ରାଜ୍ୟ ସ୍ପେଶାଲ ରିପୋର୍ଟ

ଫମ୍ପା ମାଟିରେ ଆକାଶଛୁଆଁ ଅଟ୍ଟାଳିକା: ଭୂକମ୍ପ ଜୋନ୍‌ରେ ତାଳଚେର, କେହି ମାନୁ ନାହାନ୍ତି ମାର୍ଗଦର୍ଶିକା

ତାଳଚେର: ତାଳଚେର ସହର ଭୂକମ୍ପପ୍ରବଣ ଜୋନ୍‌ରେ ରହିଛି। ତଥାପି ସହରରେ ଅନେକ ସ୍ଥାନରେ ନିର୍ମାଣ କରାଯାଇଛି ଆକାଶଛୁଆଁ କୋଠା। ଭୂମିକମ୍ପରେ କ୍ଷତିଗ୍ରସ୍ତ ହୋଇପାରୁ ନଥିବା ଅଟ୍ଟାଳିକା ନିର୍ମାଣ ପାଇଁ ଦୃଷ୍ଟିଦେବାକୁ ସରକାର ନିର୍ମାଣକାରୀ ସଂସ୍ଥାକୁ ନିର୍ଦ୍ଦେଶ ଦେଇଥିଲେ। ହେଲେ କୌଣସି ସଂସ୍ଥା ସରକାରୀ ନିର୍ଦ୍ଦେଶ ମୁତାବକ ଅଟ୍ଟାଳିକା ନିର୍ମାଣ କରୁନାହାନ୍ତି। ତାଳଚେର ସହରରେ ରହିଛି ଭୂତଳ କୋଇଲା ଖଣି। ସହରର ଭୂଗର୍ଭ ‌କେତେକ ସ୍ଥାନରେ ଫମ୍ପା। ତେଣୁ ଭୂମିକମ୍ପ ହେଲେ ବହୁ ଧନଜୀବନ ହାନି ହେବାର ଆଶଙ୍କା ରହିଛି। ଭୂମିକମ୍ପ ଜନିତ କ୍ଷୟକ୍ଷତି ହ୍ରାସ କରିବା ଲକ୍ଷ୍ୟରେ କେନ୍ଦ୍ର ସରକାର ‘ଅର୍ବାନ ଆର୍ଥେକ୍ବେକ୍‌ ଭଲ୍‌ନେରେବିଲିଟି ରିଡକସନ୍‌ ପ୍ରୋଗ୍ରାମ୍‌ (ୟୁଭିଇଆର୍‌ପି) ଆରମ୍ଭ କରିଥିଲେ। କେନ୍ଦ୍ର ସରକାର ଦେଶର ବିଭିନ୍ନ ଭୂକମ୍ପପ୍ରବଣ ଅଞ୍ଚଳ ଚିହ୍ନଟ କରିବା ସହିତ ସମ୍ପୃକ୍ତ ଅଞ୍ଚଳରେ ଭୂକମ୍ପ ଆଶଙ୍କାକୁ କମାଇବା ପାଇଁ ୟୁଭିଇଆର୍‌ପି ଯୋଜନା ପ୍ରଣୟନ କରିଥିଲେ। ତାଳଚେର ଭୂକମ୍ପପ୍ରବଣ ଅଞ୍ଚଳ ହୋଇଥିବାରୁ ସରକାରଙ୍କ ନିର୍ଦ୍ଦେଶକ୍ରମେ ବିପର୍ଯ୍ୟୟ ପ୍ରଶମନ ପାଇଁ ୨୦୦୪ ମସିହାରେ ଏକ କମିଟି ଗଠନ ହୋଇଥିଲା। ଜିଲ୍ଲା ପ୍ରଶାସନ, ତାମଡ଼ା କର୍ତ୍ତୃପକ୍ଷ, ତାଳଚେର ପୌରପ୍ରଶାସନ ଏବଂ ଅଗ୍ନିଶମ ବିଭାଗ ଏହି କମିଟିରେ ଥିଲେ।

କମିଟିର ନିଷ୍ପତ୍ତି ମୁତାବକ ଭୂକମ୍ପ ସଂପର୍କରେ ଜନସାଧାରଣଙ୍କୁ ସଚେତନ କରିବା ପାଇଁ ବିଭିନ୍ନ ସ୍ଥାନ ଚିହ୍ନଟ କରି ହୋର୍ଡିଂ ଲଗାଯାଇଥିଲା। କିନ୍ତୁ ଭୂକମ୍ପ ବିରୋଧୀ କୋଠା ନିର୍ମାଣ ପାଇଁ କୌଣସି ନିର୍ମାଣକାରୀ ସଂସ୍ଥା ପକ୍ଷରୁ ପଦକ୍ଷେପ ନିଆଯାଇ ନାହିଁ। ସୂଚନାଯୋଗ୍ୟ ଯେ ୨୦୧୮ ମସିହାରେ ତାଳଚେରର କେତେକ ସ୍ଥାନରେ ଘର, ଖୋଲାଜାଗା, ଚାଷ ଜମି ଆଦି ଭୂଗର୍ଭକୁ ଭୁଶୁଡ଼ି ପଡ଼ିଥିଲା। ଏହାପରେ ଖଣି କର୍ତ୍ତୃପକ୍ଷ ମାଟିତଳ ଫମ୍ପା ସ୍ଥାନରେ ବାଲି ଭର୍ତ୍ତି କରିବା କାର୍ଯ୍ୟ ତ୍ବରାନ୍ବିତ କରିଥିଲେ। ବର୍ତ୍ତମାନ ସୁଦ୍ଧା ତାଳଚେର ସହର ହାଟତୋଟା ରୋଡ଼ ଅଞ୍ଚଳରେ ଭୂଗର୍ଭ ଫମ୍ପା ରହିଥିବାରୁ ବାଲି ଭର୍ତ୍ତି କାର୍ଯ୍ୟ ଜାରିରହିଛି। ତାଳଚେର ଅଞ୍ଚଳ ଭୂଗର୍ଭ ଫମ୍ପା ଥିବାରୁ ଅଞ୍ଚଳରେ ଉଚ୍ଚ ଅଟ୍ଟାଳିକା ନିର୍ମାଣ ଉପରେ ପ୍ରଶାସନ ପକ୍ଷରୁ କଟକଣା ଲାଗିଥିଲା। ତେବେ କମିଟି ଗଠନ ହେବାର ପ୍ରାୟ ୧୯ ବର୍ଷ ବିତି ଯାଇଥିଲେ ସୁଦ୍ଧା ୟୁଭିଇଆର୍‌ପି ଯୋଜନା ପ୍ରଶାସନର ଫାଇଲ୍‌ ଭିତରେ ପଡ଼ିରହିଛି।

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।