ଅପରାଧ ରାଜ୍ୟ

ପ୍ୟାକ୍ସ ନିର୍ଦ୍ଦେଶକ ସୁରଥ ବଗର୍ତ୍ତୀଙ୍କୁ ହତ୍ୟା, ପିଟିପିଟି ମାରିଦେଲେ ଦୁର୍ବୃତ୍ତ

ଯୁଯୁମୁରା/ସମ୍ବଲପୁର : ଯୁଯୁମୁରା ବ୍ଲକ୍‌ ଘେନୁପାଲି ପ୍ରାଥମିକ କୃଷି ସମବାୟ ସମିତି (ପ୍ୟାକ୍ସ)ର ନିର୍ଦ୍ଦେଶକ ତଥା ପୂର୍ବତନ ସଭାପତି ସୁରଥ ବଗର୍ତ୍ତୀ (୫୫)ଙ୍କୁ ଗୁରୁବାର ରାତିରେ ସଦର ଥାନା ଅନ୍ତର୍ଗତ ତାଙ୍କ ଗାଁ ହପ୍ରିୟାବାହାଲରେ ପିଟିପିଟି ହତ୍ୟା କରାଯାଇଛି। ଏହି ହତ୍ୟାକାଣ୍ଡ ପଛରେ ପରକୀୟା ପ୍ରୀତି ବା ରାଜନୈତିକ ଶତ୍ରୁତା ଥାଇପାରେ ବୋଲି ଆଶଙ୍କା କରାଯାଉଛି। ପୁଲିସ୍ ସବୁ ଦିଗରୁ ତଦନ୍ତ ଆରମ୍ଭ କରିଛି। ସାଇଣ୍ଟିଫିକ୍ ଟିମ୍ ଓ ଡଗ୍‌ ସ୍କ୍ବାଡ୍ ଘଟଣା ସ୍ଥଳକୁ ଯାଇ ଛାନ୍‌ଭିନ୍‌ କରିଛନ୍ତି।

ମୃତକଙ୍କ ଭାଇ ଶତ୍ରୁଘ୍ନ ବଗର୍ତ୍ତୀ ସଦର ଥାନାରେ କରିଥିବା ଅଭିଯୋଗ ଅନୁଯାୟୀ ସୁରଥ ଗୁରୁବାର ରାତି ପ୍ରାୟ ୯ଟାବେଳେ ଘରୁ ବାହାରି କୁଆଡ଼େ ଯାଇଥିଲେ। ରାତି ୧୨ଟା ସମୟରେ ଗାଁର ଓରାମପଡ଼ା ମଝିରୁ ପାଟିତୁଣ୍ଡ ଶୁଭିଥିଲା। ସେ ବାହାରି ଦେଖିଥିଲେ ବି କାହାକୁ ନପାଇବାରୁ ପୁଣି ଘରକୁ ଫେରି ଶୋଇଥିଲେ। ପୁନର୍ବାର ରାତି ୨ଟାରେ ସେ ଖବର ପାଇଲେ ଯେ ତାଙ୍କ ଭାଇ ସୁରଥଙ୍କୁ ଓରାମପଡ଼ା କ୍ଲବ୍‌ ନିକଟରେ ଦୁର୍ବୃତ୍ତମାନେ ମାଡ଼ ମାରି ପକାଇ ଦେଇଛନ୍ତି। ସେ ଘଟଣାସ୍ଥଳକୁ ଯାଇ ସୁରଥଙ୍କୁ ଗୁରୁତର ଅବସ୍ଥାରେ ଅଚେତ ହୋଇ ପଡ଼ିଥିବା ଦେଖିଲେ। ତାଙ୍କୁ ଡାକ୍ତରଖାନା ନେବା ପରେ ସେଠାରେ ଡାକ୍ତର ମୃତ ଘୋଷଣା କରିଥିଲେ। ଓରାମପଡ଼ାର କିଛି ଲୋକ ସୁରଥଙ୍କୁ ପିଟିପିଟି ହତ୍ୟା କରିଥିବା ନେଇ ତାଙ୍କ ଭାଇ ଦେଇଥିବା ଏତଲାରେ ଉଲ୍ଲେଖ କରିଛନ୍ତି।

ବର୍ତ୍ତମାନ ଘେନୁପାଲି ପ୍ୟାକ୍ସ ନିର୍ଦ୍ଦେଶକ ଥିବା ସୁରଥ ବଗର୍ତ୍ତୀ ପୂର୍ବରୁ ୩ ଥର ସେହି ପ୍ୟାକ୍ସର ସଭାପତି ଥିଲେ। ଗାଁର ସେ ଜଣେ ଜଣାଶୁଣା ବ୍ୟକ୍ତି ଥିଲେ ଓ ଅନେକଙ୍କ ସହ ତାଙ୍କର ସଂପର୍କ ଥିଲା। ତାଙ୍କୁ କିଏ ଓ କାହିଁକି ହତ୍ୟା କଲା ତାହା ସ୍ପଷ୍ଟ ହୋଇ ନଥିଲେ ବି ଏହା ପଛରେ ପରକୀୟା ସଂପର୍କ ଥାଇପାରେ ବୋଲି ଆଶଂକା କରାଯାଉଛି। ତେବେ ଏହି ହତ୍ୟାକାଣ୍ଡରେ ୫ରୁ ଅଧିକ ବ୍ୟକ୍ତି ସଂପୃକ୍ତ ଥିବା ସଦର ଏସ୍‌ଡିପିଓ ପ୍ରଦୀପ ସାହୁ କହିଛନ୍ତି। ବର୍ତ୍ତମାନ ସୁଦ୍ଧା କେହି ଅଭିଯୁକ୍ତ ଧରାପଡ଼ି ନଥିବା ପୁଲିସ୍ କହିଛି।

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।