ଦେଶ ବିଦେଶ ସ୍ପେଶାଲ ରିପୋର୍ଟ

ଫାଇଲେରିଆ ବିରୋଧରେ କେନ୍ଦ୍ରର ଅଭିଯାନ: ରୋଗୀଙ୍କ ଘରେ ଔଷଧ ପହଞ୍ଚାଇବେ ସ୍ବାସ୍ଥ୍ୟ କର୍ମୀ

ନୂଆଦିଲ୍ଲୀ: କେନ୍ଦ୍ର ସରକାର ଦେଶରୁ ଫାଇଲେରିଆ (ଗୋଦର)ର ମୂଳୋତ୍ପାଟନ ପାଇଁ ପୁଣିଥରେ ଉଦ୍ୟମ ଆରମ୍ଭ କରିଛନ୍ତି। ଏହା ବିରୋଧରେ ବ୍ୟାପକ ଅଭିଯାନ ପାଇଁ ନିଷ୍ପତ୍ତି ହୋଇଛି। ଏହି ମର୍ମରେ କେନ୍ଦ୍ର ସରକାର ଓଡ଼ିଶା ସମେତ ଉତ୍ତରପ୍ରଦେଶ, ବିହାର, ଛତିଶଗଡ଼, ଝାଡ଼ଖଣ୍ଡ, ମହାରାଷ୍ଟ୍ର, ପଶ୍ଚିମବଙ୍ଗ ଓ କର୍ଣ୍ଣାଟକର ଫାଇଲେରିଆ ପ୍ରଭାବିତ ରାଜ୍ୟମାନଙ୍କରେ ଅଭିଯାନ ଆରମ୍ଭ କରିବେ। କେନ୍ଦ୍ର ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟର ଜଣେ ବରିଷ୍ଠ ଅଧିକାରୀ ଏହି ସୂଚନା ଦେଇଛନ୍ତି।

ସୂଚନା ଅନୁସାରେ ଆସନ୍ତା ଅଗଷ୍ଟରୁ ଉପରୋକ୍ତ ଆଠ ରାଜ୍ୟରେ ଫାଇଲେରିଆ ନିୟନ୍ତ୍ରଣ ପାଇଁ ଔଷଧ ଉପଲବ୍ଧ କରାଯିବ। ସ୍ବାସ୍ଥ୍ୟକର୍ମୀମାନେ ଫାଇଲେରିଆ ଆକ୍ରାନ୍ତ ରୋଗୀଙ୍କ ଘରେ ପହଞ୍ଚି ରୋଗୀଙ୍କୁ ଔଷଧ ବିତରଣ କରିବେ। ରୋଗୀ ଔଷଧ ସେବନ ନକରିବା ପର୍ଯ୍ୟନ୍ତ ଘର ନଛାଡ଼ିବା ପାଇଁ ସ୍ବାସ୍ଥ୍ୟକର୍ମୀମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ଫାଇଲେରିଆ ରୋଗରୁ ସଂପୂର୍ଣ୍ଣ ଆରୋଗ୍ୟ ଲାଭ ତଥା ସଂକ୍ରମଣକୁ କାବୁ କରିବା ପାଇଁ ତିନିଟି ଔଷଧକୁ ଅତି କମ୍‌ରେ ଦୁଇରୁ ତିନି ବର୍ଷ ପର୍ଯ୍ୟନ୍ତ ସେବନ କରିବା ବ୍ୟବସ୍ଥା ରହିଛି। ହେଲେ ଅଧିକାଂଶ ରୋଗୀ ଔଷଧ ‌‌ମଝିରେ ଛାଡ଼ିଦେଇଥାନ୍ତି। ଯାହାଦ୍ବାରା ରୋଗ ଉପରେ କାବୁ ପାଇବା ସମ୍ଭବ ହୋଇନଥାଏ। ୩୦ ପ୍ରତିଶତ ରୋଗୀ ଔଷଧ ଗ୍ରହଣ କରିବା ସତ୍ତ୍ବେ ତାକୁ ସେବନ କରିନଥାନ୍ତି। କେନ୍ଦ୍ର ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ଦେଶରେ ୨୦୨୭ ସୁଦ୍ଧା ଫାଇଲେରିଆ ଉପରେ ସଂପୂର୍ଣ୍ଣ ନିୟନ୍ତ୍ରଣ ପାଇଁ ୫ ସ୍ତରୀୟ ଯୋଜନା ପ୍ରସ୍ତୁତ କରିଛନ୍ତି। ଯେଉଁଥିରେ ୪୩ କୋଟି ଲୋକଙ୍କୁ ଫାଇଲେରିଆ ନିରୋଧୀ ଔଷଧ ନେବାର ଆବଶ୍ୟକତା ରହିଛି ବୋଲି ଅଧିକାରୀ ଜଣକ କହିଛନ୍ତି।

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ଖେଳ ଦେଶ ବିଦେଶ ସ୍ୱାସ୍ଥ୍ୟ

କପିଲ ଦେବ ହୃଦଘାତରେ ଆକ୍ରାନ୍ତ, ଦିଲ୍ଲୀ ହସପିଟାଲରେ ଆଞ୍ଜିୟୋପ୍ଲାଷ୍ଟ ପରେ ଚିକିତ୍ସାଧୀନ

ନୂଆଦିଲ୍ଲୀ ୨୩/୧୦: ଭାରତର କିମ୍ବଦନ୍ତୀ କ୍ରିକେଟର କପିଲ ଦେବ ହୃଦଘାତରେ ଆକ୍ରାନ୍ତ ହେବାରୁ ଦିଲ୍ଲୀ ହସପିଟାଲରେ ତାଙ୍କୁ ଭର୍ତି କରାଯାଇଛି। ତାଙ୍କର ଆଞ୍ଜିୟୋପ୍ଲାଷ୍ଟି କରାଯାଇଛି। ତେବେ ଏବେ