ମନୋରଞ୍ଜନ

ଫିଲ୍ମ ‘ଆନ୍ନିୟନ୍’ରେ କିଆରାଙ୍କ ଏଣ୍ଟ୍ରୀ, ଏହି ସୁପରଷ୍ଟାରଙ୍କ ସହ କରିବେ ରୋମାନ୍ସ

ନୂଆଦିଲ୍ଲୀ ୧୬/୦୬: ଅଭିନେତ୍ରୀ କିଆରା ଆଡଭାନୀଙ୍କ ପାଇଁ ଲକ୍ଷ ଲକ୍ଷ ଫ୍ୟାନ୍ସ ପାଗଳ । ଫିଲ୍ମ ‘କବୀର ସିଂ’ରେ ଅଭିନୟ କରି କିଆରା ସମସ୍ତଙ୍କ ହୃଦୟ ଜିତିଥିଲେ। ସୂଚନାନୁସାରେ, ସାଉଥ୍ ହିଟ୍ ଫିଲ୍ମ ଆନ୍ନିୟନର ରିମେକ୍ ପାଇଁ କିଆରାଙ୍କୁ ସାଇନ୍ କରାଯାଇଛି। ଯେଉଁ ଅଭିନେତାଙ୍କ ସହ କିଆରା ଆଡଭାନୀ ଏହି ଫିଲ୍ମରେ ରୋମାନ୍ସ କରିବାକୁ ଯାଉଛନ୍ତି, ଅଭିନେତ୍ରୀ ଦୀପିକା ପାଦୁକୋନ ତାଙ୍କ ପ୍ରତି ଈର୍ଷା କରିବା ଆରମ୍ଭ କରିଛନ୍ତି। ବାସ୍ତବରେ ଏହି ଫିଲ୍ମରେ କିଆରାଙ୍କ ଅପୋଜିଟ୍ ‘ଗଲି ବଏ’ ରଣବୀର ସିଂ ଅଛନ୍ତି ।

ନିର୍ଦ୍ଦେଶକ ଶଙ୍କର ଏହି ଫିଲ୍ମ ପାଇଁ ରଣବୀରଙ୍କୁ ଫାଇନାଲ କରିଛନ୍ତି। ଯାହାର ସୂଚନା ଅଭିନେତା ନିଜେ ଇନଷ୍ଟାଗ୍ରାମ୍ ଆକାଉଣ୍ଟରେ ଦେଇଛନ୍ତି। ବର୍ତ୍ତମାନ ଏହି ଫିଲ୍ମ ବିଷୟରେ ଏକ ସୂଚନା ଆସୁଛି । ରଣବୀର ସିଂଙ୍କ ସହ କିଆରା ଆଡଭାନୀ ମଧ୍ୟ ଏହି ସିନେମାରେ ନଜର ଆସିବେ। ଫିଲ୍ମରେ ରଣବୀର ସିଂଙ୍କ ବିପରୀତ ଭୂମିକା ପାଇଁ କିଆରା ଆଡଭାନୀଙ୍କ ନାମ ଶୀର୍ଷରେ ରହିଛି।

ତେବେ ଏହା ଆନୁଷ୍ଠାନିକ ଭାବେ ନିଶ୍ଚିତ ହୋଇନାହିଁ ଯେ ‘କବୀର ସିଂ’ର ପ୍ରୀତି ଅର୍ଥାତ୍ କିଆରା ଆଡଭାନୀ ଫିଲ୍ମରେ ରଣବୀରଙ୍କ ବିପକ୍ଷରେ ନଜର ଆସିବେ। ଯଦି ରିପୋର୍ଟକୁ ବିଶୱାସ କରାଯାଏ, ତେବେ କିଆରା ଫିଲ୍ମରେ ନନ୍ଦିନୀଙ୍କ ଭୂମିକାରେ ଅଭିନୟ କରିବେ ଯାହାକୁ ଓରିଜିନାଲ୍ ଫିଲ୍ମରେ ଅଭିନେତ୍ରୀ ସୁଧା ଅଭିନୟ କରିଥିଲେ । ଯଦି କିଆରା ଏହି ଫିଲ୍ମ ପାଆନ୍ତି, ତେବେ ଏହା ତାଙ୍କ କ୍ୟାରିୟରର ସର୍ବୋତ୍ତମ ଫିଲ୍ମ ହେବାକୁ ଯାଉଛି ।

୨୦୦୫ ରେ ଆସିଥିବା ‘ଆନ୍ନିୟନ’କୁ ପ୍ରଶଂସକମାନେ ଖୁବ୍ ପସନ୍ଦ କରିଥିଲେ । ​​ଏହାର ହିନ୍ଦୀ ଡବଡ୍ ‘ଅପରିଚିତ୍’ ମଧ୍ୟ ବେଶ୍ ପ୍ରସିଦ୍ଧ । ବିକ୍ରମ ‘ଆନିୟାନ’ରେ ଓକିଲ ଭୂମିକାରେ ଫ୍ୟାନ୍ସମାନେ ପୁଣି ପାଗଳ ହୋଇପାରନ୍ତି ।

NewsLaxmi7

About Author

You may also like

ମନୋରଞ୍ଜନ

ଦିଲୱାଲେ ଦୁହ୍ଲନିଆଁକୁ ପୂରିଲା ୨୫ ବର୍ଷ

ନୂଆଦିଲ୍ଲୀ : ଶାହରୁଖ୍ ଖାନ୍ ଓ କାଜଲଙ୍କ ଅଭିନୀତ ଫିଲ୍ମ ଦିଲ୍‌ୱାଲେ ଦୁହ୍ଲନିଆ ଲେ ଜାଏଙ୍ଗେକୁ ଆଜି ପୂରିଛି ୨୫ ବର୍ଷ । ୧୯୯୫ରେ ମୁକ୍ତିଲାଭ କରିଥିବା
ମନୋରଞ୍ଜନ

ରୋମାଟିଂକ୍ ଅନ୍ଦାଜ୍‌ରେ ବିରୁଷ୍କା

ନୂଆଦିଲ୍ଲୀ : ଭାରତୀୟ କ୍ରିକେଟ୍ ଟିମ୍‌ର କ୍ୟାପଟେନ୍ ବିରାଟ କୋହଲି ଆଜିକାଲି ଆଇପିଏଲ୍ ପାଇଁ ଦୁବାଇରେ ରହୁଛନ୍ତି । ସେଠାରେ ତାଙ୍କ ପତ୍ନୀ ତଥା, ବଲିଉଡ ଅଭିନେତ୍ରୀ