ନୂଆଦିଲ୍ଲୀ ୦୨/୦୪: ‘କେଜିଏଫ୍’ ସୁପରଷ୍ଟାର୍ ୟଶଙ୍କ ଅଭିନୟ ଏବଂ ଷ୍ଟାଇଲରେ ଲକ୍ଷ ଲକ୍ଷ ଫ୍ୟାନ୍ସ ପାଗଳ । ଏହା ବ୍ୟତୀତ ୟଶ ତାଙ୍କର ଉଦାରତା ପାଇଁ ମଧ୍ୟ ଜଣାଶୁଣା । ୟଶ ତାଙ୍କ ଫ୍ୟାନ୍ସମାନଙ୍କ ବିଶେଷ ଯତ୍ନ ନିଅନ୍ତି, କେବଳ ଫ୍ୟାନ୍ସମାନଙ୍କର ନୁହେଁ ଫିଲ୍ମ ଇଣ୍ଡଷ୍ଟ୍ରିର ଅନ୍ୟ ଲୋକମାନଙ୍କୁ ମଧ୍ୟ ବହୁତ ସମ୍ମାନ କରନ୍ତି । ବର୍ତ୍ତମାନ କନ୍ନଡ ଫିଲ୍ମ ଇଣ୍ଡଷ୍ଟ୍ରିର ଶ୍ରମିକମାନଙ୍କୁ ସାହାଯ୍ୟ କରିବା ପାଇଁ ୟଶ ଏକ ବଡ ନିଷ୍ପତ୍ତି ନେଇଛନ୍ତି।
କରୋନା ମହାମାରୀ ଯୋଗୁଁ ଫିଲ୍ମ ଇଣ୍ଡଷ୍ଟ୍ରିରେ କାର୍ଯ୍ୟ ବନ୍ଦ ହୋଇଯାଇଛି, ଏପରି ପରିସ୍ଥିତିରେ ସେଠାରେ କାର୍ଯ୍ୟ କରୁଥିବା ଦୈନିକ ଶ୍ରମିକମାନେ ଆର୍ଥିକ ସଙ୍କଟ ଦେଇ ଗତି କରୁଛନ୍ତି। ଏହାକୁ ଦୃଷ୍ଟିରେ ରଖି ସୁପରଷ୍ଟାର ୟଶ କନ୍ନଡ ଫିଲ୍ମ ଇଣ୍ଡଷ୍ଟ୍ରିର ୩୦୦୦ ହଜାରରୁ ଅଧିକ ଶ୍ରମିକଙ୍କୁ ସାହାଯ୍ୟର ହାତ ବଢାଇଛନ୍ତି। ସେ ବିବୃତ୍ତି ଜାରି କରି ସହାୟତା କିପରି ପହଞ୍ଚିବ ସେ ସମ୍ପର୍କରେ କହିଛନ୍ତି।
ୟଶ ନିଜ ଟ୍ୱିଟରରେ ପୋଷ୍ଟ ସେୟାର କରି ଲେଖିଛନ୍ତି, ‘କୋଭିଡ -୧୯ ଏପରି ଏକ ଅଦୃଶ୍ୟ ଶତ୍ରୁ ଯାହା ଦେଶର ଅନେକ ଲୋକଙ୍କ ଜୀବିକା ଛଡ଼ାଇ ନେଇଛି। ମୋର କନ୍ନଡ ଫିଲ୍ମ ଇଣ୍ଡଷ୍ଟ୍ରୀ କୋଭିଡ ସମୟରେ କଠିନ ସମୟ ଦେଇ ଗତି କରୁଛି । ଏହି ସମୟରେ, ମୁଁ ନିଷ୍ପତ୍ତି ନେଇଛି ଯେ ଆମ ଫିଲ୍ମ ଇଣ୍ଡଷ୍ଟ୍ରୀର ୨୧ ଟି ବିଭାଗର ୩୦୦୦ ହଜାରରୁ ଅଧିକ କର୍ମଚାରୀଙ୍କୁ ମୁଁ ମୋର ରୋଜଗାରରୁ ପାଞ୍ଚ ହଜାର ଟଙ୍କା ଲେଖାଁଏ ସେମାନଙ୍କ ଆକାଉଣ୍ଟରେ ସିଧାସଳଖ ପଠାଇବି। ମୁଁ ଜାଣେ ଏହି କଷ୍ଟ ସମୟରେ ଆପଣମାନେ ଯେଉଁ କ୍ଷତି ସହିଛନ୍ତି, ତାହା ପୂରଣ କରିବାରେ ସକ୍ଷମ ହେବ ନାହିଁ କିନ୍ତୁ ଏହା ଏକ ଆଶାର କିରଣ, ଆଶା କରେ ଆମେ ଶୀଘ୍ର ଭଲ ସମୟ ଦେଖିବାରେ ସମର୍ଥ ହେବା ।‘
ୱାର୍କ ଫ୍ରଣ୍ଟରେ ୟଶ ଖୁବ୍ ଶୀଘ୍ର ଫିଲ୍ମ ‘କେଜିଏଫ୍ ଚ୍ୟାପ୍ଟର ୨’ରେ ନଜର ଆସିବେ। ତାଙ୍କର ଫ୍ୟାନ୍ସମାନେ ଉତ୍ସାହର ସହିତ ଏହି ଫିଲ୍ମକୁ ଅପେକ୍ଷା କରିଛନ୍ତି । ଫିଲ୍ମର ନିର୍ଦ୍ଦେଶକ ପ୍ରଶାନ୍ତ ନୀଲ ଜୁଲାଇ ୧୬ ରେ ସିନେମା ହଲରେ ରିଲିଜ୍ ହେବ ବୋଲି କହିଛନ୍ତି । କେଜିଏଫ୍ ଚ୍ୟାପ୍ଟର୍ ୨ ରେ ସଞ୍ଜୟ ଦତ୍ତ ମୁଖ୍ୟ ଭିଲେନ୍ ଭୂମିକାରେ ଅଛନ୍ତି। ଏହି ଫିଲ୍ମ ତେଲୁଗୁ, ତାମିଲ, ମାଲାୟାଲମ୍ ଏବଂ ହିନ୍ଦୀ ଭାଷାରେ ରିଲିଜ୍ ହେବ।