍ମରେ ନିଜ ପସନ୍ଦର ଅଭିନେତ୍ରୀଙ୍କ ନାଁ ଉଲ୍ଲେଖ କରିଛନ୍ତି । ନିକଟରେ ଖବର ପ୍ରକାଶ ପାଇଥିଲା ଯେ ‘ସୀତା’ ସ୍କ୍ରିପ୍ଟ ଲେଖକ କେ.ଭି ବିଜୟେନ୍ଦ୍ର ପ୍ରସାଦ ଏହି ଚଳଚ୍ଚିତ୍ରରେ ସୀତାଙ୍କ ଭୂମିକା ପାଇଁ କଙ୍ଗନା ରାଣାୱତଙ୍କ ନା ସୁପାରିଶ କରିଛନ୍ତି । କେ.ଭି ପ୍ରସାଦ ନିର୍ଦ୍ଦେଶକ ଏସ୍ ରାଜାମୌଲିଙ୍କ ପିତା । ସେ ବାହୁବଲି ଧାରାବାହିକ, ବଜରଙ୍ଗୀ ଭାଇଜାନ, ମଣିକର୍ଣ୍ଣିକା ଏବଂ ଥାଲାଇଭି ପାଇଁ ସ୍କ୍ରିପ୍ଟ ଲେଖିଛନ୍ତି ।

କେ.ଭି ପ୍ରସାଦ ବର୍ତ୍ତମାନ ସୀତା ଫିଲ୍ମ ସହିତ ପୁଣିଥରେ କିଛିଦନ ପରେ କମବ୍ୟାକ୍ କରୁଛନ୍ତି । ହିନ୍ଦୀ ସହିତ ଏହି ଚଳଚ୍ଚିତ୍ର ତାମିଲ, ତେଲୁଗୁ, ମାଲାୟାଲମ୍ ଏବଂ କନ୍ନଡରେ ମଧ୍ୟ ମୁକ୍ତିଲାଭ କରିବ । ଏହି ଚଳଚ୍ଚିତ୍ରରେ ସୀତାଙ୍କ ଭୂମିକା ପାଇଁ କରୀନା କପୁର ଏବଂ ଆଲିଆ ଭଟ୍ଟଙ୍କ ନାଁକୁ ନେଇ ଆସିଥିବା ଖବରକୁ କେ.ଭି ପ୍ରସାଦ ଖାରଜ କରିଦେଇଛନ୍ତି । ଏକ ସାକ୍ଷାତକାର ସମୟରେ ସେ କହିଛନ୍ତି, “ମୋ ଜ୍ଞାନ ଅନୁଯାୟୀ, ସୀତାଙ୍କ ଭୂମିକା ପାଇଁ କୌଣସି ଅଭିନେତ୍ରୀଙ୍କ ଏନେଇ କୁହାଯଇଛି ବୋଲି ବୋଲି ମୁଁ ଭାବୁ ନାହିଁ ।

ଆମେ ସ୍କ୍ରିପ୍ଟ ଲେଖିବା ଆରମ୍ଭ କରିଛୁ । ଏହା ସରିବା ପରେ ଆମେ ଜଣେ ଅଭିନେତ୍ରୀଙ୍କୁ ଖୋଜିବୁ । ଫିଲ୍ମରେ ରାମଙ୍କୁ ବିବାହ ପୂର୍ବରୁ ସୀତାଙ୍କ ଜୀବନ କଣ ସେଭଳି ଦର୍ଶାଯିବ ।

NewsLaxmi7

About Author

You may also like

ମନୋରଞ୍ଜନ

ଦିଲୱାଲେ ଦୁହ୍ଲନିଆଁକୁ ପୂରିଲା ୨୫ ବର୍ଷ

ନୂଆଦିଲ୍ଲୀ : ଶାହରୁଖ୍ ଖାନ୍ ଓ କାଜଲଙ୍କ ଅଭିନୀତ ଫିଲ୍ମ ଦିଲ୍‌ୱାଲେ ଦୁହ୍ଲନିଆ ଲେ ଜାଏଙ୍ଗେକୁ ଆଜି ପୂରିଛି ୨୫ ବର୍ଷ । ୧୯୯୫ରେ ମୁକ୍ତିଲାଭ କରିଥିବା
ମନୋରଞ୍ଜନ

ରୋମାଟିଂକ୍ ଅନ୍ଦାଜ୍‌ରେ ବିରୁଷ୍କା

ନୂଆଦିଲ୍ଲୀ : ଭାରତୀୟ କ୍ରିକେଟ୍ ଟିମ୍‌ର କ୍ୟାପଟେନ୍ ବିରାଟ କୋହଲି ଆଜିକାଲି ଆଇପିଏଲ୍ ପାଇଁ ଦୁବାଇରେ ରହୁଛନ୍ତି । ସେଠାରେ ତାଙ୍କ ପତ୍ନୀ ତଥା, ବଲିଉଡ ଅଭିନେତ୍ରୀ