ବନ୍ଧୁ ଆପଣଙ୍କୁ ଆମ ନ୍ୟୁଜ ପୋର୍ଟାଲକୁ ସ୍ଵାଗତ ଆପଣଙ୍କ ପାଇଁ ଆମେ ସବୁବେଳେ କିଛି କିଛି ଖାସ ଖବର ନେଇ ଆସିବୁ ତେବେ ଚାଲନ୍ତୁ ଆଲୋଚନା କରିବା ଆଜି ର ବିଷୟ ବସ୍ତୁ ଉପରେ.
ଖୁଣ୍ଟୁଣୀ : ଦୁଇ ଲକ୍ଷ ଟଙ୍କା ପାଇଁ ଜଣେ ଫାର୍ମ କର୍ମଚାରୀଙ୍କୁ ଅପହରଣ। କଟକ ଜିଲ୍ଲା ଗୁରୁଡ଼ିଝାଟିଆ ଥାନା ଅଞ୍ଚଳରେ ଏହିଭଳି ଏକ ଘଟଣା ଘଟିଛି। ପୁଲିସ ଚଢ଼ାଉ କରି ବଣିଆବନ୍ଧ ସଂରକ୍ଷିତ ଜଙ୍ଗଲରୁ ତାଙ୍କୁ ଉଦ୍ଧାର କରିଛି। ତେବେ ଅପହରଣକାରୀମାନେ ଜଙ୍ଗଲରେ ପୁଲିସର ଉପସ୍ଥିତି ଜାଣିପାରି ଫେରାର ହୋଇଯାଇଛନ୍ତି।
ପୁଲିସର ସୂଚନା ମୁତାବକ, ଗୋବରା ଗ୍ରାମର ସନ୍ତୋଷ ଖୁଣ୍ଟିଆ ସ୍ଥାନୀୟ ଓରିଙ୍ଗାବାଡ଼ି ଜନଜାତି ବସ୍ତି ନିକଟରେ ଥିବା ଏକ ଫାର୍ମ ହାଉସରେ କାମ କରନ୍ତି। କିଛିଦିନ ହେବ ଓରିଙ୍ଗାବାଡ଼ି ଜନଜାତି ବସ୍ତିର ଜଣେ ଅସାମାଜିକ ଯୁବକ ସନ୍ତୋଷଙ୍କୁ ଦେଢ଼ଲକ୍ଷ ଟଙ୍କା ମାଗି ଆସୁଥିଲା। ଆଜି ସକାଳ ପ୍ରାୟ ୭ଟାରେ ସନ୍ତୋଷ ସାଇକଲ ଯୋଗେ ଘରୁ ଫାର୍ମକୁ ଯାଉଥିଲା ବେଳେ ଉକ୍ତ ଯୁବକ ୪ଜଣ ସହଯୋଗୀଙ୍କ ସହ ଆସି ତାଙ୍କୁ ଅଟକାଇ ଥିଲା। ଏହାପରେ ଦୁର୍ବୃତ୍ତମାନେ ସନ୍ତୋଷଙ୍କୁ ଛୁରୀ ଦେଖାଇ ରାସ୍ତାରୁ ଅପହରଣ କରି ବଣିଆବନ୍ଧ ସଂରକ୍ଷିତ ଜଙ୍ଗଲକୁ ନେଇଯାଇଥିଲେ। ଦୁଇ ଲକ୍ଷ ଟଙ୍କା ନ ଦେଲେ ତାଙ୍କୁ ଛାଡ଼ିବେ ନାହିଁ ବୋଲି ଅପହରଣକାରୀମାନେ ସନ୍ତୋଷଙ୍କ ମୋବାଇଲ୍ରେ ଫାର୍ମ ମାଲିକଙ୍କ ନିକଟକୁ ଫୋନ୍ କରିଥିଲେ।
ଏ ସମ୍ପର୍କରେ ଗୁରୁଡ଼ିଝାଟିଆ ଥାନା ଆଇଆଇସି ରଞ୍ଜନ କୁମାର ପ୍ରଧାନ ଖବର ପାଇବା ପରେ ପୁଲିସ୍ ଟିମ୍ ସହ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଥିଲେ। ଏଥିସହ ମୋବାଇଲ୍ ଟ୍ରାକିଂ କରି ଓରିଙ୍ଗାବାଡ଼ିରୁ ୪ କିମି ଦୂର ଘଞ୍ଚ ଜଙ୍ଗଲରେ ପୁଲିସ କର୍ମଚାରୀମାନେ ଚଢ଼ଉ କରି ସନ୍ତୋଷଙ୍କୁ ଠାବ କରିଥିଲେ। ଦୁଇ ହାତ ବନ୍ଧା ଅବସ୍ଥାରେ ସନ୍ତୋଷଙ୍କୁ ପୁଲିସ ଉଦ୍ଧାର କରିବା ସହ ଅପହରଣକାରୀମାନେ ବ୍ୟବହାର କରିଥିବା ଛୁରୀ ଜବତ କରିଛି। ଏ ସଂକ୍ରାନ୍ତରେ ଅପହୃତ ସନ୍ତୋଷଙ୍କ ଭାଇ ସୁରେଶ ଖୁଣ୍ଟିଆ ଗୁରୁଡ଼ିଝାଟିଆ ଥାନାରେ ଲିଖିତ ଅଭିଯୋଗ କରିବା ପରେ ଏକ ମାମଲା (କେସ ନଂ-୧୮୯/୨୨) ରୁଜୁ କରି ତଦନ୍ତ କରାଯାଉଛି ବୋଲି ଆଇଆଇସି ଶ୍ରୀ ପ୍ରଧାନ ସୂଚନା ଦେଇଛନ୍ତି।
ଆପଣଙ୍କୁ ଆମେ ଏମିତି ସ୍ଵାସ୍ଥ୍ୟ ,ବାସ୍ତୁ,ସ୍ପେଶାଲଖବର,ଭାଈରଲ ଖବର, ଓଲିଉଡ,ବଲିଉଡ,ଦୈନନ୍ଦିନ ରାଶିଫଳ, ସାପ୍ତାହିକ,ମାସିକ,ରାଶିଫଳ ସମ୍ଵନ୍ଧୀୟ ଖବର ଆପଣଙ୍କ ପାଇଁ ନେଇ ଆସିବୁ l ଆମ ସହ ଯୋଡ଼ି ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।ଆମ ତଥ୍ୟ ଭଲ ଲାଗିଲେ ସେୟାର କରନ୍ତୁ ସାଙ୍ଗ ମାନଙ୍କ ସହ ଏବଂ ମତାମତ ଦେବାକୁ ଅନୁରୋଧ,ଜଗନ୍ନାଥଙ୍କ ପାଖରେ ଏତିକି ପାର୍ଥନା ଆପଣଙ୍କୁ ଭଲରେ ରଖନ୍ତୁ ଜୟ ଜଗନ୍ନାଥ ଖବରକୁ ପୁରା ପଢିଥିବାରୁ ଧନ୍ୟବାଦ ଭଲ ଲାଗିଲେ ନିଶ୍ଚୟ ତଳେ ଲାଇକ କରିବେ l