ଲାଇଫ୍ ଷ୍ଟାଇଲ

ଫିଟିକିରୀର ଚମତ୍କାର ଉପାୟ: ବଦଳାଇଦେବ ଆପଣଙ୍କ ଭାଗ୍ୟ, ଦୂର ହେବ ସମସ୍ୟା

ଭୁବନେଶ୍ୱର ୧୨/୧୦ : ଫିଟିକିରୀ ସାଧାରଣତଃ ସମସ୍ତଂକ ଘରେ ଉପଲବ୍ଧ। ଫିଟିକିରୀର ଔଷଧୀୟ ଗୁଣ ସମ୍ବନ୍ଧରେ ପ୍ରାୟତଃ ସମସ୍ତଙ୍କୁ ଜଣା। କିନ୍ତୁ ପ୍ରଚଳିତ ବିଶ୍ୱାସ ଅନୁଯାୟୀ ଫିଟିକିରୀର କିଛି ଉପାୟ ଅତ୍ୟନ୍ତ ପ୍ରଭାବଶାଳୀ। ଏହି ସବୁ ଉପାୟ ଅବଲମ୍ବନ କଲେ ଜୀବନର ଅନେକ ସମସ୍ୟା ସମାଧାନ ହୋଇପାରେ ବୋଲି ବିଶ୍ୱାସ ରହିଛି। ଏମିତି କିଛି ଉପାୟ ବିଷୟରେ ଜାଣନ୍ତୁ :
୧. ପ୍ରଚଳିତ ବିଶ୍ୱାସ ଅନୁଯାୟୀ ଲୁଣ ଓ ଫିଟିକିରୀରେ ନକାରାତ୍ମକ ଶକ୍ତିକୁ ଟାଣି ନିଜ ଭିତରେ ରଖିବାର ଗୁଣ ଅଛି

୨. ନିଜ ଘରର ଗାଧୁଆଘରର ଏକ ସ୍ଥାନରେ ଏକ ଗିନାରେ କିମ୍ବା ପାତ୍ରରେ ଲୁଣ କିମ୍ବା ଫିଟିକିରୀ ଭରି ରଖନ୍ତୁ ଓ ପ୍ରତି ମାସରେ ଏହାକୁ ବଦଳାଇ ଦିଅନ୍ତୁ। ଏହିଭଳି ଉପାୟ କଲେ ଘରକୁ ଆସୁଥିବା ନକାରାତ୍ମକ ଶକ୍ତି ନଷ୍ଟ ହୋଇଥାଏ।
୩. ଯଦି ଆପଣଙ୍କ ଘରେ କଳହ କିମ୍ବା ଝଗଡା ଲାଗି ରହୁଥାଏ ତାହେଲେ ରାତିରେ ଖଟ ତଳେ ପାଣି ଗ୍ଲାସରେ କିଛି ଫିଟିକିରୀ ଟୁକୁଡା ପକାଇ ଦିଅନ୍ତୁ। ସକାଳେ ଏହି ପାଣିକୁ ଅଶ୍ୱଥ ଗଛ ମୂଳରେ ଢାଳି ଦିଅନ୍ତୁ। ଏହି ଉପାୟ ଦ୍ୱାରା ଘରୁ କଳହ ଦୂର ହୋଇଥାଏ ବୋଲି ବିଶ୍ୱାସ ରହିଛି।

୪. ଯଦି ଆପଣ ଋଣ ବୋଝରେ ରହିଛନ୍ତି ତାହେଲେ ଏହି ଉପାୟ କରିପାରିବେ। ଗୋଟିଏ ପାନ ପତ୍ରରେ ଟିକିଏ ଫିଟିକିରୀ ଓ ସିନ୍ଦୁର ବାନ୍ଧି ବୁଧବାର ସକାଳେ କିମ୍ବା ସନ୍ଧ୍ୟାରେ ଅଶ୍ୱଥ ଗଛ ମୂଳରେ ଏକ ବଡ ପଥର ତଳେ ଚାପି ଦିଅନ୍ତୁ। ଲଗାତାର ୩ଟି ବୁଧବାର ଏହି ଉପାୟ କରନ୍ତୁ। ଋଣ ସୁଝିବାରେ ସହଜ ହେବ।

୫. ଘରର ବାସ୍ତୁଦୋଷ ଦୂର କରିବାରେ ମଧ୍ୟ ଫିଟିକିରୀ ଉପଯୋଗୀ ବୋଲି ବିଶ୍ୱାସ କରାଯାଏ। ୫୦ ଗ୍ରାମ ଫିଟିକିରୀ ଘରର ପ୍ରତ୍ୟେକ କୋଠରୀରେ ତଥା କାର୍ଯ୍ୟାଳୟର କୌଣସି ଏକ କୋଣରେ ରଖି ଦିଅନ୍ତୁ। ଏହି ଉପାୟ ଦ୍ୱାରା ଘରର ବାସ୍ତୁଦୋଷ କିଛି ମାତ୍ରାରେ ହ୍ରାସ ପାଇଥାଏ।

NewsLaxmi7

About Author

You may also like

ଲାଇଫ୍ ଷ୍ଟାଇଲ

ଭାତ ଖାଇ ଓଜନ ହ୍ରାସ କରନ୍ତୁ

ଆଜିକାଲି ଓଜନ ବଢିବା ଏକ ମୁଖ୍ୟ ସମସ୍ୟା ଭାବେ ଦେଖାଯାଉଛି । କେବଳ ବୟସ୍କ ବ୍ୟକ୍ତି ନୁହଁନ୍ତି ଅନେକ୍ କମ୍ ବୟସର ପିଲାଙ୍କ କ୍ଷେତ୍ରରେ ମଧ୍ୟ ଏହି
ରାଜନୀତି ଲାଇଫ୍ ଷ୍ଟାଇଲ

ଭାରତରେ ୧୩.୮ କୋଟି ଲୋକଙ୍କର ସମୀପ ଦୃଷ୍ଟି ସମସ୍ୟା

ନୂଆଦିଲ୍ଲୀ: ଭାରତରେ ସାଧାରଣତଃ ଲୋକଙ୍କର ହାରାହାରି ଆୟୁ ବଢ଼ିବା ସହ ମଧୁମେହ ପୀଡ଼ିତଙ୍କ ସଂଖ୍ୟାରେ ଅସମ୍ଭବ ବୃଦ୍ଧି ଯୋଗୁଁ ତଦନୁସାରେ ଦୃଷ୍ଟିଶକ୍ତି ସମସ୍ୟା ମଧ୍ୟ ବଢ଼ିଚାଲିଛି। ଦୀର୍ଘ