ଦେଶ ବିଦେଶ ସ୍ୱାସ୍ଥ୍ୟ

ଫାଇଜର ପରେ ମଡର୍ଣ୍ଣା ଟିକା ନେଇଥିବା ସ୍ବେଚ୍ଛାସେବୀଙ୍କ ଶରୀରରେ ଦେଖାଦେଲା ପାର୍ଶ୍ବ ପ୍ରତିକ୍ରିୟା

ନୂଆଦିଲ୍ଲୀ: ଦୁଇ ପ୍ରମୁଖ ଆନ୍ତର୍ଜାତିକ ଭେଷଜ କମ୍ପାନି ମଡର୍ଣ୍ଣା ଓ ଫାଇଜର ପକ୍ଷରୁ ପୃଥକ୍‌ ପୃଥକ୍‌ ଭାବେ ବିକଶିତ କୋଭିଡ୍‌-୧୯ ଟିକାର ଗୁରୁତ୍ବପୂର୍ଣ୍ଣ ତୃତୀୟ ପର୍ଯ୍ୟାୟ ମାନବୀୟ ପରୀକ୍ଷଣ ଆରମ୍ଭ କରିଥିଲେ। କିଛି ଦିନ ତଳେ ‘ଫାଇଜର୍’ ଏବଂ ‘ବାୟୋଏନ୍‌ଟେକ୍‌’ଦ୍ବାରା ମିଳିତଭାବେ ବିକଶିତ ଟିକା କୋଭିଡ୍‌-୧୯ ସଂକ୍ରମଣ ପ୍ରତିରୋଧ କରିବାରେ ୯୦% ଫଳପ୍ରଦ ହୋଇଥିବା କଥା ସମ୍ପ୍ରତି ଚାଲିଥିବା ତୃତୀୟ ପର୍ଯ୍ୟାୟ ପରୀକ୍ଷାରୁ ଜଣାପଡ଼ିଥିଲା। କିନ୍ତ ଟିକା ନେବା ପରେ ପାର୍ଶ୍ବ ପ୍ରତିକ୍ରିୟା ଦେଖାଯାଉଥିବା କଥା ସାମ୍ନାକୁ ଆସିଥିଲା। ସେହିଭଳି ଡିସେମ୍ବରରେ କରୋନା ଟିକା ଉପଲବ୍ଧ ହେବା ନେଇ ମଡର୍ଣ୍ଣା ଦାବି କରୁଥିବା ବେଳେ ଏବେ ସେ ବିକଶିତ କରୁଥିବା ଟିକାର ପାର୍ଶ୍ବ ପ୍ରତିକ୍ରିୟା ଦେଖାଯାଉଥିବା ଜଣା ପଡ଼ିଛି।

ପରୀକ୍ଷଣରେ ଭାଗ ନେଇଥିବା ଜଣେ ସ୍ବେଚ୍ଛାସେବୀ, ଟିକା ନେବା ପରେ ଜ୍ବର ହେବା ସହ ଶରୀରରେ ଯନ୍ତ୍ରଣା ହେଉଥିବା କଥା କହିଛନ୍ତି।ସ୍ବେଚ୍ଛାସେବୀ ଜ୍ୟାକ୍ ମର୍ନିଙ୍ଗଷ୍ଟାର କହିଛନ୍ତି ଯେ, “ପ୍ରଥମେ କରୋନ ଟିକା ନେବା ପରେ ମୁଁ କିଛି ପାର୍ଶ୍ୱ ପ୍ରତିକ୍ରିୟା ଅନୁଭବ କରିଥିଲି। ମୋତେ ଟିକେ ଥକ୍କା ଲାଗିବା ସହ ପରଦିନ ମୋତେ ଜ୍ୱର ହୋଇଥିଲା ।

ତେବେ ପାର୍ଶ୍ବ ପ୍ରତିକ୍ରିୟା ସତ୍ତ୍ବେ ମଧ୍ୟ ସେ ଲୋକଙ୍କୁ ଏହି ଟିକା ନେବାକୁ କହିଛନ୍ତି। ତାଙ୍କ କହିବା ମୁତାବକ, ଜ୍ବର ଆସିଥିଲେ ମଧ୍ୟ ମୋର କରୋନା ରିପୋର୍ଟ ନେଗେଟିଭ ଆସିଥିଲା। ଟିକା ଉପଲବ୍ଧ ହେବା ପରେ ସାମାନ୍ୟ ପାର୍ଶ୍ବ ପ୍ରତିକ୍ରିୟା ପାଇଁ ଆପଣମାନେ ଟିକା ନେବାରେ ପଛଘୁଞ୍ଚା ନଦେବାକୁ ଅନୁରୋଧ । କାରଣ ଏହା କରୋନା ଭଳି ମାରାତ୍ମକ ଭୂତାଣୁଠାରୁ ସୁରକ୍ଷା ଦେବ।

NewsLaxmi7

About Author

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ଖେଳ ଦେଶ ବିଦେଶ ସ୍ୱାସ୍ଥ୍ୟ

କପିଲ ଦେବ ହୃଦଘାତରେ ଆକ୍ରାନ୍ତ, ଦିଲ୍ଲୀ ହସପିଟାଲରେ ଆଞ୍ଜିୟୋପ୍ଲାଷ୍ଟ ପରେ ଚିକିତ୍ସାଧୀନ

ନୂଆଦିଲ୍ଲୀ ୨୩/୧୦: ଭାରତର କିମ୍ବଦନ୍ତୀ କ୍ରିକେଟର କପିଲ ଦେବ ହୃଦଘାତରେ ଆକ୍ରାନ୍ତ ହେବାରୁ ଦିଲ୍ଲୀ ହସପିଟାଲରେ ତାଙ୍କୁ ଭର୍ତି କରାଯାଇଛି। ତାଙ୍କର ଆଞ୍ଜିୟୋପ୍ଲାଷ୍ଟି କରାଯାଇଛି। ତେବେ ଏବେ