ଅପରାଧ ରାଜ୍ୟ

ଫାଷ୍ଟଫୁଡ୍ ଦୋକାନରୁ ମାଲିକଙ୍କ ମୃତଦେହ ଉଦ୍ଧାର, ତଦନ୍ତ ଆରମ୍ଭ କଲା ପୋଲିସ୍‌

ମାହାଙ୍ଗା,୦୬।୧୦ : ଫାଷ୍ଟ ଫୁଡ୍‌ ଦୋକାନରୁ ମାଲିକଙ୍କ ମୃତଦେହ ଉଦ୍ଧାର । ମାହାଙ୍ଗା ଥାନା ଛତ୍ରତୋଟା ବଜାରରେ ଥିବା ବାପିନା ଫାଷ୍ଟ ଫୁଡ୍ ଦୋକାନର ମାଲିକ ପ୍ରଶାନ୍ତ ବେହେରାଙ୍କ ମୃତଦେହ ଦୋକାନ ଭିତରୁ ଉଦ୍ଧାର ହୋଇଛି । ପ୍ରତିଦିନ ଭଳି ପ୍ରଶାନ୍ତ ଫାଷ୍ଟଫୁଡ୍ ଦୋକାନ ବନ୍ଦ କରି ଦୋକାନ ଭିତରେ ଶୋଇବାକୁ ଯାଇଥିଲେ । ସକାଳୁ ଘରକୁ ଫେରିବାକୁ ବିଳମ୍ବ ହେବାରୁ ବାପା କୁଳମଣି ବେହେରା ଦୋକାନକୁ ଆସି କବାଟ ବାଡ଼େବା ପରେ କେହି ଖୋଲି ନଥିଲେ । ଫଳରେ ବଜାରରେ ଥିବା କିଛି ଲୋକ ଓ ପ୍ରଶାନ୍ତଙ୍କ ବାପା ଦୋକାନ ପଛ ପଟ କବାଟ ଭାଙ୍ଗିଥିଲେ । ପ୍ରଶାନ୍ତ ମୃତ ଅବସ୍ଥାରେ ପଡ଼ିଥିବା ସମସ୍ତେ ଦେଖିବାକୁ ପାଇଥିଲେ । ତେବେ ମୃତ୍ୟୁର କାରଣ ଅସ୍ପଷ୍ଟ ଥିବା ବେଳେ ଘଟଣା ସ୍ଥଳରେ ମାହାଙ୍ଗା ପୋଲିସ ପହଞ୍ଚି ତଦନ୍ତ ଜାରିରଖିଛି।

NewsLaxmi7

About Author

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।