ରାଜ୍ୟ

ଫଟୋ ଧରି ବାପାଙ୍କୁ ଖୋଜୁଛି ଚାରି ବର୍ଷର ଝିଅ

ସୋର: ବାହାଘରକୁ ପାଞ୍ଚ ବର୍ଷ ପୁରିଯାଇଛି, କିନ୍ତୁ କାନ୍ଥରେ ଥିବା ପାନପତ୍ରରୁ ନାଁ ଲିଭିନି। ପରସ୍ପରକୁ ଏତେ ଭଲ ପାଉଥିଲେ ଯେ ସିନ୍ଦୂର ଯେତେଦିନ ସିନ୍ଥିରେ ଥିବା ସେତେଦିନ କାନ୍ଥରେ ଉଭୟ ଙ୍କ ନାଁ ରହିବ ବୋଲି ଯେମିତି ଶପଥ ଖାଇଥିଲେ। କିନ୍ତୁ ବିଧିର ବିଧାନ କିଛି ଅଲଗା ଥିଲା କାନ୍ଥରୁ ନାଁ ଲିଭିବା ପୂର୍ବରୁ ସ୍ତ୍ରୀ ମଥାରୁ ସିନ୍ଦୂର ଲିଭିଗଲା। ଏପଟେ ଚାରି ବର୍ଷର ଝିଅ ବାପାର ଫଟୋକୁ କୋଳରେ ଧରି ବାପାକୁ ଖୋଜୁଥିବା ବେଳେ ମା ପାଖରେ ଉତ୍ତର ନାହିଁ।

ଏମିତି ଏକ ଦୁଃଖଦ ଘଟଣା ଦେଖିବାକୁ ମିଳିଛି ବାଲେଶ୍ୱର ଜିଲ୍ଲା ଝିଙ୍କିରିଆ ପଂଚାୟତ ସିଂଙ୍ଗିପୁର ଗ୍ରାମରେ। ଗ୍ରାମର ଭଗବାନ ପଳେଇଙ୍କ ଏକମାତ୍ର ପୁଅ ଥିଲେ ବିକ୍ଷିପ୍ତ ପଳେଇ। ବିକ୍ଷିପ୍ତ ଟାଟା ପୱାର ବିଦ୍ୟୁତ କମ୍ପାନୀର ବାଲେଶ୍ୱର ଶାଖାରେ ଆକାଉଣ୍ଟସ୍ ଅଧିକାରୀ ଭାବେ କାର୍ଯ୍ୟ କରନ୍ତି। ଭଦ୍ରକରେ ଘର ଭଡା ନେଇ ରହୁଥିବା ବେଳେ ପ୍ରତିଦିନ କରମଣ୍ଡଳ ଟ୍ରେନରେ ବାଲେଶ୍ୱର ପର୍ଯ୍ୟନ୍ତ ଯିବା ଆସିବା କରିଥାନ୍ତି। ସବୁଦିନ ପରି ସେହିଦିନ ସେହି ଟ୍ରେନ ଯାଇଥିଲେ। ଟ୍ରେନରେ ବସିବା ପରେ ସ୍ତ୍ରୀ ଶୁଭଶ୍ରୀ ମହାନ୍ତିଙ୍କ ସହ ଫୋନରେ କଥା ହୋଇଥିଲେ। ବହୁ ଶୀଘ୍ର ଘରେ ପହଁଚିବି ବୋଲି କହିଥିଲେ। ହେଲେ ଶୁଭଶ୍ରୀ ଜାଣିନଥିଲେ ଏହି କଥାଟି ତାଙ୍କ ସ୍ୱାମୀଙ୍କର ଶେଷ କଥା ହେଇଯିବ ବୋଲି।

ଯେତେବେଳେ ଖବର ପାଇଲେ କରମଣ୍ଡଳ ଏକ୍ସପ୍ରେସ ବହାନାଗା ଥରେ ଦୁର୍ଘଟଣା ଗ୍ରସ୍ତ ହୋଇ ଶତାଧିକ ଲୋକ ମୃତ୍ୟୁ ଓ ହଜାର ହଜାର ଲୋକ ଗୁରୁତର ଆହତ ହୋଇଛନ୍ତି। ସେତେବେଳେ ନିଜ ମନକୁ ପାପ ଛୁଇଁଲା ପରି ବିକ୍ଷିପ୍ତଙ୍କ କଥା ତାଙ୍କ ମନ ଭିତରକୁ ଆସିଯାଇଥିଲା। ପରିବାର ଲୋକ ସହିତ ଶୁଭଶ୍ରୀ ବାରମ୍ବାର ଫୋନ ଲଗାଇଥିଲେ ମଧ୍ୟ ବିକ୍ଷିପ୍ତଙ୍କ ଫୋନ ଲାଗୁନଥିଲା। ବହୁ ଖୋଜାଖୋଜି ପରେ ପରଦିନ ମଧ୍ୟାହ୍ନରେ ବାହାନଗା ବିଦ୍ୟାଳୟରେ ବିକ୍ଷିପ୍ତଙ୍କ ମୃତଦେହକୁ ଠାଵ କରାଯାଇଥିଲା। ଆଉ ଗାଁରେ ଖେଳିଯାଇଥିଲା ଶୋକାକୁଳ ପରିବେଶ ।

ଏପଟେ ବିକ୍ଷିପ୍ତଙ୍କର ଏକ ମାତ୍ର ୪ବର୍ଷର ଝିଅ ବାପାଙ୍କ ଫଟୋକୁ ଧରି ଗେଲ କରିବା ସହିତ ବାପା ବାପା ବୋଲି ଡାକ ପକାଉଛି।  ଯାହାକୁ ଦେଖିଲେ କାହାର ବି ଆଖିରୁ ଲୋତକ ଠୋପା ଅକସ୍ମାତ ଝରିପଡ଼ିବ। ଅନ୍ୟପଟେ ବିକ୍ଷିପ୍ତ ଥିଲା ତାଙ୍କ ପରିବାର ଏକମାତ୍ର ରୋଜଗାରକ୍ଷମ ବ୍ୟକ୍ତି।  ତାଙ୍କ ବାପା ୭ ବର୍ଷ ତଳେ ମୃତ୍ୟୁବରଣ କରିବା ପରେ ପରିବାର ଚଳାଇବାର ବୋଝ ବିକ୍ଷିପ୍ତଙ୍କ କାନ୍ଧରେ ଥିଲା। ଆଉ ଏବେ ବିକ୍ଷିପ୍ତ ଚାଲିଯିବା ପରେ ଦୁଃଖର ପାହାଡ଼ରେ ଛିଡ଼ା ହୋଇ କେବଳ ମୁଠାଏ ସ୍ମୃତିକୁ ଆଉ ନିଜର କୁନି ଝିଅକୁ ଧରି ଅବାକ ହୋଇ ଯାଇଛନ୍ତି ସ୍ତ୍ରୀ ଶୁଭଶ୍ରୀ।

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।