ଅପରାଧ ରାଜ୍ୟ

ଫର୍ଣ୍ଣିଚର ଦୋକାନରେ ଭୟାବହ ଅଗ୍ନିକାଣ୍ଡ, ଲକ୍ଷାଧିକ ଟଙ୍କାର ସମ୍ପତ୍ତି ପୋଡି ନଷ୍ଟ

ପାଟଣାଗଡ ୭।୬: ବଲାଙ୍ଗୀର ଜିଲ୍ଲା ପାଟଣାଗଡ ମୁଖ୍ୟ ରାସ୍ତାରେ ଥିବା ମାଧବୀ ଟ୍ରେଡର୍ସ (ଫର୍ଣ୍ଣିଚର) ଦୋକାନରେ ଭୟାବହ ଅଗ୍ନିକାଣ୍ଡ । ଗତ ସୋମବାର ମଧ୍ୟ ରାତିରେ ପରିବାର ଲୋକେ ଶୋଇଥିବା ସମୟରେ ହଠାତ ନିଆଁ ଲାଗିବା ଫଳରେ ସମ୍ପୃକ୍ତ ଫର୍ଣ୍ଣିଚର ଦୋକାନରେ ଥିବା ସମସ୍ତ ଜିନିଷପତ୍ର ନିଆଁରେ ଜଳିଯାଇଥିଲା ।

ଖବର ପାଇ ପାଟଣାଗଡ ଦମକଳ ବାହିନୀ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ । ନିଆଁର ପ୍ରକୋପ ଏତେ ଭୟାନକ ଥିଲା ଯେ ଆଖପାଖ ଘରେ ନିଆଁ ଲାଗିବାର ଭୟର ହିଥିଲା । ଉକ୍ତ ଫର୍ଣ୍ଣିଚର ଦୋକାନରେ ଥିବା ସମସ୍ତ ପ୍ରକାର ଜିନିଷପତ୍ର ସମ୍ପୂର୍ଣ୍ଣ ପୋଡିନଷ୍ଟ ହୋଇଯାଇଥିଲା । ପ୍ରାୟ ଲକ୍ଷାଧିକ ଟଙ୍କାର କ୍ଷତି ହୋଇଥିବା ଜଣାପଡିଛି । ନିଆଁ ଭୟରେ ଆଖପାଖରେ ଥିବା ଦୋକାନଗୁଡିକ ଖାଲି କରିଦେଇଥିଲେ । ଦମକଳ ବାହିନୀର କର୍ମଚାରୀ ପହଞ୍ଚି ନିକଟରେ ଥିବା ପୋଖରୀରୁ ପାଣି ଆଣି ନିଆଁକୁ ଆୟତ୍ତ କରିଥିଲେ । ନିଆଁ ଲାଗିବାର କାରଣ ଅସ୍ପଷ୍ଟ ରହିଛି ।

NewsLaxmi7

About Author

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।