ମୁମ୍ବାଇ ୨୩/୦୩ : ସୋମବାର ଦିନ ନ୍ୟାସନାଲ ଫିଲ୍ମ ଆୱାର୍ଡ ଘୋଷଣା ହୋଇଛି। ଫିଲ୍ମ ‘ଜର୍ସି’କୁ ମଧ୍ୟ ଆୱାର୍ଡ ମିଳିଛି। ଜର୍ସିକୁ ଶ୍ରେଷ୍ଠ ତେଲୁଗୁ ଫିଲ୍ମ ପାଇଁ ନ୍ୟାସନାଲ ଆୱାର୍ଡ ମିଳିଛି। ଏହାସହ ଫିଲ୍ମକୁ ଶ୍ରେଷ୍ଠ ଏଡିଟର ପାଇଁ ମଧ୍ୟ ପୁରସ୍କାର ମିଳିଛି। ପୁରସ୍କାର ପାଇଁ ପୁରା ଟିମ ବହୁତ ଖୁସି ଅଛନ୍ତି। କେବଳ ଫିଲ୍ମର ଟିମ କାହିଁକି ଏହାର ହିନ୍ଦୀ ରିମେକରେ ନଜର ଆସିବାକୁ ଥିବା ଅଭିନେତା ଶାହିଦ କପୁର ମଧ୍ୟ ‘ଜର୍ସି’ର ଏହି ସଫଳତା ପାଇଁ ବହୁତ ଖୁସି ଅଛନ୍ତି।
ଶାହିଦ କପୁର ଜର୍ସି ଟିମକୁ ଶୁଭେଚ୍ଛା ଜଣାଇଛନ୍ତି। ସେ ଏକ ପୋଷ୍ଟ ସେୟାର କରି ଜର୍ସି ଟିମକୁ ଏକ ସ୍ନେହଭରା ମେସେଜ ଲେଖିଛନ୍ତି। ପୋଷ୍ଟରେ ସେ ଲେଖିଛନ୍ତି, ‘ପୁରା ଟିମକୁ ବହୁତ ବହୁତ ଶୁଭେଚ୍ଛା ଏବଂ ଅତ୍ୟଧିକ ଚାପ ପାଇଁ ଧନ୍ୟବାଦ।’ ଫିଲ୍ମର ହିନ୍ଦୀ ରିମେକରେ ଶାହିଦ କପୁର ନଜର ଆସିବେ। ହିନ୍ଦୀରେ ବି ଫିଲ୍ମ ‘ଜର୍ସି’ ନାଁରେ ହିଁ ରିଲିଜ ହେବ।
ଫିଲ୍ମର ସଫଳତା ଶାହିଦ କପୁରଙ୍କ ପାଇଁ ବଡ ଟାର୍ଗେଟ୍। ଫିଲ୍ମରେ ଶାହିଦ କପୁର ଜଣେ କ୍ରିକେଟରଙ୍କ ଚରିତ୍ରରେ ଅଭିନୟ କରୁଛନ୍ତି। ଫିଲ୍ମର ସୁଟିଂ ପୁରା ହୋଇସାରିଛି ଏବଂ ଏବେ ଅଣ୍ଡର୍ ପ୍ରଡକ୍ସନ୍ ଅଛି। ତାଙ୍କ ଅଭିନୀତ ଫିଲ୍ମ ‘କବୀର ସିଂହ’ ମଧ୍ୟ ତେଲୁଗୁ ଫିଲ୍ମ ‘ଅର୍ଜୁନ ରେଡ୍ଡୀ’ର ହିନ୍ଦୀ ରିମେକ୍। କବୀର ସିଂହ ବକ୍ସ ଅଫିସରେ ଧମାଲ ମଚେଇ ଦେଇଥିଲା।

