ଅପରାଧ ରାଜ୍ୟ

ଫାଇନାନ୍ସ ଏଜେଣ୍ଟଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର, ହତ୍ୟା ନା ଆତ୍ମହତ୍ୟା ?

ଢେଙ୍କାନାଳ, ୨୦/୦୯ : ଫାଇନାନ୍ସ କମ୍ପାନୀର ଫିଲ୍ଡ ଅଫିସରଙ୍କ ସନ୍ଦେହଜନକ ମୃତ୍ୟୁ । ଢେଙ୍କାନାଳ ଜିଲ୍ଲା ହିନ୍ଦୋଳ ଉପଖଣ୍ଡ ବାଲିମୀ ଥାନା ଅନ୍ତର୍ଗତ ଖଜୁରିଆକଟା ଠାରେ ଖୋଲିଥିବା କ୍ୟାପିଟାଲ ଟ୍ରଷ୍ଟ ଫାଇନାନ୍ସ ନାମକ ଏକ ଘରୋଇ କମ୍ପାନୀରେ କାର୍ଯ୍ୟରତ ଥିବା ଜଣେ କର୍ମଚାରୀଙ୍କ ସନ୍ଦେହଜନକ ଭାବେ ମୃତଦେହ ଉଦ୍ଧାର ହୋଇଛି । ମୃତକ ଜଣଙ୍କ ହେଲେ ଅଜିତ ମହାପାତ୍ର । ତାଙ୍କ ଘର ଖୋର୍ଦ୍ଧା ଜିଲ୍ଲାର ମୁକ୍ତାପୁର ଗ୍ରାମରେ ବୋଲି ଜଣାପଡ଼ିଛି ।

ସୂଚନାନୁଯାୟୀ, ବାଲିମୀ ଥାନା ନିକଟର ଖଜୁରୀଆକଟା ଠାରେ ଏକ ଭଡ଼ା ଘରେ ଅଜୟ ମହାପାତ୍ରଙ୍କ ସମେତ ୫ ଜଣ ସହକର୍ମୀ ମିଶି ରହୁଥିବା ବେଳ ସେ କ୍ୟାପିଟାଲ ଟ୍ରଷ୍ଟ ଫାଇନାନ୍ସ କମ୍ପାନୀରେ କ୍ଷେତ୍ର କର୍ମଚାରୀ ଭାବେ କାମ କରୁଥିଲେ। ଗତକାଲି ରାତିରେ ଏମାନେ ସବୁ ମିଶି ଖାଇ ସାରି ଶୋଇଥିଲେ। ଆଜି ସକାଳୁ ଅଜିତ ସିଡି ରେଲିଂରେ ଏକ ଗାମୁଛା ବେକରେ ବାନ୍ଧି ଓହଳି ପଡ଼ିଥିବା ଦେଖିବାକୁ ମିଳିଥିଲା। ପରେ ଅନ୍ୟ ସାଥିମାନେ ତାଙ୍କୁ ଉଦ୍ଧାର କରିଥିଲେ। ହେଲେ ସେତେବେଳକୁ ତାଙ୍କର ମୃତ୍ୟୁ ହୋଇସାରିଥିଲା। ତେବେ ଏହା ଆତ୍ମହତ୍ୟା ନା ହତ୍ୟା ତାହାର କାରଣ ଅସ୍ପଷ୍ଟ ରହିଛି। ତାଙ୍କୁ କିଏ ମାରି ଦେଇଛି ନା ସେ ନିଜେ ଆତ୍ମହତ୍ୟା କରିଛନ୍ତି ତାହାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।

ଖବର ପାଇ ବାଲିମୀ ପୁଲିସ ଘଟଣାସ୍ଥଳରେ ପହଞ୍ଚି ପ୍ରାଥମିକ ତଦନ୍ତ ଚଳାଇଛି। ମୃତ ଯୁବକଙ୍କ ପରିବାର ଲୋକମାନେ ଘଟଣାସ୍ଥଳରେ ପହଞ୍ଚି ହତ୍ୟା କରାଯାଇଥିବା ଥାନାରେ ଅଭିଯୋଗ କରିଛନ୍ତି ।

NewsLaxmi7

About Author

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।