ଦେଶ ବିଦେଶ ମନୋରଞ୍ଜନ

ଫିଲ୍ମ ‘ପୁଷ୍ପା’ର ଗୀତ ‘Oo Antava’ ପାଇଁ ସାମନ୍ଥା ନେଇଛନ୍ତି ଏତିକି କୋଟି ଟଙ୍କା, ଜାଣିଲେ ଉଡିଯିବ ହୋସ୍

ନୂଆଦିଲ୍ଲୀ ୧୭।୦୧: ସାଉଥ ସୁପରଷ୍ଟାର ଅଲ୍ଲୁ ଅର୍ଜୁନଙ୍କ ହିଟ୍ ଫିଲ୍ମ ‘ପୁଷ୍ପା’ପିଲ୍ମ ବକ୍ସ ଅଫିସ୍‌ରେ ଧମାଲ୍‌ କରିଛି । ଛୋଟରୁ ବଡ ଯାଏଁ ସମସ୍ତେ ଏହି ଫିଲ୍ମର ଡାଇଲଗକୁକୁ ମୁହଁରେ ରଖିଛନ୍ତି । ତେବେ ଏହି ଫିଲ୍ମର ଗୀତ ଗୁଡିକୁ ମଧ୍ୟ ସେତେ ଚର୍ଚ୍ଚାକୁ ଆସିଛି। ଏହି ଫିଲ୍ମରେ ରହିଥିବା ଗୀତ ‘ଓ ଅନ୍ତାୱା’ ରେ ଅଭିନେତ୍ରୀ ସାମନ୍ଥା ରୁଥ ପ୍ରଭୁଙ୍କ ଜବରଦସ୍ତ ଡ୍ୟାନ୍ସ ଦେଖିବାକୁ ମିଳିଥିଲା । ତାଙ୍କ ଲୁକ୍‌ ଦେଖି ସମସ୍ତଙ୍କର ଉଡି ଯାଇଛି ହୋସ୍‌। ତେବେ ପ୍ରଥମ ଥର ପାଇଁ ଆଇଟମ୍‌ ଡ୍ୟାନ୍ସରେ ସାମନ୍ଥାଙ୍କୁ ଦେଖିବାକୁ ମିଳିଛି । ଏହି ଫିଲ୍ମଟି ବକ୍ସ ଅଫିସରେ ଧମାଲ୍ ମଚାଇଥିବା ବେଳେ ଦର୍ଶକ ଓ କ୍ରିଟିକ୍ସଙ୍କଠାରୁ ଭଲ ରେସପନ୍ସ ମିଳିଛି । ତେବେ ୩ ମିନିଟର ଆଇଟମ୍ ଗୀତ ପାଇଁ ସାମନ୍ଥା କେତେ ଟଙ୍କା ନେଇଛନ୍ତି ତାହା ଆପଣ ଜାଣିଛନ୍ତି କି? ତାହା ଶୁଣିଲେ ଆପଣଙ୍କ ହୋସ ଉଡିଯିବ । ଏକ ରିପୋର୍ଟରୁ ଜଣାପଡ଼ିଛି ଯେ, ସାମନ୍ଥା ଉକ୍ତ ଗୀତରେ ଅଭିନୟ ପାଇଁ ପ୍ରଥମରୁ ଅନିଚ୍ଛୁକ ଥିଲେ, ମାତ୍ର ପରେ ହଁ କରିଥିଲେ ।

କିନ୍ତୁ ସାମନ୍ଥାଙ୍କ ଏହି ୩ ମିନିଟିର ଭିଡିଓ ପାଇଁ ସେ ୫ କୋଟି ଟଙ୍କା ନେଇଛନ୍ତି । ଏହି ଆଇଟମ୍ ଗୀତଟିକୁ କେବଳ ଫ୍ୟାନ୍ସ ନୁହନ୍ତି, ସେଲିବ୍ରେଟିମାନେ ମଧ୍ୟ ବହୁତ ପସନ୍ଦ କରୁଥିବା ଦେଖାଯାଇଛି । ଏହି ଗୀତକୁ ନେଇ ପ୍ରଥମରୁ କିଛି ବିବାଦ ସାମ୍ନାକୁ ଆସିଥିଲା । ଫିଲ୍ମରେ ମୁଖ୍ୟ ଅଭିନେତ୍ରୀ ଭୂମିକାରେ ଅବତୀର୍ଣ୍ଣ ହୋଇଥଲେ ହଟ୍ କୁଇନ୍ ରଶ୍ମିକା ମନ୍ଦାନା । ଗତ ଡିସେମ୍ବର ୧୭ ତାରିଖରେ ଏହି ଫିଲ୍ମଟି ହଲରେ ରିଲିଜ୍ ହୋଇଥିବା ବେଳେ ବର୍ତ୍ତମାନ ସୁଦ୍ଧା ବକ୍ସ ଅଫିସରେ ଏହା ୩୦୦ କୋଟିରୁ ଅଧିକ କମାଇ କରିସାରିଲାଣି ।

NewsLaxmi7

About Author

You may also like

ମନୋରଞ୍ଜନ

ଦିଲୱାଲେ ଦୁହ୍ଲନିଆଁକୁ ପୂରିଲା ୨୫ ବର୍ଷ

ନୂଆଦିଲ୍ଲୀ : ଶାହରୁଖ୍ ଖାନ୍ ଓ କାଜଲଙ୍କ ଅଭିନୀତ ଫିଲ୍ମ ଦିଲ୍‌ୱାଲେ ଦୁହ୍ଲନିଆ ଲେ ଜାଏଙ୍ଗେକୁ ଆଜି ପୂରିଛି ୨୫ ବର୍ଷ । ୧୯୯୫ରେ ମୁକ୍ତିଲାଭ କରିଥିବା
ମନୋରଞ୍ଜନ

ରୋମାଟିଂକ୍ ଅନ୍ଦାଜ୍‌ରେ ବିରୁଷ୍କା

ନୂଆଦିଲ୍ଲୀ : ଭାରତୀୟ କ୍ରିକେଟ୍ ଟିମ୍‌ର କ୍ୟାପଟେନ୍ ବିରାଟ କୋହଲି ଆଜିକାଲି ଆଇପିଏଲ୍ ପାଇଁ ଦୁବାଇରେ ରହୁଛନ୍ତି । ସେଠାରେ ତାଙ୍କ ପତ୍ନୀ ତଥା, ବଲିଉଡ ଅଭିନେତ୍ରୀ