ଦେଶ ବିଦେଶ ମନୋରଞ୍ଜନ

ଫିଲ୍ମ ବୟକଟ୍ ପରେ ଅମୀର ଖାନ୍‌ଙ୍କ ବିରୋଧରେ ଥାନାରେ ମାମଲା ରୁଜୁ

ମୁମ୍ବାଇ: ଲୋକପ୍ରିୟ ଅଭିନେତା ଅମୀର ଖାନ୍‌ଙ୍କୁ ହିନ୍ଦୁ ବିଦ୍ୱେଶୀ ଭାବରେ ଆଖ୍ୟାୟିତ କରି ତାଙ୍କ ଫିଲ୍ମ ଲାଲ ସିଂହ ଚଡ୍ଡାକୁ ବୟକଟ କରିବା ପାଇଁ ନାରା ଲଗାଇଛନ୍ତି କିଛି ଗୋଷ୍ଠୀ। ସୋସିଆଓଲ୍ ମିଡିଆରେ ଲାଲ୍ ସିଂହ ଚଡ୍ଡା ବୟକଟ ଟ୍ରେଣ୍ଡ କରୁଛି। ହେଲେ ଏହି ବିରୋଧ ଭିତରେ କିନ୍ତୁ ଭଲ ଆୟ କରୁଛି ଅମୀରଙ୍କ ଫିଲ୍ମ ଲାଲ୍‌ ସିଂହ ଚଡ୍ଡା। କିଛି ଲୋକ ଫିଲ୍ମ ଦେଖି ପ୍ରଶଂସା କରୁଥିବା ବେଳେ କିଛି ନାପନ୍ଦ କରୁଛନ୍ତି।

ତେବେ ଏସବୁ ଭିତରେ ଅମୀର ଖାନଙ୍କ ବିରୋଧରେ ଥାନାରେ ମାମଲା ରୁଜୁ ହୋଇଛି। ଆମୀରଙ୍କ ବିରୋଧରେ ଭାରତୀୟ ସେନାକୁ ଅପମାନ କରିବା ଓ ଯବାନଙ୍କ ଭାବନାକୁ ଆଘାତ ପହଞ୍ଚାଇବା ଅଭିଯୋଗ ଆସିଛି। ତେବେ ଏନେଇ ଅଭିନେତା ଅମୀର ଖାନ୍‌ଙ୍କର ଏପର୍ଯ୍ୟନ୍ତ କୌଣସି ପ୍ରତିକ୍ରିୟା ମିଳିପାରି ନାହିଁ।

ସେପଟେ ଫିଲ୍ମକୁ ଉତ୍ତର ପ୍ରଦେଶ ବ୍ୟାନ କରିବା ପାଇଁ ଆନ୍ଦୋଳନ ଚଳାଇଛି ହିନ୍ଦୁ ସଂଗଠନ ସନାତନ ରକ୍ଷକ ସେନା। ଫିଲ୍ମକୁ ସାରା ଦେଶରେ ବନ୍ୟା କରିବାକୁ ଚାହାନ୍ତି। ଅମୀର ଖାନ ହିନ୍ଦୁମାନଙ୍କ ଭାବନାକୁ ଆଘାତ ପହଞ୍ଚାଇଛନ୍ତି। ତେଣୁ ଆମେ ସମସ୍ତେ ସନାତନ ଲୋକ ତାଙ୍କ ଫିଲ୍ମକୁ ଭାରତରେ ଚଳାଇବାକୁ ଦେବୁ ନାହିଁ ବୋଲି ସଂଗଠନର ସଦସ୍ୟ କହିଛନ୍ତି।

ଲାଲ୍ ସିଂହ ଚଡ୍ଡାର ବକ୍ସ ଅଫିସ କଲେକ୍ସନ-

ଅମୀର ଖାନ୍‌ଙ୍କର ଫିଲ୍ମ ଲାଲ୍ ସିଂହ ଚଡ୍ଡାର ଏତେ ବିରୋଧ ସତ୍ତ୍ୱେ ଫିଲ୍ମ ଭଲ ଆୟ କରୁଛି। ଫିଲ୍ମ ଟି ପ୍ରଥମ ଦିନରେ ୧୧.୫୦ କୋଟି ଟଙ୍କା ଆୟ କରିଛି। ତେବେ ସିନେ ସମାଲୋଚକଙ୍କ ମତରେ ଫିଲ୍ମ ଠାରୁ ଯେତେ ଆୟର ଆଶା କରାଯାଉଥିଲା ଫିଲ୍ମଟି ସେତେ ଆୟ କରି ନାହିଁ।

NewsLaxmi7

About Author

You may also like

ମନୋରଞ୍ଜନ

ଦିଲୱାଲେ ଦୁହ୍ଲନିଆଁକୁ ପୂରିଲା ୨୫ ବର୍ଷ

ନୂଆଦିଲ୍ଲୀ : ଶାହରୁଖ୍ ଖାନ୍ ଓ କାଜଲଙ୍କ ଅଭିନୀତ ଫିଲ୍ମ ଦିଲ୍‌ୱାଲେ ଦୁହ୍ଲନିଆ ଲେ ଜାଏଙ୍ଗେକୁ ଆଜି ପୂରିଛି ୨୫ ବର୍ଷ । ୧୯୯୫ରେ ମୁକ୍ତିଲାଭ କରିଥିବା
ମନୋରଞ୍ଜନ

ରୋମାଟିଂକ୍ ଅନ୍ଦାଜ୍‌ରେ ବିରୁଷ୍କା

ନୂଆଦିଲ୍ଲୀ : ଭାରତୀୟ କ୍ରିକେଟ୍ ଟିମ୍‌ର କ୍ୟାପଟେନ୍ ବିରାଟ କୋହଲି ଆଜିକାଲି ଆଇପିଏଲ୍ ପାଇଁ ଦୁବାଇରେ ରହୁଛନ୍ତି । ସେଠାରେ ତାଙ୍କ ପତ୍ନୀ ତଥା, ବଲିଉଡ ଅଭିନେତ୍ରୀ