ବନ୍ଧୁ ଆପଣଙ୍କୁ ଆମ ନ୍ୟୁଜ ପୋର୍ଟାଲକୁ ସ୍ଵାଗତ ଆପଣଙ୍କ ପାଇଁ ଆମେ ସବୁବେଳେ କିଛି କିଛି ଖାସ ଖବର ନେଇ ଆସିବୁ ତେବେ ଚାଲନ୍ତୁ ଆଲୋଚନା କରିବା ଆଜି ର ବିଷୟ ବସ୍ତୁ ଉପରେ.
ଭୁବନେଶ୍ବର : ପୂର୍ବତନ ସାଂସଦ ସ୍ବର୍ଗତ ପ୍ୟାରୀମୋହନ ମହାପାତ୍ରଙ୍କ ଝିଅ ସିକ୍ତା ପତି ବୁଧବାର ଦିନ ବିଧିବଦ୍ଧ ଭାବେ କଂଗ୍ରେସରେ ଯୋଗ ଦେଇଛନ୍ତି। ପ୍ୟାରୀେମାହନଙ୍କ ମୃତ୍ୟୁର କିଛି ମାସ ପରେ ସିକ୍ତା ବିଜେଡିରେ ମିଶିଥିବାବେଳେ ବୁଧବାର ଦିନ ସେ ବିଜେଡି ଛାଡ଼ି କଂଗ୍ରେସରେ ମିଶିଛନ୍ତି।
ବୁଧିବାର ଦିନ ପ୍ରଦେଶ କଂଗ୍ରେସ କାର୍ଯ୍ୟାଳୟରେ ଓଡ଼ିଶା ପ୍ରଭାରୀ ଏ ଚେଲ୍ଲା କୁମାର ଏବଂ ପିସିସି ସଭାପତି ଶରତ ପଟ୍ଟନାୟକଙ୍କ ଉପସ୍ଥିତିରେ ଆୟୋଜିତ ମିଶ୍ରଣ ପର୍ବରେ ସିକ୍ତାଙ୍କ ସମେତ ଭାରତୀୟ ରେଳ ସେବାର ପୂର୍ବତନ ଅଧିକାରୀ ହେମନ୍ତ କୁମାର ଦତ୍ତ, ରାଧାକାନ୍ତ ନାୟକ ଓ ବରିଷ୍ଠ ଆଇନଜୀବୀ ପ୍ରବୀର କୁମାର ପ୍ରଧାନ କଂଗ୍ରେସରେ ଯୋଗଦେଇଛନ୍ତି। ରାହୁଲ ଗାନ୍ଧୀଙ୍କ ଆଦର୍ଶ, କଂଗ୍ରେସର ବିଚାରଧାରା ଏବଂ ଗାନ୍ଧୀବାଦ ପ୍ରତି ସମ୍ମାନ ଜଣାଇ ସେମାନେ କଂଗ୍ରେସ ଦଳରେ ଯୋଗଦେଇଛନ୍ତି ବୋଲି କହିଥିଲେ। ଏହି କାର୍ଯ୍ୟକ୍ରମରେ ନିରଞ୍ଜନ ପଟ୍ଟନାୟକ, ରାମଚନ୍ଦ୍ର ଖୁଣ୍ଟିଆ, ବିଜୟ ପଟ୍ଟନାୟକ, ବିଭୁତି ମିଶ୍ର, ମାନସ ଚୌଧୁରୀ, ବନ୍ଦିତା ପରିଡ଼ା, ବିଶ୍ୱଜିତ ଦାଶ, ୟାସିର ନୱାଜ, ରଶ୍ମି ମହାପାତ୍ର, ଅମୀୟ ପଟ୍ଟନାୟକ, ରଜନୀ ମହାନ୍ତି ପ୍ରମୁଖ ଉପସ୍ଥିତ ଥିଲେ।
ଆପଣଙ୍କୁ ଆମେ ଏମିତି ସ୍ଵାସ୍ଥ୍ୟ ,ବାସ୍ତୁ,ସ୍ପେଶାଲଖବର,ଭାଈରଲ ଖବର, ଓଲିଉଡ,ବଲିଉଡ,ଦୈନନ୍ଦିନ ରାଶିଫଳ, ସାପ୍ତାହିକ,ମାସିକ,ରାଶିଫଳ ସମ୍ଵନ୍ଧୀୟ ଖବର ଆପଣଙ୍କ ପାଇଁ ନେଇ ଆସିବୁ l ଆମ ସହ ଯୋଡ଼ି ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।ଆମ ତଥ୍ୟ ଭଲ ଲାଗିଲେ ସେୟାର କରନ୍ତୁ ସାଙ୍ଗ ମାନଙ୍କ ସହ ଏବଂ ମତାମତ ଦେବାକୁ ଅନୁରୋଧ,ଜଗନ୍ନାଥଙ୍କ ପାଖରେ ଏତିକି ପାର୍ଥନା ଆପଣଙ୍କୁ ଭଲରେ ରଖନ୍ତୁ ଜୟ ଜଗନ୍ନାଥ ଖବରକୁ ପୁରା ପଢିଥିବାରୁ ଧନ୍ୟବାଦ ଭଲ ଲାଗିଲେ ନିଶ୍ଚୟ ତଳେ ଲାଇକ କରିବେ l