ଦେଶ ବିଦେଶ ମନୋରଞ୍ଜନ

ଫାତିମା ସାନା ଶେଖଙ୍କ ଘରେ ଲାଗିଲା ନିଆଁ : ସୋସିଆଲ୍ ମିଡିଆରେ ଫଟୋ ଭାଇରାଲ୍

ମୁମ୍ବାଇ ୪/୧୨: ଦଙ୍ଗଲ୍ ଫେମ୍ ଅଭିନେତ୍ରୀ ଫାତିମା ସାନା ଶେଖ ସୋସିଆଲ୍ ମିଡିଆ ମାଧ୍ୟମରେ ସୂଚନା ଦେଇଛନ୍ତି ଯେ ମୁମ୍ବାଇରେ ତାଙ୍କ ଘରେ ନିଆଁ ଲାଗି ଯାଇଥିଲା। ସେ କହିଛନ୍ତି ଯେ ନିଆଁ ଅଧିକ ବ୍ୟାପିନଥିଲା। ଫାତିମା ଗୁରୁବାର ରାତିରେ ଇନଷ୍ଟାଗ୍ରାମରେ ଷ୍ଟୋରି ପୋଷ୍ଟ୍ କରି ଏବିଷୟରେ ସୂଚନା ଦେଇଛନ୍ତି।

ସେ ନିଜ ଇନଷ୍ଟାଗ୍ରାମ୍ ଷ୍ଟୋରିରେ ଲେଖିଛନ୍ତି,‘ ଏବେ ତାଙ୍କ ଘରେ ନିଆଁ ଲାଗି ଯାଇଥିଲା। ସେ ଡରି ଯାଇ ତୁରନ୍ତ ଅଗ୍ନିଶମ କାର୍ଯ୍ୟାଳୟକୁ ଫୋନ୍ କରିଥିଲେ ଏବଂ କିଛି ସମୟ ମଧ୍ୟରେ ସେମାନେ ତାଙ୍କ ଘରକୁ ଆସି ଯାଇଥିଲେ ଏବଂ ସ୍ଥିତି ସମ୍ଭାଳି ନେଇଥିଲେ। ଥ୍ୟାଙ୍କ ୟୁ ସୋ ମଚ୍ ମୁମ୍ବାଇ ଫାୟାର ବ୍ରିଗେଡ।

ଫାତିମା ନିଜ ଇନଷ୍ଟାଗ୍ରାମ୍ ଷ୍ଟୋରି​‌ରେ ଫାୟାର ବ୍ରିଗେଡଙ୍କ ଗାଡ଼ିର ଫଟୋ ଦେଇ ମୁମ୍ବାଇ ଫାୟାର ବ୍ରିଗେଡକୁ ଟ୍ୟାଗ୍ କରି ତାଙ୍କୁ ଧନ୍ୟବାଦ ଦେଇଥିଲେ।


ନିକଟରେ ଫାତିମାଙ୍କ ଫିଲ୍ମ ଲୁଡୋ ନେଟଫ୍ଲିକ୍ସରେ ରିଲିଜ ହୋଇଥିଲା। ଫିଲ୍ମର ଖୁବ୍ ପ୍ରଶଂସା କରାଯାଉଛି। ଫିଲ୍ମକୁ ଅନୁରାଗ ବାସୁ ଡାଇରେକ୍ଟ କରିଥିଲେ। ଲୁଡୋରେ ଫାତିମାଙ୍କ ସହ ପଙ୍କଜ ତ୍ରିପାଠୀ,ରାଜକୁମାର ରାଓ,ଅଭିଷେକ ବଚ୍ଚନ,ସାନ୍ୟା ମାଲହୋତ୍ରା,ଆଦିତ୍ୟ ରାୟ କପୁର ଏବଂ ଆଶା ନେଗି ଭଳି କଳାକାର ନଜର ଆସିଥିଲେ।


ଫାତିମାଙ୍କ ଆଉ ଏକ ଫିଲ୍ମ ସୂରଜ ପର ମଙ୍ଗଲ ଭାରି ମଧ୍ୟ କିଛି ଦିନ ତଳେ ରିଲିଜ ହୋଇଥିଲା। ଲକଡାଉନ୍ ପରେ ଏହା ପ୍ରଥମ ଫିଲ୍ମ ଥିଲା ଯାହା ସିନେମା ହଲରେ ରିଲିଜ ହୋଇଥିଲା।

NewsLaxmi7

About Author

You may also like

ମନୋରଞ୍ଜନ

ଦିଲୱାଲେ ଦୁହ୍ଲନିଆଁକୁ ପୂରିଲା ୨୫ ବର୍ଷ

ନୂଆଦିଲ୍ଲୀ : ଶାହରୁଖ୍ ଖାନ୍ ଓ କାଜଲଙ୍କ ଅଭିନୀତ ଫିଲ୍ମ ଦିଲ୍‌ୱାଲେ ଦୁହ୍ଲନିଆ ଲେ ଜାଏଙ୍ଗେକୁ ଆଜି ପୂରିଛି ୨୫ ବର୍ଷ । ୧୯୯୫ରେ ମୁକ୍ତିଲାଭ କରିଥିବା
ମନୋରଞ୍ଜନ

ରୋମାଟିଂକ୍ ଅନ୍ଦାଜ୍‌ରେ ବିରୁଷ୍କା

ନୂଆଦିଲ୍ଲୀ : ଭାରତୀୟ କ୍ରିକେଟ୍ ଟିମ୍‌ର କ୍ୟାପଟେନ୍ ବିରାଟ କୋହଲି ଆଜିକାଲି ଆଇପିଏଲ୍ ପାଇଁ ଦୁବାଇରେ ରହୁଛନ୍ତି । ସେଠାରେ ତାଙ୍କ ପତ୍ନୀ ତଥା, ବଲିଉଡ ଅଭିନେତ୍ରୀ