ଦେଶ ବିଦେଶ ଲାଇଫ୍ ଷ୍ଟାଇଲ ସ୍ପେଶାଲ ରିପୋର୍ଟ ସ୍ୱାସ୍ଥ୍ୟ

ଫାଇଜର୍‌ ପରେ କରୋନା ଟିକା ପ୍ରସ୍ତୁତି କ୍ଷେତ୍ରରେ ସଫଳତାର ନିକଟତର ହେଉଛି ମଡର୍ଣ୍ଣା

ନୂଆଦିଲ୍ଳୀ: ଔଷଧ ନିର୍ମାଣକାରୀ କମ୍ପାନୀ ଫାଇଜର୍‌ ଓ ରୁଷିଆ ଦ୍ବାରା ପ୍ରସ୍ତୁତ ଦୁଇଟି କରୋନା ଭାଇରସ୍‌ ଟିକା ସକରାତ୍ମକ ଫଳାଫଳ ଦେଖାଇଛି। ଏହି ଟିକା କୋଭିଡ୍‌-୧୯ ବିରୋଧରେ ୯୦ ପ୍ରତିଶତରୁ ଅଧିକ ପ୍ରଭାବଶାଳୀ ଭାବେ କାର୍ଯ୍ୟ କରୁଛି ବୋଲି କମ୍ପାନି ପକ୍ଷରୁ ଦାବି ମଧ୍ୟ ହୋଇଛି। କରୋନା ଟିକା ବାହାର କରିବା ଦିଗରେ ବାୟୋଟେକ୍‌ନୋଲୋଜି କମ୍ପାନି ମଡର୍ଣ୍ଣା ମଧ୍ୟ ସଫଳତା ଆଡକୁ ଅଗ୍ରସର ହେଉଛି ବୋଲି ଜାଣିବାକୁ ମିଳିଛି।

ପୂର୍ବରୁ ଗ‌ବେଷକମାନେ କହିଛନ୍ତି ଯେ ଫାଇଜର ଟିକା ଭାରତକୁ ସେତେଟା ସୁହାଇ ନ ପାରେ। କାରଣ ଏହାକୁ ରଖିବାକୁ ଅତ୍ୟନ୍ତ ଥଣ୍ଡା ସ୍ଥାନ(ବିଯୁକ୍ତ ୭୦ ଡିଗ୍ରି ତାପମାତ୍ରା) ଆବଶ୍ୟକ। ଏହି କାରଣରୁ ଟିକାକୁ ଦେଶର ସମସ୍ତ ସ୍ଥାନରେ ଉପଲବ୍ଧ କରାଇବା ଅସମ୍ଭବ। କେବଳ ସେତିକି ନୁହେଁ, ଏହା ଅତ୍ୟନ୍ତ ଦାମୀ ହୋଇଥିବାରୁ ସବୁ ବର୍ଗର ଲୋକଙ୍କ ପାଇଁ କିପରି ସହଜରେ ଉପଲବ୍ଧ ହେବ ସେ ନେଇ ଚିନ୍ତା ଉପୁଜିଛି।

ଫାଇଜର୍‌ ଟିକା ସଂପର୍କରେ ଏମ୍ସର ନିର୍ଦ୍ଦେଶକ ଡକ୍ଟର ରଣଦୀପ ଗୁଲେରିଆ କହିଛନ୍ତି ‘ଭାରତରେ ଅଧିକାଂଶ ଟିକା ଦୁଇରୁ ଆଠ ଡିଗ୍ରୀ ସେଲସିୟସ ତାପମାତ୍ରାରେ ଗଚ୍ଛିତ ହେବା ଆବଶ୍ୟକ। ଭାରତର ଗ୍ରାମାଞ୍ଚଳ ତଥା ସହରଗୁଡିକରେ ଫାଇଜର ଟିକା ପ୍ରଦାନ କରିବା କାଠିକରପାଠ ହୋଇପାରେ।’

ଉଲ୍ଲେଖଯୋଗ୍ୟ, ସେରମ୍ ଇନଷ୍ଟିଚ୍ୟୁଟ୍ ଅଫ୍ ଇଣ୍ଡିଆ ଏବଂ ଆଇସିଏମଆର ମିଳିତ ଭାବରେ ବାହାର କରୁଥିବା ‘କୋଭିଡସିଲ୍ଡ’ ତୃତୀୟ ପର୍ଯ୍ୟାୟ କ୍ଲିନିକାଲ ଟ୍ରାଏଲ ପାଇଁ ପ୍ରସ୍ତୁତ ହୋଇସାରିଛି ବୋଲି ସୂଚନା ରହିଛି।

NewsLaxmi7

About Author

You may also like

ଲାଇଫ୍ ଷ୍ଟାଇଲ

ଭାତ ଖାଇ ଓଜନ ହ୍ରାସ କରନ୍ତୁ

ଆଜିକାଲି ଓଜନ ବଢିବା ଏକ ମୁଖ୍ୟ ସମସ୍ୟା ଭାବେ ଦେଖାଯାଉଛି । କେବଳ ବୟସ୍କ ବ୍ୟକ୍ତି ନୁହଁନ୍ତି ଅନେକ୍ କମ୍ ବୟସର ପିଲାଙ୍କ କ୍ଷେତ୍ରରେ ମଧ୍ୟ ଏହି
ରାଜନୀତି ଲାଇଫ୍ ଷ୍ଟାଇଲ

ଭାରତରେ ୧୩.୮ କୋଟି ଲୋକଙ୍କର ସମୀପ ଦୃଷ୍ଟି ସମସ୍ୟା

ନୂଆଦିଲ୍ଲୀ: ଭାରତରେ ସାଧାରଣତଃ ଲୋକଙ୍କର ହାରାହାରି ଆୟୁ ବଢ଼ିବା ସହ ମଧୁମେହ ପୀଡ଼ିତଙ୍କ ସଂଖ୍ୟାରେ ଅସମ୍ଭବ ବୃଦ୍ଧି ଯୋଗୁଁ ତଦନୁସାରେ ଦୃଷ୍ଟିଶକ୍ତି ସମସ୍ୟା ମଧ୍ୟ ବଢ଼ିଚାଲିଛି। ଦୀର୍ଘ