ଅପରାଧ ରାଜ୍ୟ

ଫକୀରମୋହନ ମେଡିକାଲ୍‌ କଲେଜ ଓ ହସ୍‌ପିଟାଲରେ ଡାକ୍ତର ମରୁଡ଼ି, ଡାକ୍ତରଖାନା‌ରେ ଅଚଳାବସ୍ଥା!

ବାଲେଶ୍ବର: ଫକୀରମୋହନ ମେଡିକାଲ୍‌ କଲେଜ ଓ ହସ୍‌ପିଟାଲରେ ଡାକ୍ତରଙ୍କ ମରୁଡ଼ି। ପ୍ରାୟ ସବୁ ବିଭାଗରେ ଡାକ୍ତର ପଦ ଫାଙ୍କା ପଡ଼ିଛି। ଡାକ୍ତର ଅଭାବ କାରଣରୁ ରୋଗୀ ସେବା ବାଧାପ୍ରାପ୍ତ ହୋଇଥିବା ବେଳେ ପ୍ରତିଦିନ ବହୁ ରୋଗୀ ଉପଯୁକ୍ତ ସେବା ନପାଇ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ବିଭିନ୍ନ ବିଭାଗରେ କିଛି ଡାକ୍ତରଙ୍କ ପଦୋନ୍ନତି ହୋଇଥିବା ବେଳେ ଆଉ କିଛି ଡାକ୍ତର (ପୋଷ୍ଟ ପିଜି)ଙ୍କ କାର୍ଯ୍ୟକାଳ ଶେଷ ହୋଇଛି।
ଡାକ୍ତରଙ୍କ ମରୁଡ଼ିକୁ ନେଇ କିଛିଦିନ ତଳେ ଜିଲ୍ଲାପାଳଙ୍କ ଉପସ୍ଥିତିରେ ଏକ ବୈଠକ ଡକାଯାଇ ଆଲୋଚନା ହୋଇଥିଲା। ଯାହାଫଳରେ ଡାକ୍ତରଖାନାରେ ରୋଗୀ ସେବା ପ୍ରଦାନ ଓ ଛାତ୍ରଛାତ୍ରୀଙ୍କୁ ପାଠ ପଢ଼ାଇବାକୁ ନେଇ ଚିନ୍ତାରେ ପଡ଼ିଛନ୍ତି କର୍ତ୍ତୃପକ୍ଷ।
ସୂଚନା ଅନୁସାରେ, ମେଡିକାଲ୍‌ କଲେଜ ଓ ହସ୍‌ପିଟାଲ୍‌ରେ ୨୨ ପ୍ରଫେସର ପଦ ମଞ୍ଜୁର ଥିବା ବେଳେ ଅଛନ୍ତି ମାତ୍ର ୧୨ ଜଣ। ସେହିପରି ୨୮ ଆସୋସିଏଟ୍‌ ପ୍ରଫେସର ପଦ ଥିବା ବେଳେ ଅଛନ୍ତି ୧୯ ଜଣ, ୪୭ ଆସିଷ୍ଟାଣ୍ଟ ପ୍ରଫେସର ପଦ ଥିବା ବେଳେ ଅଛନ୍ତି ୪୦ ଜଣ, ୨୭ ଜଣ ଟ୍ୟୁଟରରୁ ୨୧ ଜଣ ଅଛନ୍ତି। ୫୨ ଜଣ ସିନିଅର ରେସିଡେଣ୍ଟରୁ ଅଛନ୍ତି ମାତ୍ର ୧୮ ଜଣ, ୩୮ ଜଣ ଜୁନିଅର ରେସିଡେଣ୍ଟରୁ ଅଛନ୍ତି ମାତ୍ର ୧୮ ଜଣ। ମେଡିକାଲ୍‌ କଲେଜ ଓ ହସ୍‌ପିଟାଲ୍‌ରେ ମୋଟ ୮୬ ଡାକ୍ତର ପଦ ଫାଙ୍କା ପଡ଼ିଛି। ତେବେ ଭେଷଜ ବିଭାଗରେ ଅଚଳାବସ୍ଥା ସୃଷ୍ଟି ହୋଇଛି। କାରଣ ୧୨ ଜଣ ବଦଳରେ ମାତ୍ର ୬ ଜଣ ଡାକ୍ତରରେ ଚାଲିଛି ବିଭାଗ। ଯାହାଫଳରେ ବିଭାଗ ଦେବାଳିଆ ହୋଇଯାଇଛି। ଯାହା ଜଣାଯାଇଛି ବିଭାଗରେ ଜଣେ ସିନିଅର ରେସିଡେଣ୍ଟ, ‌ଜଣେ ପ୍ରଫେସର, ଦୁଇଜଣ ଆସୋସିଏଟ୍‌ ପ୍ରଫେସର, ଦୁଇଜଣ ଆସିଷ୍ଟାଣ୍ଡ ପ୍ରଫେସର ରହିଛନ୍ତି। ତେବେ କିଛିଦିନ ତଳେ ଦୁଇଜଣ ଡାକ୍ତରଙ୍କ ବଦଳି ହୋଇଯାଇଛି। ତାଙ୍କ ବଦଳରେ ନୂଆ ଡାକ୍ତରଙ୍କୁ ନିଯୁକ୍ତି ଦିଆଯାଇନାହିଁ। କରୋନା ସମୟରେ ଏତିକି ଡାକ୍ତରଙ୍କ ଦ୍ବାରା ଛାତ୍ରଛାତ୍ରୀଙ୍କୁ ପାଠ ପଢ଼େଇବା ସହ ରୋଗୀ ସେବା ଏକ ପ୍ରକାର ସମ୍ଭବପର ହେଉଥିଲା। ହେଲେ ଏବେ ପରିସ୍ଥିତି ସ୍ବାଭାବିକ ହୋଇଥିବା ବେଳେ ଅଫ୍‌ଲାଇନ୍‌ କ୍ଲାସ୍‌ କରିବା ଏବଂ ଡାକ୍ତରଖାନାରେ ରୋଗୀ ଦେଖିବା ସମ୍ଭବ ହେଉନାହିଁ। ଅତିକମ୍‌ରେ ଆହୁରି ୫ ଜଣ ଡାକ୍ତର ନିଯୁକ୍ତ କରାଯିବା‌ ଜରୁରୀ ହୋଇପଡ଼ିଛି। ସେହିପରି ଏହାରି ମଧ୍ୟରେ ପୁଣି ୭ ଜଣ ପୋଷ୍ଟ ପିଜି ଡାକ୍ତରଙ୍କ କାର୍ଯ୍ୟକାଳ ସଂପୂର୍ଣ୍ଣ ହୋଇଥିବା ବେଳେ ୨୨ ଜଣ ଡାକ୍ତର ରହିଛନ୍ତି। କହିବାକୁ ଗଲେ ମେଡିକାଲ୍‌ କଲେଜ ଓ ହସ୍‌ପିଟାଲ୍‌ ଏବେ ସମସ୍ୟା ଦେଇ ଗତି କରୁଛି।
ଡାକ୍ତରଙ୍କ ଅଭାବ କାରଣରୁ ରୋଗୀ ସେବା ବାଧାପ୍ରାପ୍ତ ହୋଇଛି। ଯାହାଫଳରେ ଘଣ୍ଟା ଘଣ୍ଟା ଧରି ରୋଗୀ ଡାକ୍ତରଙ୍କୁ ଅପେକ୍ଷା କରୁଛନ୍ତି। କିଛିଦିନ ତଳେ ଭେଷଜ ବିଭାଗରେ ଡାକ୍ତର ବିଳମ୍ବରେ ଆସିବାକୁ ନେଇ ଡାକ୍ତରଖାନାରେ ଉତ୍ତେଜନା ପରିସ୍ଥିତି ସୃଷ୍ଟି ହୋଇଥିଲା। ଗୁଳୁଗୁଳିରେ ରୋଗୀ ଅପେକ୍ଷା କରି କରି ଅଣନିଃଶ୍ବାସୀ ହୋଇପଡ଼ିଥିଲେ। ଆଉ ଏହାକୁ ନେଇ ପାଟିତୁଣ୍ଡ ଦେଖିବାକୁ ମିଳିଥିଲା। ଡାକ୍ତରଖାନାକୁ ପ୍ରତିଦିନ ପ‌ାଖାପାଖି ୪ ହଜାରରୁ ଅଧିକ ରୋଗୀ ଆସୁଥିବା ବେଳେ ଏଭଳି ଅବ୍ୟବସ୍ଥାକୁ ନେଇ ଅସନ୍ତୋଷ ପ୍ରକାଶ କରୁଛନ୍ତି। ତେଣୁ ସମସ୍ୟାକୁ ଗୁରୁତ୍ବ ଦିଆଯାଇ ଅଧିକ ଡାକ୍ତର ନିଯୁକ୍ତ କରିବାକୁ ଦାବି ହୋଇଛି।

NewsLaxmi7

About Author

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।