ଦେଶ ବିଦେଶ ମନୋରଞ୍ଜନ

‘ଫିଫେମ୍‌’ର ବିଚାରକ ଓଡ଼ିଆ ପୁଅ ଜିତେନ୍ଦ୍ର

ଟିଟିଲାଗଡ଼ରେ ଜନ୍ମିତ ଓଡ଼ିଆ ପୁଅ ଜିତେନ୍ଦ୍ର ମିଶ୍ର କାନାଡ଼ାର ଚଳଚ୍ଚିତ୍ର ଉତ୍ସବ ‘ମୋନଟ୍ରିଲ୍ ଇଣ୍ଟରନ୍ୟାସନାଲ୍ ଚିଲଡ୍ରେନ୍‌ସ୍ ଫିଲ୍ମ ଫେଷ୍ଟିଭାଲ୍-ଫିଫେମ୍’ର ବିଚାରକ ଭାବେ ଚଳିତ ବର୍ଷ ଚୟନ ହୋଇଛନ୍ତି। ୨୪ ବର୍ଷରେ ପଦାର୍ପଣ କରିଥିବା ଏହି ଚଳଚ୍ଚିତ୍ର ଉତ୍ସବ ଏଥର କାନା଼ଡାର କ୍ୟୁବେକ୍ ପ୍ରୋଭିନ୍ସରେ ଅନୁଷ୍ଠିତ ହେବ। କରୋନା ପାଇଁ ଏହାକୁ ନୂଆ କରି ଅନ୍‌ଲାଇନ୍ ପ୍ଲାଟ୍‌ଫର୍ମରେ ଆୟୋଜନ କରାଯାଇଛି। ଆସନ୍ତାକାଲିଠାରୁ ଆରମ୍ଭ ହୋଇ ‘ଫିଫେମ୍’ ୭ ମାର୍ଚ୍ଚ ପର୍ଯ୍ୟନ୍ତ ଚାଲିବ। ୬ ଜଣିଆ ବିଚାରକମଣ୍ଡଳୀରେ ସ୍ଥାନ ପାଇଥିବା ଚଳଚ୍ଚିତ୍ର ନିର୍ମାତା ଜିତେନ୍ଦ୍ର ଉଭୟ ‘ମୋନଟ୍ରିଲ୍ ଗ୍ରାଣ୍ଡ ପ୍ରିକ୍ସ’ ଓ ୟୁରୋପିଆନ୍ ଚିଲଡ୍ରେନ୍ସ ଫିଲ୍ମ ଆସୋସିଏସନ୍’ ପୁରସ୍କାର ପାଇଁ ଏହି ଚଳଚ୍ଚିତ୍ର ଉତ୍ସବରୁ ଶ୍ରେଷ୍ଠ ଚଳଚ୍ଚିତ୍ର ଚୟନ କରିବେ। ଅନ୍ତର୍ଜାତୀୟ ସ୍ତରରେ ଚଳଚ୍ଚିତ୍ର ପ୍ରଯୋଜନାରେ ଏକ ମାଇଲଖୁଣ୍ଟ ସ୍ଥାପନ କରିଥିବା ଜିତେନ୍ଦ୍ର ଭିନ୍ନଭିନ୍ନ ବର୍ଗରେ ୧୧୦ରୁ ଅଧିକ ଚଳଚ୍ଚିତ୍ର ନିର୍ମାଣ କରିସାରିଛନ୍ତି।

NewsLaxmi7

About Author

You may also like

ମନୋରଞ୍ଜନ

ଦିଲୱାଲେ ଦୁହ୍ଲନିଆଁକୁ ପୂରିଲା ୨୫ ବର୍ଷ

ନୂଆଦିଲ୍ଲୀ : ଶାହରୁଖ୍ ଖାନ୍ ଓ କାଜଲଙ୍କ ଅଭିନୀତ ଫିଲ୍ମ ଦିଲ୍‌ୱାଲେ ଦୁହ୍ଲନିଆ ଲେ ଜାଏଙ୍ଗେକୁ ଆଜି ପୂରିଛି ୨୫ ବର୍ଷ । ୧୯୯୫ରେ ମୁକ୍ତିଲାଭ କରିଥିବା
ମନୋରଞ୍ଜନ

ରୋମାଟିଂକ୍ ଅନ୍ଦାଜ୍‌ରେ ବିରୁଷ୍କା

ନୂଆଦିଲ୍ଲୀ : ଭାରତୀୟ କ୍ରିକେଟ୍ ଟିମ୍‌ର କ୍ୟାପଟେନ୍ ବିରାଟ କୋହଲି ଆଜିକାଲି ଆଇପିଏଲ୍ ପାଇଁ ଦୁବାଇରେ ରହୁଛନ୍ତି । ସେଠାରେ ତାଙ୍କ ପତ୍ନୀ ତଥା, ବଲିଉଡ ଅଭିନେତ୍ରୀ